/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740212654.jpg)
Balangir Teacher's Unpaid Salary
ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀଙ୍କ ଚେତା ପଶିଛି । ଦରମା ନପାଇ ଶିକ୍ଷକ ମୂଲ ଲାଗିବା ପରେ ଦରମା ଦେବାକୁ ବିଭାଗ ଦେଖାଇଛି ତତ୍ପରତା । ୩ଶହ ୯୮ କୋଟି ୩୨ ଲକ୍ଷ ୮୨ ହଜାର ଟଙ୍କା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆକାଉଣ୍ଟକୁ ରିଲିଜ କରିବାକୁ ବ୍ୟାଙ୍କକୁ ଚିଠି ଲେଖିଲେ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ କର୍ତ୍ତୃପକ୍ଷ । ତୁରନ୍ତ ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ ରହିଛି ।
ବଲାଙ୍ଗିର ପୁଇଁନ୍ତଳା ବାନ୍ଧନବାହାଲ ଗାଁର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ୩ ମାସ ହେଲା ଦରମା ନମିଳିବା ଅଭିଯୋଗରେ ଛୁଟି ମାଗିଥିଲେ । ସୂଚନାଯୋଗ୍ୟ ଶିକ୍ଷକ ଜଣକ ଛୁଟି ପାଇଁ ଅଜବ ଦରଖାସ୍ତ ଦେବାପରେ ମୂଲ ଲାଗିଥିଲେ । ବଲାଙ୍ଗୀର ଜିଲ୍ଲା ବାନ୍ଧନବାହାଲ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ଦରମା ନମିଳିବାରୁ ମଜୁରି କରିବାକୁ ଛୁଟି ମାଗିଥିଲେ । ସେ ମୂଲ ଲାଗି ଯିବେ ବୋଲି ଏକ ଦରଖାସ୍ତ ଲେଖିଥିଲେ । ଯାହାକି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ।
ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡ: ଦୁଇ ବର୍ଷ ପରେ ବି ଫିଟୁନି ରହସ୍ୟ, ୨ ସପ୍ତାହ ଭିତରେ CBI ତଦନ୍ତ ଲାଗି ଚିଠି ଲେଖିବେ ଦୀପାଳି
ପ୍ରଭୂଦତ୍ତ ସାହୁ ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ପିଲାଙ୍କୁ ପଢ଼ାଉଥିଲେ ମଧ୍ୟ ତାଙ୍କୁ ତିନି ମାସ ଧରି ଟଙ୍କାଟିଏ ବି ଦରମା ମିଳିନି । ଏଥିପାଇଁ ପ୍ରଭୁଦତ୍ତ ଭିନ୍ନ ଭାବେ ପ୍ରତିବାଦ କରିଥିଲେ । ସେ ଛୁଟି ନେଇ ଜମିରେ ମଜୁରୀ ଲାଗିଥିଲେ । ଜମିକୁ ଯାଇ ଫସଲରେ ପାଣି ମଡ଼ାଇବା ସହ କୋଡ଼ାଖୋସା ବି କରିଥିଲେ । ଶେଷରେ ଏହି ସହକାରୀ ଶିକ୍ଷକ ମଜୁରୀ ବାବଦରେ ୩୦୦ ଟଙ୍କା ନେଇଥିଲେ ।
ଅଭିଯୋଗ ଅନୁସାରେ, ପ୍ରଭୁଦତ୍ତ ହେଉଛନ୍ତି ଜଣେ ଦିବ୍ୟାଙ୍ଗ ଶିକ୍ଷକ । ବିଇଓଙ୍କ ଅବହେଳା କାରଣରୁ ଗଲା ତିନି ମାସ ହେଲା ତାଙ୍କୁ ଦରମା ମିଳିନି । ସେଥିପାଇଁ ସେ ଆର୍ଥିକ ଅନଟନ କାରଣରୁ ମଜୁରୀ କାମ କରିବାକୁ ଛୁଟି ମାଗିଥିଲେ । ଏଥିପାଇଁ ପ୍ରଧାନ ଶିକ୍ଷକଙ୍କ ମଞ୍ଜୁରୀ ପରେ ସେ ବିଲରେ ମୂଲ ଲାଗିଥିଲେ । ଖାଲି ପ୍ରଭୁଦତ୍ତ ନୁହଁନ୍ତି ପୁଇଁନ୍ତଲା ବ୍ଳକରେ ଏକ୍ସ କ୍ୟାଡରର ୭୨ ଜଣ ଶିକ୍ଷକ ବି ତିନିମାସର ଦରମା ପାଇନାହାନ୍ତି । ଏ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଶିକ୍ଷକମାନଙ୍କୁ ଦରମା ଦେବା ଲାଗି ପଦକ୍ଷେପ ନେଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)