Advertisment

ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍; ୧୫ ଅସୁସ୍ଥ

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବ୍ୟବହୃତ ବିଷାକ୍ତ ଗ୍ୟାସ ଲିକରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Gas Leak at Prawn Factory In Balasore

Gas Leak

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ହୋଇ ୧୫ରୁ ଅଧିକ ଅସୁସ୍ଥ। ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟରେ ଅଘଟଣ। ଗଡ଼ିଆମାଳ ଠାରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆଜି ସନ୍ଧ୍ୟା ବେଳେ କର୍ମଚାରୀମାନେ କାର୍ଯ୍ୟ କରୁଥିବାବେଳେ, ହଠାତ୍ ମୁଣ୍ଡ ବୁଲାଇବା ସହ ଅଚେତ ହୋଇଯାଇଥିଲେ। ସେମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ଅନେକ ନାବାଳିକା ମଧ୍ୟ ଅଛନ୍ତି।

Advertisment

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବ୍ୟବହୃତ ବିଷାକ୍ତ ଗ୍ୟାସ ଲିକରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ମେଡିକାଲରେ ଅସୁସ୍ଥ ମାନଙ୍କ ଚିକିତ୍ସା ଚାଲିଥିବା ବେଳେ, ଏନେଇ ଡାକ୍ତର କିମ୍ବା କଂପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ପାଣ୍ଡରା ଛକରେ ଭୟଙ୍କର ଅଗ୍ନିକାଣ୍ଡ; ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୫ଦୋକାନ

Advertisment
Odisha News Gas Leak
Advertisment
Advertisment