Advertisment

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ BJPର ଜୋର୍‌ଦାର୍‌ ପ୍ରଚାର; ଆଜି ପୁଣି ଆସୁଛନ୍ତି ଅମିତ ଶାହ

ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଶାହ ଯାଜପୁର ଲୋକସଭା କ୍ଷେତ୍ରର କୋରେଇଠାରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଶେଷରେ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡ଼ା ବାରବାଟୀ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ।

author-image
Sonali Ojha
ଅଦ୍ୟତନ ହୋଇଛି
Amit Shah To Visit Odisha Today

Amit Shah

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରଚାରକୁ କରିବେ ଜୋରଦାର। ଆଜି ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ଶାହ। ପୂର୍ବାହ୍ନ ୧୧ଟାରେ ଭଦ୍ରକ ଲୋକସଭା କ୍ଷେତ୍ରର ଚାନ୍ଦବାଲି ଠାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବେ ଅମିତ ଶାହ।

Advertisment

ସେହିପରି ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଶାହ ଯାଜପୁର ଲୋକସଭା କ୍ଷେତ୍ରର କୋରେଇ ଠାରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଶେଷରେ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡ଼ା ବାରବାଟୀ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ଅମିତ ଶାହ।

ଅଧିକ ପଢ଼ନ୍ତୁ: ଉପକୂଳ ଟେନସନରେ ବିଜେଡି; ଯାଜପୁରଠୁ ଜଗତସିଂହପୁର, ସବୁଠି ଟଳମଳ ସ୍ଥିତି

Advertisment

ଏହାପୂର୍ବରୁ ଏକାଧିକ ଥର ଓଡ଼ିଶା ଆସି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ଶାହ। ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ ଆସି ମାରାଥନ୍‌ ପ୍ରଚାର ବି କରିଛନ୍ତି। ସମ୍ବଲପୁର ଅଇଁଠାପାଲି ସଭାମଞ୍ଚରେ ମୁହଁ ଖୋଲୁ ଖୋଲୁ 'ଓଡ଼ିଆ ଅସ୍ମିତା' ଅସ୍ତ୍ରରେ ପ୍ରଥମ ପ୍ରହାର କରି ଶାହ କହିଥିଲେ, ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟି ଚିପିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି, ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ। ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ।

ଏଥିସହ ପ୍ରାୟ ସବୁ ସ୍ଥାନରେ ଏକାଧିକ ବାର ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଖାରି, ବିଜେପି ସରକାର ଆସିଲେ ରତ୍ନଭଣ୍ଡାରର ଖୁଲାସା ହେବ, ରତ୍ନଭଣ୍ଡାର ରିପୋର୍ଟ ସାର୍ବଜନୀନ ହେବ, ୪ ଦ୍ୱାର ଖୋଲିବ, ରତ୍ନଭଣ୍ଡାର ଲୁଟେରାଙ୍କ ପ୍ରତି ଦଣ୍ଡବିଧାନର ପ୍ରତିଶ୍ରୁତି ଦେଇଥିଲେ ଶାହ। ସେହିପରି ଚିଟ୍‌ଫଣ୍ଡ କଥା ଉଠାଇ ବିଜେପି କ୍ଷମତାକୁ ଆସିବାର ୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲରେ ଠୁଙ୍କିବୁ, କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରାଇବୁ ବୋଲି ବି କହିଥିଲେ।

କେବଳ ସେତିକି ନୁହେଁ, ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିବାକୁ ଯେଉଁ ଷଡ଼ଯନ୍ତ୍ର ରଚିଥିଲେ ପ୍ରଧାନମନ୍ତ୍ରୀଙ୍କ ପାଇଁ ସେ ପରମ୍ପରା ଅକ୍ଷୁଣ୍ଣ ରହିଲା ବୋଲି କହିଥିଲେ ଶାହ। ସେହିପରି ତାମିଲ ବାବୁ ଆମକୁ ଏଠି ରାମ ଉତ୍ସବ ପାଳନ ପାଇଁ ରୋକିଥିଲେ ବୋଲି କହି ରାମ ଉତ୍ସବ ରୋକିବାକୁ ଚେଷ୍ଟା କରିଥିବା ଲୋକଙ୍କୁ ଭୋଟ୍ ନଦେବାକୁ ଆହ୍ବାନ ଦେଇଥିଲେ।

ଅଧିକ ପଢ଼ନ୍ତୁ: ଲଟେରୀ ଲାଗୁଛି MLA ହେଲେ; ୫ ବର୍ଷରେ ଧୁମ ଟଙ୍କା ଆୟ, ହୋସ ଉଡାଇବ ADR ରିପୋର୍ଟ

ଓଡ଼ିଶା ସମୃଦ୍ଧ, ଓଡ଼ିଶା ଲୋକ କାହିଁକି ଗରିବର କାରଣ ସାମ୍ନାକୁ ଆଣି ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଶାହ। କହିଛନ୍ତି, କଥା ଦେଉଛି ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ । ଭ୍ରଷ୍ଟାଚାରୀ ଜେଲରେ ପଶିବେ। ଏଥିସହ ନବୀନ ବାବୁଙ୍କ ବୟସ ହୋଇଗଲାଣି ତାଙ୍କୁ ରିଟାୟାର୍ଡ କରିବାକୁ ଆହ୍ୱାନ ଦେଇଥିଲେ ଶାହ।

ରାଜ୍ୟ ସରକାରଙ୍କ ଉପରେ ହମଲା ସାଙ୍ଗକୁ ଡବଲ୍ ଇଞ୍ଜିନ୍ ସରକାରର ଫାଇଦା ଗଣେଇଥିଲେ ବିଜେପି ଚାଣକ୍ୟ। ଏଥିସହ ସ୍ଥାନୀୟ ମୁଦ୍ଦାକୁ ଗୁରୁତ୍ୱ ଦେଇ ଆଦିବାସୀଙ୍କ ବିକାଶ, ନକ୍ସଲବାଦ, ଶିକ୍ଷା-ସ୍ୱାସ୍ଥ୍ୟ ଭଳି ପ୍ରସଙ୍ଗରେ ମୋଦି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ସହ, ଓଡ଼ିଶାକୁ ନମ୍ବର ୱାନ୍ କରିବାକୁ ମୋଦିଙ୍କୁ ୫ ବର୍ଷ ସମୟ ଦେବାକୁ ଜନତା ଜନାର୍ଦ୍ଦନଙ୍କୁ ଆହ୍ୱାନ ଦେଇଥିଲେ ଶାହ।

ସେହିପରି ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଆଜି ବିଭିନ୍ନ ସ୍ଥାନରେ ବିଜେପି ପାଇଁ ପ୍ରଚାର କରିବେ। ଆଜି ମୟୂରଭଂଜ ରାଇରଙ୍ଗପୁରରେ ରୋଡ ସୋରେ ଯୋଗ ଦେବେ ହିମନ୍ତ। ଏହା ପରେ ସେ ମୋରଡା ନିର୍ବାଚନମଣ୍ଡଳୀର ସୁଳିଆପଦା, ସୋର ରଘୁନାଥପୁର ଏବଂ ଜଗତସିଂହପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

Amit Shah BJP Odisha Election General Election 2024
Advertisment
Advertisment