Advertisment

ବଦଳିଛି ପାଗର ମିଜାଜ୍, ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା; ୪ରୁ ୬ ଡିଗ୍ରୀ କମିବ ତାତି

ରାଜ୍ୟରେ ବଦଳିଛି ପାଗର ମିଜାଜ୍ । ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା । ଆଗାମୀ ୩ ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Rain Lashes in Odisha

Weather Update

ରାଜ୍ୟରେ ବଦଳିଛି ପାଗର ମିଜାଜ୍ । ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା । ଆଗାମୀ ୩ ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି ଓ କନ୍ଧମାଳ ।

Advertisment

ଆଜି ପାଇଁ ୧୪ ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ପବନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୦ ତାରିଖ ଯାଏ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ଏହାର ପ୍ରଭାବରେ ଆଗାମୀ ୩ରୁ ୪ ଦିନ ପାଇଁ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ କମିବା ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: ବର୍ଷା ଆଣିଲା ଆଶ୍ୱସ୍ତି; କମିଲା ତାତି, କିଛି ଜିଲ୍ଲାରେ କୁଆପଥର ମାଡ଼

Advertisment

ସେପଟେ ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ ହୋଇଛି । ଗଞ୍ଜାମ ଜିଲ୍ଲା ଆସିକାରେ ପ୍ରାୟ ଘଣ୍ଟାଏ ଧରି ପ୍ରବଳ କୁଆପଥର ବର୍ଷା ହୋଇଥିଲା l ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ସମ୍ଭାବନା ରହିଛି । ୭ ତାରିଖରୁ ବଢିବ ବର୍ଷା ବିସ୍ତୃତି । ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଉତ୍ତର ଉପକୂଳ ଓଡ଼ିଶା-ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ରହିବା ସମ୍ଭାବନା ରହିଛି । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ପାଣିପାଗ ବିଭାଗ ରେକର୍ଡ କହୁଛି, ଗତ ୧୫ ବର୍ଷରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ୨୦୧୦ରେ ଏପ୍ରିଲ ମାସରେ ୨୩ ଦିନ ଦୁଇଟି ଅବଧିରେ ଅନୁଭୂତ ହୋଇଥିଲା ।

କିନ୍ତୁ ୨୦୧୬ରେ ଲଗାତର ଭାବେ ୨୧ ଦିନ ଅର୍ଥାତ୍ ୧୦ ଏପ୍ରିଲରୁ ୩୦ ଏପ୍ରିଲ ଯାଏଁ ରହିଥିଲା ଗ୍ରୀଷ୍ମପ୍ରବାହ ।ଚଳିତ ବର୍ଷ ଓଡ଼ିଶାରେ ଏଭଳି ଗ୍ରୀଷ୍ମପ୍ରବାହକୁ ନେଇ ପରିବେଶବିତଙ୍କ ଭିନ୍ନ ମତ ରହିଛି । ଗ୍ରୀଷ୍ମଦିନରେ ଓଡ଼ିଶା ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଉତ୍ତପ୍ତ ବାୟୁ ପ୍ରବାହ, ସମୁଦ୍ର ମଧ୍ୟରୁ ସ୍ଥଳ ଭାଗକୁ ବାୟୁ ପ୍ରବାହିତ ନହେବା, ଆଣ୍ଟି ସାଇକ୍ଲୋନିକ ପ୍ରକ୍ରିୟା, ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁରୁ ବାହାରୁଥିବା ଉତ୍ତପ୍ତ ପବନ ହେଉଛି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନ ବୃଦ୍ଧି ହେବାର ପ୍ରମୁଖ କାରଣ ।

Weather Update Rainfall
Advertisment
Advertisment