Advertisment

୨୯ରେ ପୁଣି ଆସିବେ ମୋଦି, କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ କରିବେ ଜନସଭା

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
PM Modi To Visit Odisha On May 29

Narendra Modi

ବିଜେପି ଫୋକସରେ ଓଡ଼ିଶା । ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

Advertisment

ସୂଚନା ଅନୁସାରେ ଚଳିତ ମାସରେ ତିନି ଥର ଓଡ଼ିଶା ଆସିଛନ୍ତି ମୋଦି । ମେ’ ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି । ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରି ପ୍ରଧାନମନ୍ତ୍ରୀ, ଖାଲି ବିଜେଡିର ଏକ୍ସପାଏରୀ ଡେଟ୍ ଦେଇ ନଥିଲେ ବରଂ ଜୁନ୍ ୧୦ରେ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ଯୋଗ ଦେବାକୁ ନିମନ୍ତ୍ରଣ ବି କରିଥିଲେ।

ଅଧିକ ପଢ଼ନ୍ତୁ: କଟକରେ ମୋଦିଙ୍କ କଡ଼ା ମନ୍ତବ୍ୟ; ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !

Advertisment

ତେବେ ଏହାର ଚାରି ଦିନ ପରେ ଅର୍ଥାତ ମେ’ ୧୦ରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ୧୦ରେ ଭୁବନେଶ୍ୱରରେ ରୋଡ୍‌ ସୋ’ କରିବା ପରେ ୧୧ରେ ତିନୋଟି ବିଶାଳ ଜନସଭା କରିଥିଲେ । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାରେ ସମ୍ବୋଧିତ କରିଥିଲେ ମୋଦି ।

ଏହାପରେ ମେ’ ୧୯ରେ ପୁଣି ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ । ୧୯ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ଦଳୀୟ କର୍ମକର୍ତ୍ତାଙ୍କୁ ସେ ଭେଟିଥିଲେ । ଏହାପରେ ୨୦ ତାରିଖ ସକାଳୁ ସେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଏହାପରେ ପୁରୀ ବଡ଼ଦାଣ୍ଡରେ ବିରାଟ ରୋଡ୍‌ ସୋ’ କରିଥିଲେ ମୋଦି । ପୁରୀରେ ରୋଡ୍‌ ସୋ’ କରିବା ପରେ ଅନୁଗୁଳ ଯାଇ ସେଠାରେ ବିରାଟ ଜନସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ଅନୁଗୁଳ ପରେ କଟକରେ ମଧ୍ୟ ଏକ ବଡ଼ ଜନସଭାରେ ଯୋଗ ଦେଇ ବିଜେଡି ସରକାରକୁ ଧୁମ୍ ଧୁଲେଇ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ରେ କରିଥିବା ଜନସଭା ମଞ୍ଚରୁ ବିଜେଡି ସରକାରକୁ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ କରିଥିଲେ ନିଶାନା । କଟକରେ କହିଥିଲେ- ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ଓ ଖଣି ମାଫିଆ ଦେଇଛି ।

ବିଜେଡି ନେତା ମାଫିଆଗିରିରେ ପୁରା ୨୪ ଘଣ୍ଟା ଲାଗିଛନ୍ତି । ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବଜା କରି ବସିଛି । ଜୁନ୍ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ । ବିଜେଡି କଳା ଚିଠା ଏବେ ଲୋକଙ୍କ ସାମ୍ନାକୁ ଆସିବାରେ ଲାଗିଛି। କଂଗ୍ରେସ ଅମଳରେ ଖଣିଜ ନୀତିରୁ ୫ ହଜାର କୋଟି ମିଳିଥିଲା, ମୋଦି ସରକାରରେ ଖଣିଜ ନୀତିରୁ ଓଡ଼ିଶାକୁ ୫୦ ହଜାର କୋଟି ମିଳୁଛି।

DMF ପ୍ରସଙ୍ଗ ଉଠାଇ କହିଥିଲେ, ରାଜ୍ୟକୁ ଦେଇଛୁ ୨୬ ହଜାର କୋଟି ଟଙ୍କା, ସେଥିରେ ବି ଦୁର୍ନୀତି କରିଛନ୍ତି ବିଜେଡି ନେତା । ବିଜେଡିର ଭ୍ରଷ୍ଟାଚାରୀ ରାକେଟକୁ ନେଇ ଲୋକ ଅତିଷ୍ଠ ହେଲେଣି। ଚିଟଫଣ୍ଡ ଦୁର୍ନୀତିରେ ବିଜେଡି ଓଡ଼ିଶା ଲୋକଙ୍କୁ ଧୋକା ଦେଇଛି। ଓଡ଼ିଶାକୁ ବରବାଦ କରିଥିବା ଲୋକଙ୍କ ପାଇଁ ଏ ନିର୍ବାଚନ ସଜା ଦେବାର ସୁଯୋଗ। ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ ବୋଲି ଭୋଟରଙ୍କୁ ନିବେଦନ କରିଥିଲେ ମୋଦି।

କଟକ ନିର୍ବାଚନୀ ସଭା ମଞ୍ଚରୁ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବି ଟାର୍ଗେଟ୍ କରିଥିଲେ ମୋଦି। କହିଥିଲେ- ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି। ରତ୍ନଭଣ୍ଡାର ଚାବି ତାମିଲନାଡୁ ଯିଏ ନେଇଛି, ସେଭଳି ଲୋକକୁ ଓଡ଼ିଶାବାସୀ ଜମା କ୍ଷମା କରିବେନି। ରତ୍ନଭଣ୍ଡାର ଯାଞ୍ଚ କମିଟି ରିପୋର୍ଟକୁ ଚାପି ଦିଆଯାଇଛି। ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍ ଖୋଲିବ ଓ ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ଯଦି ସେଥିରେ କିଛି ଗଡ଼ବଡ଼ି ଥିବ, ତେବେ ମୋଦି କାହାକୁ ଛାଡ଼ିବ ନାହିଁ ବୋଲି ଗ୍ୟାରେଣ୍ଟି ଦେଇଥିଲେ ପ୍ରଧାନମନ୍ତ୍ରୀ ।

କଟକ ପୂର୍ବରୁ ଅନୁଗୁଳରେ ବି ରାଜ୍ୟ ସରକାରଙ୍କୁ ଧୁମ୍ ଧୂଲେଇ କରିଥିଲେ ମୋଦି। ପଚାରିଥିଲେ-ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ ଏ ଜୀବନଯୁଦ୍ଧ କାହିଁକି? କାମଧନ୍ଦା ପାଇଁ ଆଜି ହଜାର ହଜାର ଯୁବକ କାହିଁକି ବାହାରକୁ ଯାଉଛନ୍ତି ? ଓଡ଼ିଶା ବରବାଦିର କାରଣ ବିଜେଡି ସରକାର । କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ସିଏମ ନିବାସକୁ ଘେରି ରହିଛନ୍ତି ବୋଲି କହିଥିଲେ ମୋଦି ।

ଅଧିକ ପଢ଼ନ୍ତୁ: ‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’

 

BJP PM Narendra Modi Odisha Election General Election 2024
Advertisment
Advertisment