Advertisment

ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି; ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡ଼ା

ପର୍ଶୁରାମ ଧଡ଼ା ହେଲେ ବିଜେପିର ନୂଆ ପ୍ରାର୍ଥୀ। ଏନେଇ ସୂଚନା ଦେଲେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।

author-image
Manoranjan Behera
ଅଦ୍ୟତନ ହୋଇଛି
BJP Field Parshuram Dhada as Soror MLA Candidate

parshuram dhada

ସୋର ନିର୍ବାଚନ ମଣ୍ତଳୀରେ ବଡ଼ ଟ୍ୱିଷ୍ଟ। ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି। ପର୍ଶୁରାମ ଧଡ଼ା ହେଲେ ବିଜେପିର ନୂଆ ପ୍ରାର୍ଥୀ। ଏନେଇ ସୂଚନା ଦେଲେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡା ହେଲେ ପ୍ରାର୍ଥୀ। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ଧଡ଼ା।

Advertisment

କିଛିଦିନ ତଳେ ବିଜେଡି ଛାଡି ପଦ୍ମ ଧରିଥିଲେ ପର୍ଶୁରାମ। ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆସି ବିଜେପିରେ ଯୋଗ ଦେଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସହ ପ୍ରଭାରୀ ଲତା ଉସେଣ୍ଡି ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ପର୍ଶୁରାମ ଧଡ଼ା।

ଅଧିକ ପଢ଼ନ୍ତୁ: ପ୍ରଦୀପଙ୍କୁ ମାଡ଼ମାରି ଗିରଫ ହେଲେ ଶିବଶଙ୍କର; ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ପତ୍ନୀ ସୁଜାତା

Advertisment

ଟିକେଟ ନ ମିଳିବାରୁ କିଛି ଦିନ ତଳେ ସେ ବିଜେଡି ଛାଡିଥିଲେ। ୨୦୧୪ ଓ ୨୦୧୯ରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପର୍ଶୁରାମ ଧଡ଼ା। ୨୦୦୯ରେ ସୋରରୁ ବିଜେପି ଟିକେଟରେ ନିର୍ବାଚନ ଲଢି ମାତ୍ର ୩୬୦ ଖଣ୍ଡ ଭୋଟ ବ୍ୟବଧାନରେ ହାରିଥିଲେ। ଚଳିତ ନିର୍ବାଚନରେ ବିଜେଡି ମାଧବ ଧଡ଼ାଙ୍କୁ ସୋରରୁ ପ୍ରାର୍ଥୀ କରିଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡିଥିଲେ ପର୍ଶୁରାମ ଧଡା। ଏବେ ପୁଣି ଥରେ ଘର ବାହୁଡ଼ା କରିଛନ୍ତି।

BJP Odisha Politics General Elections 2024
Advertisment
Advertisment