• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଅଡିଟ୍ ପ୍ରୋସେସ୍‌ରେ ଆଉ ୬ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା । ଖୋର୍ଦ୍ଧା ଜିଲ୍ଲାରୁ ଦିନକରେ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଭଦ୍ରକ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ । ଜଗତସିଂହପୁର ଓ ଝାରସୁଗୁଡ଼ାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୪୯୪କୁ ବୃଦ୍ଧି ।

ଓଡ଼ିଶାରେ ଆଜି ମଧ୍ୟ ୧୧ ହଜାର ଉପରେ ରହିଛି ଦୈନିକ କରୋନା ସଂକ୍ରମଣ । ରାଜ୍ୟରେ ଆଜି ୧୧,୬୦୭ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟିନରୁ ୬୭୨୮, ଲୋକାଲ୍ କେସ୍ ୪୮୭୯ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୯୧ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୪,୩୪୭ ଆକ୍ରାନ୍ତ ଚିହ୍ନଟ ।

ସୁନ୍ଦରଗଡ଼- ୧୨୧୯, କଟକ- ୮୯୮, ଷ୍ଟେଟ୍‌ପୁଲ୍- ୮୭୭, ସମ୍ବଲପୁର- ୩୯୦, ବାଲେଶ୍ୱର- ୩୦୫, ଯାଜପୁର- ୨୩୧, ରାୟଗଡ଼ା- ୨୨୯, ବଲାଙ୍ଗିର- ୨୨୯, ଝାରସୁଗୁଡ଼ା- ୨୧୯, ନୟାଗଡ- ୨୦୬, ଅନୁଗୁଳ- ୧୮୫, ମୟୂରଭଞ୍ଜ- ୧୭୪, ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪କୁ ବୃଦ୍ଧି । 

ଅନ୍ୟପଟେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି, କିଛି ସ୍ଥାନରେ ଆର୍ ଭାଲ୍ୟୁ ଅଧିକ ରହିବ । ଭୟଭୀତ ହୁଅନ୍ତୁନି, ସାମାନ୍ୟ ଲକ୍ଷଣ ଆସିଲେ ଟେଷ୍ଟିଂ କରାନ୍ତୁ । କେତେ ଟେଷ୍ଟିଂ ବଢ଼ାଯାଇ ପାରିବ ସ୍ୱାସ୍ଥ୍ୟ ବିଭାଗ ବିଚାର ବିମର୍ଶ କରୁଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟେଷ୍ଟିଂ ବଢ଼ାଇବାକୁ କାର୍ଯ୍ୟ କରୁଛୁ । ଲକ୍‌ଡାଉନ୍ କି ସଟ୍‌ଡାଉନ୍ କରିବା ଭଳି ସ୍ଥିତି ରାଜ୍ୟରେ ଆସିନାହିଁ ।

ସେପଟେ ଓମିକ୍ରନ ପରୀକ୍ଷା ନେଇ ସେ କହିଛନ୍ତି, ଓମିକ୍ରନ ପରୀକ୍ଷା ପାଇଁ ରାଜ୍ୟରେ ଓମିସିୟୋର କିଟ୍ ପହଞ୍ଚି ସାରିଛି । କିଟ୍ ପହଞ୍ଚବା ପରେ ଡ୍ରାଏ ରନ୍ ଚାଲିଛି, ଇଣ୍ଟରନାଲ ଷ୍ଟଡି ପାଇଁ ବ୍ୟବହାର ହେବ । ଯେଉଁ ଜିଲ୍ଲାରେ ଅଧତ୍କ ପଜିଟିଭ କେସ୍ ଆସୁଛି, ସେଠାକୁ କିଟ୍ ପଠାଯିବ । ସହଜରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ ।

ରାଜ୍ୟରେ ଏବେ ସୁଦ୍ଧା ୩୦ ହଜାର ଓମିସିୟୋରର କିଟ୍ ପହଞ୍ଚି ସାରିଛି । ପ୍ରାଥମିକ ପର୍ଯ୍ୟାୟରେ ୪ଟି ସହରରେ ଏହାକୁ ବ୍ୟବହାର କରାଯିବ । ବ୍ରହ୍ମପୁର, କଟକ, ରାଉରକେଲା, ଭୁବନେଶ୍ୱରରେ ବ୍ୟବହାର ହେବ । ଓମିସିୟୋର କିଟ୍ ବ୍ୟବହାର ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।