/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642772770.jpg)
Congress BJD BJP
ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନମ୍ବର ୱାନ୍ ହେବା ନେଇ ଉଠିଲା ବିବାଦ । ଘରୋଇ ମାଗାଜିନ୍ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନ୍ ପ୍ରସଙ୍ଗକୁ ନେଇ ଘେରିଛନ୍ତି ବିରୋଧୀ । ରାଜ୍ୟରେ ଗତ ୨୦ ବର୍ଷ ଧରି ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଛି ।
ରାଜ୍ୟରେ ଜଳ, ଜମି, ଖଣି ସୁରକ୍ଷିତ ରହିନି । ସବୁ ରାଜ୍ୟରେ ଭତ୍ତା ରାଶି ବଢ଼ିଛି ହେଲେ ଓଡ଼ିଶାରେ ତାହା ହୋଇପାରିଲାନି ବୋଲି କଂଗ୍ରେସ କହିଛି । ନବୀନ ଖୋଦ୍ ସବୁ କ୍ଷେତ୍ରରେ ଏକ ନମ୍ବର ହେଲେ କିନ୍ତୁ ରାଜ୍ୟକୁ କରାଇ ପାରିଲେନି ବୋଲି କହି କଟ୍ଟାକ୍ଷ କରିଛନ୍ତି କଂଗ୍ରେସ ମୁଖପାତ୍ର ଜଜ୍ଞେଶ୍ୱର ବାବୁ ।
ସେହିପରି କୋଭିଡ୍ ପରିଚାଳନାରେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ରାଜ୍ୟକୁ ଦେଇଛନ୍ତି । ତଥାପି ରାଜ୍ୟ ଏଥିରେ ବିଫଳ ବୋଲି ଅଭିଯୋଗ କରିଛି ବିଜେପି । ସ୍ୱାସ୍ଥ୍ୟ, ଶିକ୍ଷା, ଆଇନ ବ୍ୟବସ୍ଥା ରାଜ୍ୟରେ ବିଗିଡ଼ି ଯାଇଛି । ସବୁ କ୍ଷେତ୍ରରେ ଓଡ଼ିଶା ପଛୁଆ କିନ୍ତୁ ନବୀନ କିପରି ଏକ ନମ୍ବର ହେଲେ ବୋଲି ବିଜେପି ପ୍ରଶ୍ନ କରିଛି ।
ସେପଟେ ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ବିଜେଡି ସାଂସଦ ସୁବାସ ସିଂ । ଏକ ଘରୋଇ ମାଗାଜିନ୍ର ସର୍ଭେ ଅନୁସାରେ, ୭୧ ପ୍ରତିଶତ ଭୋଟ୍ ସହ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ପ୍ରଥମ ସ୍ଥାନରେ ରଖାଯାଇଛି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦ୍ୱିତୀୟ ଏବଂ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ତୃତୀୟ ସ୍ଥାନରେ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)