• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରୋଚକ ମୋଡରେ ଚାନ୍ଦବାଲି ରାଜନୀତି । ଦଳବଦଳ ପୂର୍ବରୁ ଗାୟବ ହୋଇଗଲେ ଜିଲ୍ଲା ପରିଷଦ ସଦସ୍ୟ। ଧର୍ମପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା ଜୋର୍ । ଭଦ୍ରକ ୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁଙ୍କ ପତ୍ନୀ ତଥା ଚାନ୍ଦବାଲି ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷା ମାନସୀ ସାହୁଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା । ଏହି ଭାଇରାଲ୍ ଭିଡିଓରେ ସେ କହୁଛନ୍ତି ତାଙ୍କର ଯଦି ମୃତ୍ୟୁ ହୁଏ ତାହାଲେ ଏଥିପାଇଁ ବାପି ରାୟ ଓ ରଞ୍ଜନ ସାହୁ ଦାୟୀ ରହିବେ ।

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ଓରଫ୍ ବାପି ରାୟ ଓ ସ୍ବାମୀ ରଞ୍ଜନ ସାହୁଙ୍କ ବିରୋଧରେ କାହିଁକି ଏଭଳି ଅଭିଯୋଗ ଆଣିଲେ ମାନସୀ ? ତାକୁ ନେଇ ଦିନ ତମାମ ହାଇଡ୍ରାମା ଜାରି ରହିଛି। ଗୋଟିଏ ପଟେ ମାନସୀ ହସପିଟାଲ୍ ବେଡ୍‌ରୁ ଭିଡିଓ ମେସେଜ ଦେଉଥିବାବେଳେ ଅନ୍ୟପଟେ ରଞ୍ଜନଙ୍କ ପତ୍ତା ମିଳୁନି । ଗତକାଲିଠାରୁ ସେ କୁଆଡେ ଯାଇଛନ୍ତି ତା’ର କିଛି ଖୋଜ୍ ଖବର ବି ନାହିଁ । ଚର୍ଚ୍ଚା ହେଉଛି ଯେ, ରଞ୍ଜନ ନିଜ ସମର୍ଥକଙ୍କ ସହ ଆଜି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥାନ୍ତେ। ଏଥିପାଇଁ ସବୁ ପ୍ରସ୍ତୁତି ସରିଥିଲା । ରଞ୍ଜନ ବିଜେଡି ଛାଡିଲେ ବିଜେଡିର ବଡ଼ କ୍ଷତି ହେବ । ସେଥିଲାଗି ବିଧାୟକ ବାପି ରାୟ ତାଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ବୁଝା ସୁଝା କରୁଥିବା କୁହାଯାଉଛି । ସେପଟେ ଏନେଇ ନା ରଞ୍ଜନ ନା ମାନସୀ କାହାରି ବି ପ୍ରତିକ୍ରିୟା ମିଳିପାରିନାହିଁ ।

ମାନସୀଙ୍କ ଭାଇରାଲ୍ ଭିଜୁଆଲ୍ ଚର୍ଚ୍ଚା ଥମି ନ ଥିବାବେଳେ ବିଧାୟକ ବାପି ରାୟ ନିଜ ଫେସ୍ ବୁକ୍ ପେଜ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁ ଫଟୋରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରଞ୍ଜନ ସାହୁ ଅଛନ୍ତି । ଚାନ୍ଦିବାଲିରେ ଫାଟୁଥିବା ବିଜେଡି ସଂଗଠନକୁ ପ୍ରଶମିତ କରିବାକୁ ଏ ଫଟୋକୁ ପୋଷ୍ଟ କରିନାହାଁନ୍ତି ତ ଚାନ୍ଦବାଲି ବିଧାୟକ ? ନା ରଞ୍ଜନ ସାହୁଙ୍କ ମାନଭଞ୍ଜନ କରିବାରେ ସଫଳ ହେଲା ଦଳ ? ଏନେଇ ବିଧାୟକ ବ୍ୟୋମକେଶ ରାୟଙ୍କ କୌଣସି ପ୍ରତିକ୍ରିୟା ମିଳି ନ ଥିବାବେଳେ ବିଜେପି କିନ୍ତୁ ଅଭିଯୋଗ ଆଣିଛି ମାନସୀଙ୍କ ଜୀବନ ବିପଦରେ, ଘଟଣାର ନିରପେକ୍ଷ ଯାଞ୍ଚ କରାଯାଉ।

ଚାନ୍ଦବାଲିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିର୍ବାଚନ ଲଢୁଛନ୍ତି । ଯେଉଁଥିପାଇଁ ଲଢେଇ ବି ଜୋରଦାର ହେବ । ଆଉ ବିଜେଡି ଅସନ୍ତୁଷ୍ଟ ବିଜେପି ଆଡକୁ ମୁହାଁଉଥିବାରୁ ଅକଳରେ ବିଜେଡି । ତେବେ ଚାନ୍ଦବାଲି ସସପେନ୍ସ ଉପରୁ ପରଦା କେବେ ଉଠୁଛି ତା ଉପରେ ନଜର ।