• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୯ ତାରିଖ, ବୁଧବାର, ମକର ୬ ଦିନ, ମାଘ ମାସ, କୃଷ୍ଣ ପକ୍ଷ ।

ପ୍ରତିପଦା ଯୁକ୍ତ ଦ୍ୱିତୀୟ ତିଥି, ପୁଷ୍ୟା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି ।
ଆଜି କର୍କଟ ରାଶିର ଘାତବାର ।
ଆଜିର ରାହୁକାଳ ଦିନ ୧୧ଟା ୫୮ରୁ ଦିନ ୧ ଟା ୨୧ ମଧ୍ୟରେ ।

ପାଣି ଭେଜିବାଇଗଣ ଖାଇବା ମନା ।

ଏବେ ଆସନ୍ତୁ ଜାଣିବା ଆଜି ଆପଣଙ୍କ ଭାଗ୍ୟରେ କଣ ରହିଛି ।

ମେଷ

ବିଭିନ୍ନ କାରଣରୁ ମାନସିକ ଅଶାନ୍ତି ଦେଖଦେବ ।
ଶାରିରୀକ ଅସୁସ୍ଥତା ଅନୁଭବ କରିବେ ।
ମହିଳାମାନେ ଚିନ୍ତିତ ରହିବେ ।
ପ୍ରତିକାର-  ନମଃ ଶିବାୟ ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ ଏବଂ ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।

ବୃଷ

ବ୍ୟବସାୟ ବାଣିଜ୍ୟରେ ଆଷାରୁ ଅଧିକ ଲାଭ ପାଇବେ ।
ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।
ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଧଳାରଙ୍ଗର ବ୍ୟବହାର କରନ୍ତୁ ।

ମିଥୁନ

କର୍ମକ୍ଷେତ୍ରରେ ଉନ୍ନତି ହେବ ।
ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ ।
ନୂତନ ଆୟପନ୍ଥା ମିଳିବାର ସୁଯୋଗ ପାଇବେ ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଆଜି ନୀଳ ରଙ୍ଗର ବ୍ୟବହାର କରନ୍ତୁ ।

କର୍କଟ

କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ, ସେଥିପାଇଁ ମନ ଅଶାନ୍ତ ରହିବ ।
ପରିବାରରେ ଶାନ୍ତି ଦେଖାଦେବ ।
ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ ।
ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ ଏବଂ ଧଳାରଙ୍ଗର ବ୍ୟବହାର କରନ୍ତୁ ।

ସିଂହ

ବ୍ୟବସାୟରେ ଲାଭବାନ ହେବେ ।
ନୂତନ ବାହାନ କ୍ରୟ କରିପାରନ୍ତି ।
ମହିଳାମାନେ ସୁଖୀ ହେବେ ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ ।

କନ୍ୟା

କର୍ମକ୍ଷେତ୍ରରେ ଉନ୍ନତି ହେବ ।
ବ୍ୟବସାୟରେ ସଫଳତା ପାଇବେ ।
ଶାରିରୀକ ଅସୁସ୍ଥତା ଦୂର ହେବ ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଧଳା ରଙ୍ଗର ବ୍ୟବହାର କରନ୍ତୁ ।

ତୁଳା

କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ ।
ଅନେକ ସମସ୍ୟାର ସମାଧାନ ହୋଇଯିବ ।
ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ବ୍ୟବହାର କରନ୍ତୁ । 

ବିଛା

କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ, ସତର୍କ ରୁହନ୍ତୁ ।
ବାଦବିବାଦରେ ପଡିପାରନ୍ତି ।
ପାରିବାରିକ ଚିନ୍ତା ବୃଦ୍ଧି ପାଇବ ।
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ । 

ଧନୁ

କର୍ମକ୍ଷେତ୍ରରେ ବାଦବିବାଦ ସୃଷ୍ଟି ହୋଇପାରେ ।
ଦୁର୍ଘଟଣାର ସମ୍ଭାବନା ଅଛି, ସାବଧାନ ରହିବେ ।
ପରିବାରରେ ଶାନ୍ତି ପାଇବେ ।
ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ ଏବଂ ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ ।

ମକର

ଆୟର ନୂତନ ପନ୍ଥା ମିଳିବ ।
କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ ।
ପରିବାରରେ ସୁଖଶାନ୍ତିରେ ଦିନଟିକୁ ଅତିବାହିତ କରିବେ ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ବ୍ୟବହାର କରନ୍ତୁ ।

କୁମ୍ଭ

କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ହେବ ।
ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ ।
ଧର୍ମକାର୍ଯ୍ୟରେ ଯୋଗ ଦେବେ ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଆଜି ସବୁଜ ରଙ୍ଗର ବ୍ୟବହାର କରନ୍ତୁ ।

ମୀନ

କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ ।
ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । 
ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ ।