• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚର୍ଚ୍ଚାରେ ବିଜେପିର ଟପ୍ ଫାଇପ୍ ଲିଡରଙ୍କ ମିଳିତ ମାରାଥନ୍ କ୍ୟାମ୍ପେନ୍ । କିଛି ଦିନ ତଳେ ପ୍ରେସମିଟ କରି ଏକା ସାଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ଅପରାଜିତା ଆଉ ପ୍ରତାପ ଷଡଙ୍ଗୀ । ଆଉ ଆଜି ବି ଉପକୂଳ ଓଡ଼ିଶାର ୨ଟି ସ୍ଥାନରେ ମିଳିତ ପ୍ରଚାର ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ତୀବ୍ର ହମଲା କରିଛନ୍ତି ଏହି ପାଞ୍ଚ ନେତା ।

ପ୍ରଚାର ପାଇଁ ରାଜ୍ୟ ବିଜେପିର ଟିମ୍ ଫାଇଭ ଫର୍ମୁଲା । ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ପ୍ରତାପ, ଅପରାଜିତା । କର୍ମୀଙ୍କ ଭିତରେ ଉତ୍ସାହ ଭରିବାକୁ ଶୀର୍ଷ ନେତାଙ୍କ ମିଳିତ କ୍ୟାମ୍ପେନ୍ । ପୂର୍ବରୁ ଭୁବନେଶ୍ୱରରେ ଏକାଠି ସମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଆଉ ଆଜି ଏକାଠି ହୋଇ ବାଲେଶ୍ୱର, କେନ୍ଦ୍ରାପଡା ଓ ଭୁବନେଶ୍ୱରରେ ମାରାଥନ୍ କ୍ୟାମ୍ପେନିଂ, ମାରାଥନ୍ କାର୍ଯ୍ୟକର୍ତ୍ତା ବୈଠକ । ଭୁବନେଶ୍ୱରରୁ ଏକା ସାଙ୍ଗରେ ୪ ନେତା ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର ଓ ଅପରାଜିତା ଗୋଟିଏ ହେଲିକପ୍ଟରରେ ସାଙ୍ଗ ହୋଇ ବାଲେଶ୍ୱର ଯିବା ପରେ ସେଠି ତାଙ୍କୁ ସ୍ୱାଗତ କରିଥିଲେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ।

ସେଠୁ ୭ ବିଧାୟକ ପ୍ରାର୍ଥୀଙ୍କୁ ଧରି ପାଞ୍ଚ ନେତା ବିଶାଳ ରୋଡ୍ ଶୋ କଲେ । ପରେ ବାଲେଶ୍ୱର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ପୃଥକ ପୃଥକ ଭାବେ ସରକାରଙ୍କୁ ଘେରିଲେ । ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଥିଲେ, ଜୁନ ୧୦ରେ ଓଡିଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ।

ବିଜେପିକୁ ସଫଳ କରିବାକୁ ଓଡିଶାବାସୀ ମନସ୍ଥ କରିସାରିଛନ୍ତି । ଓଡିଶାରେ ଏବେ ୨ ଜଣ ଏକାଠି ବୁଲି ବୁଲି କମେଡି ଭିଡିଓ କରୁଛନ୍ତି । ଏଆଇ, ଡିପ୍ ଫେକ ଭିଡିଓ ଆମେ ଧରି ଦେବାରୁ ଲୁଚି ଛପି ଭିଡିଓ କରି ଛାଡୁଛନ୍ତି । ସେହିପରି ଅପରାଜିତା ଷଡଙ୍ଗୀ କହିଛନ୍ତି ଆଉଟସୋର୍ସରେ ସରକାର ଚାଲିଛି ।

ସମାନ ଢଙ୍ଗରେ ବାଲେଶ୍ୱର କାର୍ଯ୍ୟକର୍ତ୍ତା ବୈଠକ ସାରି କେନ୍ଦ୍ରପଡାରେ ଲ୍ୟାଣ୍ଡ କରିଥିଲା ପାଞ୍ଚ ନେତାଙ୍କ ଚପର୍ । ଆଉ ପ୍ରବଳ ବର୍ଷା ସତ୍ତ୍ୱେ ଶହ ଶହ କାର୍ଯ୍ୟକର୍ତ୍ତାକୁ ଉଦବୋଧନ ଦେଇଥିଲେ ଜଣଙ୍କ ପରେ ଜଣେ ନେତା । ଧର୍ମେନ୍ଦ୍ର କହିଥିଲେ ମୁଖ୍ୟମନ୍ତ୍ରୀ ନିଜ ନିୟନ୍ତ୍ରଣରେ ନାହାନ୍ତି । ନବୀନ ବାବୁଙ୍କୁ ଆଉ ନେତା ମିଳିଲେନି ଯେ, ବାହାରୁ ଆଣି ନେତା କରିଛନ୍ତି ବୋଲି ତାତ୍ସଲ୍ୟ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପର୍ଯ୍ୟଟକ ମନ୍ତବ୍ୟର ନିନ୍ଦା କରିଥିଲେ ।

କେନ୍ଦ୍ରାପଡା ସହ ବିଜେପି ୨୧ରୁ ୨୧ ଲୋକସଭା ଜିତିବ ବୋଲି ମଧ୍ୟ ଦୃଢୋକ୍ତି ପ୍ରକାଶ କରିଥିଲେ ଧର୍ମେନ୍ଦ୍ର । ସେହିପରି ଦୁଇ କାର୍ଯ୍ୟକର୍ତ୍ତା ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ଏକାଧିକ ପ୍ରସଙ୍ଗରେ ସରକାରକୁ ଆକ୍ରମଣ କରିବା ସହ କର୍ମୀଙ୍କୁ ଏହା ବିରୋଧରେ ଜୋରଦାର ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି ।

କିଛି ଦିନ ପୂର୍ବରୁ ରାଜଧାନୀରେ ସାମ୍ବାଦିକ ସମ୍ମିଳନୀ ଡାକି ଗୋଟିଏ ମଞ୍ଚରେ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜେପିର ଏହି ଟପ୍ ଫାଇଭ । ଆଜି ପୁଣି ଏକା ସାଙ୍ଗରେ ମାରାଥନ କାର୍ଯ୍ୟକ୍ରମ କରି ଦଳ ଯେ ସମ୍ମିଳୀତ ନେତୃତ୍ୱରେ ବିଶ୍ୱାସ ରଖେ, ସେ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ଦଳ । ଏହାସହ ବିଜେଡିର ୪୦ ଜଣ ଷ୍ଟାର କ୍ୟାମ୍ପେନରଙ୍କ ମଧ୍ୟରୁ କେବଳ ନବୀନ ଓ ପାଣ୍ଡିଆନ ପ୍ରଚାରରେ ବୁଲୁଥିବା ବେଳେ, ଘନ ଘନ କେନ୍ଦ୍ରୀୟ ନେତୃତ୍ୱଙ୍କ କ୍ୟାମ୍ପେନ୍ ସହ ରାଜ୍ୟ ବିଜେପିର ଶୀର୍ଷ ନେତାଙ୍କ ଏ ପ୍ରଚାର ଲଢ଼େଇ ଭିନ୍ନ ବାର୍ତ୍ତା ଦେଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now