Advertisment

ଭୋଟ୍‌ର ୪୮ ଘଣ୍ଟା ପୂର୍ବରୁ ମଦ ବନ୍ଦ

ଯେଉଁଠି ଭୋଟ୍‌ ଗ୍ରହଣ ହେବ, ମତ ଦାନର ୪୮ ଘଣ୍ଟା ପୂର୍ବରୁ ସେଠି ମଦ ମନା। ୪୮ ଘଣ୍ଟା ପୂର୍ବରୁ ଭୋଟ୍‌ ପରଦିନ ପର୍ଯ୍ୟନ୍ତ ମଦ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Alcohol Ban

Alcohol Ban

ମଦ, ବନ୍ଧୁକ, ଅସ୍ତ୍ରଶସ୍ତ୍ର ଉପରେ ନିର୍ବାଚନ କମିଶନ ନିଷେଧାଦେଶ ଜାରି କରିଛନ୍ତି। ଯେଉଁଠି ଭୋଟ୍‌ ଗ୍ରହଣ ହେବ, ମତ ଦାନର ୪୮ ଘଣ୍ଟା ପୂର୍ବରୁ ସେଠି ମଦ ମନା। ୪୮ ଘଣ୍ଟା ପୂର୍ବରୁ ଭୋଟ୍‌ ପରଦିନ ପର୍ଯ୍ୟନ୍ତ ମଦ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

Advertisment
  • ସମ୍ପୃକ୍ତ ସ୍ଥାନରେ ମଦ ବିକ୍ରୟ ଓ ବଣ୍ଟନ ସମ୍ପୂର୍ଣ୍ଣ  ଭାବେ ନିଷେଧ
  • ସମ୍ପୂର୍ଣ୍ଣ  ଅଞ୍ଚଳର ହୋଟେଲ, ରେଷ୍ଟୁରାଣ୍ଟ, ଦୋକାନରେ ମଦ ମନା
  • ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟ ଅସ୍ତ୍ରଶସ୍ତ୍ର ସହ ବୁଥ୍ ନିକଟରେ ବୁଲିବା ମନା
  • ଫେବୃଆରୀ ୧୪ରୁ ମାର୍ଚ୍ଚ ୧ ଯାଏ ଅନଧିକୃତ ଲୋକଙ୍କୁ ବୁଥ୍ ବାରଣ

ଭୋଟ୍ ଗ୍ରହଣ ଦିନ ସବୈତନିକ ଛୁଟି ଘୋଷଣା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସବୈତନିକ ଛୁଟି ଘୋଷଣା ପାଇଁ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ଭୋଟ ଦେବାକୁ ସରକାରୀ, ବେସରକାରୀ କର୍ମଚାରୀଙ୍କୁ ଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ନିକଟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଥିଲେ। ଆସନ୍ତା ଫେବୃଆରୀ ୧୬ରୁ ରାଜ୍ୟରେ ମତଦାନ ଆରମ୍ଭ ହେବ। ମୋଟ୍‌ ୫ଟି ପର୍ଯ୍ୟାୟରେ ମତଦାନ ହେବ। ଫେବୃଆରୀ ୧୬, ୧୮, ୨୦, ୨୨, ଓ ୨୪ ତାରିଖରେ ମତଦାନ ହେବ। ପ୍ରାର୍ଥୀମାନେ ୨୧ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବେ। 

  • ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଏବଂ ସେହିଦିନ ଅର୍ଥାତ୍‌ ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
  •  ଏଥର ନିର୍ବାଚନରେ ୯୧ ହଜାର ୯୧୩ ଓ୍ୱାର୍ଡ ମେମ୍ବର,  ୬, ୭୯୪ ସରପଞ୍ଚ, ୬, ୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ମତଦାନ ହେବ
  • ମୋଟ୍ ୨ କୋଟି ୭୯ ଲକ୍ଷ ଭୋଟର ନିର୍ବାଚନରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ 
Election Commission Odisha Panchayat Elections
Advertisment
Advertisment