Advertisment

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର; ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ଗାଁ ଦାଣ୍ଡ

ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ପାଟ୍ରୋଲିଂ ସହ ପୋଲିସ ଭ୍ୟାନ ସ୍ଥାନରେ ବୁଲି ଯାଞ୍ଚ କରୁଛି। ଏହାସହ ପୋଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖିଛି ଭଦ୍ରକ ପୋଲିସ।

author-image
Sonali Ojha
ଅଦ୍ୟତନ ହୋଇଛି
Ram Navami Celebrated In Bhadrak

Bhadrak Ram Nabami

ଆଜି ପବିତ୍ର ଶ୍ରୀରାମ ନବମୀ । ସବୁଠି ଶୁଭୁଛି ରାମ ନାମ । ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ। । ସଂପୂର୍ଣ୍ଣ ଭକ୍ତିମୟ ପରିବେଶ ସହ ଚଳଚଞ୍ଚଳ ପରିବେଶ।  ସହରଠାରୁ ପୁରପଲ୍ଲୀ ସବୁଆଡେ ଉତ୍ସବମୁଖର ପରିବେଶ । ଭଦ୍ରକର ଐତିହାସିକ ଗାନ୍ଧୀ ପଡିଆରେ ପୂଜା ପାଠ ସହ ଯଜ୍ଞ ଓ ହନୁମାନ ଚାଳିଶା ପାଠ ହେଉଛି।

Advertisment

ଆଜି ଅପରାହ୍ନ ୪ଟାରେ ବାହାରିବ ନଗରସଂକୀର୍ତ୍ତନ। ୮୨ଟିରୁ ଅଧିକ ପ୍ରଜ୍ଞାପନ ମେଢ ସାହି ବସ୍ତିରୁ ବାହାରବ। ଏଥିପାଇଁ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ପେଟ୍ରୋଲିଂକୁ ଜୋରଦାର କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ପାଟ୍ରୋଲିଂ ସହ ପୋଲିସ ଭ୍ୟାନ ସ୍ଥାନରେ ବୁଲି ଯାଞ୍ଚ କରୁଛି। ଏହାସହ ପୋଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖିଛି ଭଦ୍ରକ ପୋଲିସ। ସହର ସୁରକ୍ଷା ସହ ରାମ ନବମୀକୁ ଦୃଷ୍ଟିରେ ରଖି ଭଦ୍ରକ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚରେ କରାଯାଇଛି।

ଅଧିକ ପଢ଼ନ୍ତୁ: ଶ୍ରୀରାମଙ୍କ ୧୨ ଗୁଣ ତାଙ୍କୁ କରିଦେଇଥିଲା ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କ ଠାରୁ ଏହି ଗୁଣସବୁ ଶିଖିନେବା

Advertisment

ହିନ୍ଦୁଧର୍ମରେ ରାମ ନବମୀଙ୍କୁ ଏକ ବଡ ପର୍ବ ଭାବରେ ବିବେଚନା କରାଯାଏ। ଚୈତ୍ର ନବରାତ୍ରୀ ମଧ୍ୟ ଏହି ଦିନ ଶେଷ ହୁଏ। ଶାସ୍ତ୍ର ଅନୁଯାୟୀ, ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଏହି ଦିନ ଜନ୍ମ ହୋଇଥିଲେ, ତେଣୁ ଏହି ଶୁଭ ଦିନକୁ ରାମ ନବମୀ ଭାବରେ ପାଳନ କରାଯାଏ।ଭଗବାନ ରାମ ଅଯୋଧ୍ୟାର ରାଜା ଦାଶରଥ ଏବଂ ରାଣୀ କୌଶଲ୍ୟାଙ୍କ ପୁତ୍ର ଥିଲେ। ଭଗବାନ ଶ୍ରୀରାମ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ବିବେଚନା କରାଯାଏ।

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ତ୍ରେତୟା ଯୁଗରେ ରାବଣର ଅତ୍ୟାଚାରକୁ ଶେଷ କରି ଧର୍ମକୁ ପୁନଃସ୍ଥାପିତ କରିବା ପାଇଁ ଭଗବାନ ବିଷ୍ଣୁ ଏ ଧରାପୃଷ୍ଠରେ ଅବତାରିତ ହୋଇଥିଲେ। ଭଗବାନ ବିଷ୍ଣୁଙ୍କ ଏହି ଅବତାର ରାମ ନାମରେ ଜଣାଶୁଣା। ଭଗବାନ ରାମଙ୍କ ଜନ୍ମ ଚୈତ୍ର ମାସର ଶୁକ୍ଳ ପକ୍ଷର ନବମୀ ଦିନ ପୁନର୍ବସୁ ନକ୍ଷତ୍ରରେ କର୍କଟ ଲଗ୍ନରେ ହୋଇଥିଲା।ସେ ଅଯୋଧ୍ୟା ରାଜା ଦଶରଥଙ୍କ ଘରେ ଜନ୍ମ ହୋଇଥିଲେ, ତେଣୁ ତାଙ୍କୁ ଦଶରଥ ନନ୍ଦନ ମଧ୍ୟ କୁହାଯାଏ। ଏହି ଉତ୍ସବକୁ ରାମ ଜନ୍ମଭୂମି ଅଯୋଧ୍ୟାରେ ବହୁତ ଆଡମ୍ବରର ସହିତ ପାଳନ କରାଯାଏ। ଏଠାରେ ଭକ୍ତମାନେ ସରଜୁ ନଦୀରେ ସ୍ନାନ କରି ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତି।

Sriram Navami
Advertisment
Advertisment