/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642563418.jpg)
Son Killed Mother
ରାଜଧାନୀ ଭୁବନେଶ୍ୱରରେ ପୁଣି ଗଡ଼ିଲା ମୁଣ୍ଡ । ବଡ଼ଗଡ଼ ଥାନା କଳିଙ୍ଗ ବସ୍ତିରେ ନିଜ ମାଆକୁ ବୀଭତ୍ସ ଭାବେ ହତ୍ୟା କରିଛି ସନ୍ତାନ । ହତ୍ୟା କରିବା ପରେ ସେ ଘରେ ହିଁ ଜାଳି ଦେଇଛି ନିଜ ମାଆକୁ । ମଙ୍ଗଳବାର ସଂଧ୍ୟାରେ ଘଟିଛି ଏହି ଅଭାବନୀୟ ଘଟଣା ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦରପୋଡ଼ା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ଖୋଳତାଡ଼ କରୁଛି ପୋଲିସ । ତାସହ ଅଭିଯୁକ୍ତ ପୁଅକୁ ପୋଲିସ ଅଟକ ରଖିଛି । ତେବେ କେଉଁ କାରଣରୁ ପୁଅ ଏଭଳି ନାରକୀୟ କାଣ୍ଡ ଭିଆଇଛି, ସେନେଇ ସ୍ପଷ୍ଟ ହୋଇନାହିଁ । ଅଭିଯୁକ୍ତ ପୁଅର ନାଁ ପ୍ରଶାନ୍ତ ଜେନା ଓରଫ କାଳିଆ । ମୃତ ମହିଳା ହେଲେ ରଶ୍ମିତା ଜେନା ।
ଏହି ଘଟଣାର ଠିକ୍ ଦୁଇ ଦିନ ପୂର୍ବରୁ ରାଜଧାନୀରେ ଆଉ ଏକ ହତ୍ୟା କାଣ୍ଡ ଘଟିଥିଲା । ସେଥିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରି ମାରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ସାମାନ୍ୟ ବଚସାରୁ ଆରମ୍ଭ ହୋଇଥିଲା । ତେବେ ମୃତକଙ୍କ ନା ଚିଣ୍ଟୁ ଓରଫ ନିରଞ୍ଜନ ପରିଡ଼ା । ଏହି ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ମଧ୍ୟ ହୋଇଛନ୍ତି । ତେବେ ଏଥିରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ମଧ୍ୟ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)