Advertisment

Odela 2 Teaser: ତମନ୍ନା ଭାଟିଆଙ୍କ ନୂଆ ଫିଲ୍ମ 'ଓଡେଲା ୨'ର ଟିଜର ରିଲିଜ୍‌: ଭୟଙ୍କର ରୂପରେ ଅଭିନେତ୍ରୀ

'ଓଡେଲା ୨'ର ଟିଜର ରିଲିଜ ହୋଇଛି। ଏଥିରେ ତମନ୍ନା ଭାଟିଆ ଏକ ଭୟଙ୍କର ରୂପରେ ନଜର ଆସିଛନ୍ତି। ଅଶୋକ ତେଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାନ ଇଣ୍ଡିଆ ସ୍ତରରେ ମୁକ୍ତିଲାଭ କରିବ।

author-image
Pramod Behera
ଅଦ୍ୟତନ ହୋଇଛି
Tamannaah bhatia launch odela 2 teaser

Tamannaah bhatia launch odela 2 teaser

ଆସୁଛି ତମନ୍ନା ଭାଟିଆଙ୍କ ନୂଆ ଫିଲ୍ମ 'ଓଡେଲା ୨'। ଏହାର ଟିଜର ଆଜି ରିଲିଜ ହୋଇଛି। ଅଭିନେତ୍ରୀ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରୁ ଫିଲ୍ମର ଟିଜର୍‌କୁ ରିଲିଜ୍ କରିଛନ୍ତି। ଏଥିରେ ସେ ଏକ ଭୟଙ୍କର ରୂପରେ ନଜର ଆସିଛନ୍ତି। ଅଶୋକ ତେଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାନ ଇଣ୍ଡିଆ ସ୍ତରରେ ମୁକ୍ତିଲାଭ କରିବ।

Advertisment

ତମନ୍ନା ଭାଟିଆ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି 'ଓଡେଲା ୨'ର ଟିଜର ରିଲିଜ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, 'ଯେତେବେଳେ ଶୈତାନ ଫେରି ଆସେ, ତେବେ ଦୈବୀୟ ଶକ୍ତି ନିଜର ଭୂମି ଏବଂ ଉତ୍ତରାଧିକାରୀକୁ ରକ୍ଷା କରିବା ନେଇ ଆଗେଇ ଆସେ”। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଏହି ଫିଲ୍ମ ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବ। ତେବେ ରିଲିଜ୍ ତାରିଖ ଉଲ୍ଲେଖ କରାଯାଇ ନାହିଁ।

Advertisment

ତମନ୍ନାଙ୍କ ‘ଓଡେଲା ୨’କୁ ଅଶୋକ ତେଜା ନିର୍ଦ୍ଦେଶନା ଦେଇଥିବା ବେଳେ ଏହା ମଧୁ କ୍ରିଏସନର ଡି ମଧୁଙ୍କ ସହଯୋଗରେ ସମ୍ପତ ନନ୍ଦୀ ଟିମ୍ ୱାର୍କସ ବ୍ୟାନରରେ ନିର୍ମିତ। ଏହି ଫିଲ୍ମରେ ହେବା ପଟେଲ, ମୁରଲୀ ଶର୍ମା, ‘କେଜିଏଫ୍’ ଷ୍ଟାର୍ ବରିଷ୍ଠ ସିହ୍ନା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ‘କାନ୍ତାରା’ ଫେମ୍ ଅଜନିଶ ଲୋକନାଥ ଏହାର ସଂଗୀତ ରଚନା କରିଛନ୍ତି।

ଅଧିକ ପଢ଼ନ୍ତୁ: ହଲିଉଡ୍‌ ଫିଲ୍ମରେ ଡେବ୍ୟୁ କରିବେ ସଲମାନ ଖାନ; ହେବେ ଅଟୋ ଡ୍ରାଇଭର୍ !

ଏହି ଫିଲ୍ମ ୨୦୨୨ର ତେଲୁଗୁ ଫିଲ୍ମ ‘ଓଡେଲା ରେଲ୍‌ୱେ ଷ୍ଟେସନ’ର ଏକ ସିକ୍ୱେଲ। ଏହି ସୁପର୍‌ନେଚୁରାଲ୍ ଥ୍ରୀଲର ଏକ ରୋମାଞ୍ଚକର ସିନେମାଟିକ୍ ଅନୁଭୂତି ଦେବ ବୋଲି ଆଶା କରାଯାଏ। ଏଥିରେ ତମନ୍ନାଙ୍କୁ ଏକ ଦମଦାର ଭୂମିକାରେ ଦେଖିବାକୁ ମିଳିବ।

‘ଓଡେଲା ୨’ ଏକ ଗାଁର ନିଚ୍ଛକ କାହାଣୀ ଉପରେ ଆଧାରିତ। ତମନ୍ନା ଓଡେଲା ମଲାନ୍ନା ସ୍ୱାମୀ ଭୂମିକାରେ ଅଭିନୟ କରି ଗାଁର ପ୍ରକୃତ ରକ୍ଷକ ସାଜିଚନ୍ତି ଏବଂ ଗାଁକୁ ଦୁଷ୍ଟ ଶକ୍ତିରୁ ରକ୍ଷା କରୁଛନ୍ତି।

ତମନ୍ନାଙ୍କୁ ‘ସ୍ତ୍ରୀ ୨’ ର ଚାର୍ଟ-ଟପିଂ ନମ୍ବର ଗୀତ ‘ଆଜ କି ରାତ୍‌’ରେ ବିଶେଷ ଭୂମିକାରେ ଅଭିନୟ କରିଥିଲେ, ଯାହା ଶେଷରେ ବର୍ଷର ସବୁଠାରୁ ବଡ ହିଟ୍ ହୋଇଥିଲା। ଅଭିନେତ୍ରୀ ‘ବାହୁବଲୀ’ ଫ୍ରାଞ୍ଚାଇଜ୍ ସମେତ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି।

ଅଧିକ ପଢ଼ନ୍ତୁ: ବଡ଼ ଲୋକ ହେଲା ପରେ ବି ଭୁଲି ନାହାନ୍ତି ଛୋଟ ଦିନର ସାଙ୍ଗ; କହିଲେ ବନ୍ଧୁତା ସବୁଠାରୁ ଭଲ ଭିଟାମିନ୍

Tamannaah Bhatia South Indian Films
Advertisment
Advertisment