• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୀଳଗିରିରୁ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ସନ୍ତୋଷ ଖଟୁଆ ହେଲେ ବିଜେପି ପ୍ରାର୍ଥୀ । ସନ୍ତୋଷ ଖଟୁଆ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳ ସୁକାନ୍ତ ନାୟକଙ୍କୁ ଟିକେଟ ଦେବାରୁ ସେ ବିଜେଡି ଛାଡ଼ିଥିଲେ । ଅନ୍ୟପଟେ ଗତକାଲି ବିଜେପି ଶେଷ ୭ଟି ଆସନ ମଧ୍ୟରୁ ୬ଟିରେ ପ୍ରାର୍ଥୀ ଘୋଷଣା କରିଥିଲା । କେବଳ ନୀଳଗିରି ଆସନ ବାକି ରହିଥିଲା । ଆଜି ସନ୍ତୋଷ ଖଟୁଆଙ୍କୁ ବିଜେପି ପ୍ରାର୍ଥୀ କରିଛି ।

ଗତକାଲି ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ବାରବାଟୀ-କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଜେନା ଓ ବେଗୁନିଆ ବିଧାନସଭା ଆସନରୁ ପ୍ରକାଶ ରଣବିଜୁଳିଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ଅଧିକ ପଢ଼ନ୍ତୁ: ଅନୁଭବଙ୍କ ଅଭିଯୋଗ, ‘ଗଞ୍ଜେଇ ବେପାରୀ, ହତ୍ୟା ଅଭିଯୁକ୍ତକୁ ପ୍ରାର୍ଥୀ କରିଛି ବିଜେଡି’

ଏହାପୂର୍ବରୁ ଗତକାଲି ବିଜେଡି ମଧ୍ୟ ଶେଷ ପ୍ରାର୍ଥୀ ତାଲିକାରେ ୩ ଜଣଙ୍କ ନାଁ ଘୋଷଣା କରିଥିଲା । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । କୋରେଇରୁ ସଂଧ୍ୟାରାଣୀ ଦାସ, ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ, ନୀଳଗିରିରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ନାୟକ । ସେପଟେ ଦେବଗଡ଼ ବିଧାନସଭା ପ୍ରାର୍ଥୀ ବଦଳାଇଥିଲା ବିଜେଡି । ରୋମାଞ୍ଚ ରଂଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଂଜନ ହେଲେ ପ୍ରାର୍ଥୀ । କୋରେଇରେ ପ୍ରାର୍ଥୀ ହୋଇଥିବା ସଂଧ୍ୟାରାଣୀ ଦାସ ହେଉଛନ୍ତି ବିଜେଡି ସଂଗଠନ ସଂପାଦକ ବବି ଦାସଙ୍କ ମା’ ।

ଗତକାଲି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳ ଛାଡ଼ିଥିଲେ ଦୁଇ ନେତା । ଖଣ୍ଡପଡ଼ାରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲା ଉପସଭାପତି ଓ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ସନ୍ତୋଷ ଖଟୁଆ । ସେ ନୀଳଗିରି ବିଧାନସଭା ଆସନରୁ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ । ଏହି ଦୁଇ ନେତାଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now