ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ତା’ସହ ରାଜନୀତି କ୍ୟାରିୟର ଉପରେ ବି ମନ୍ତବ୍ୟ ରଖିଛନ୍ତି ଅନୁଭବ । ଆଗକୁ ଲୋକ ଯଦି ଚାହିଁବେ ତେବେ ରାଜନୀତି ମାଧ୍ୟମରେ ସେବା କରିବି ବୋଲି କହିଛନ୍ତି ।
ଜୟପୁର ସହର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରିବା ପରେ ଦଳୀୟ କର୍ମୀଙ୍କୁ ବଣ୍ଟାଯାଇଥିଲା ଟଙ୍କା ।
ଜାତୀୟ ଶିକ୍ଷା ନୀତିରେ ୮ଟି ବିଷୟରେ କ୍ରୀଡ଼ା ଓ ଫିଜିକାଲ୍ ଏଜୁକେଶନ ବା ଶାରିରୀକ ଶିକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଏହାକୁ ଆଉ ଏକ୍ସଟ୍ରାକରିକୁଲାର୍ ନୁହେଁ, ଏକ ବିଧିବଦ୍ଧ ବିଷୟ ଭାବରେ ପିଲାମାନେ ପଢ଼ିବେ ବୋଲି ସେ କହିଛନ୍ତି ।
ଦୀର୍ଘ ଦିନ ଧରି ଗାଦି ମାଡି ବସିଛନ୍ତି ବାବୁ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି SPଙ୍କ ଯାଏ । ସବୁଠି ଯେମିତି କୋଳି ଖାଇ ମଞ୍ଜି ପୋତିଛନ୍ତି ଅଫିସର । ଗାଦି ମଡା ଅଧିକାରୀଙ୍କ ତାଲିକା ବି ରାଜ୍ୟରେ ବେଶ ଲମ୍ବା ।
ଓଡ଼ିଶାକୁ ପୁଣି ଫେରିଲା କରୋନା । ତା’ ସାଙ୍ଗକୁ ଫେରିଲା ମାସ୍କ ପରିଧାନ ପରାମର୍ଶ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ଡ୍ୟାସବୋର୍ଡରେ ଅପଲୋଡ୍ ହୋଇଛି ଡାଟା । ଏଥିରେ ରାଜ୍ୟର ଜଣେ ବ୍ୟକ୍ତି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି ।
ତେଜିବାରେ ଲାଗିଛି ପାଣ୍ଡିଆନ- କାମିୟା ଜାନି ବିବାଦ । ଗୋଟେ ପଟେ ରାଜନୈତିକ ବୟାନ ବାଜି, ଅନ୍ୟ ପଟେ ବିକ୍ଷୋଭ, ପ୍ରତିବାଦ । ଘଟଣାକୁ ନେଇ ଆଜି ସିଧାସଳଖ ପାଣ୍ଡିଆନ ଆଉ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ।
ଲୋକଙ୍କ ଅଭିଯୋଗ ଶୁଣିଲେ ମନରେ ପ୍ରଶ୍ନ ଆସୁଛି, ପାଇପ ଜଳ ନାଁରେ ଏମାନଙ୍କ ବିଶ୍ୱାସରେ ବିଷ ଦେଇନାହାନ୍ତି ତ ସରକାର ? ଯେଉଁ ଜଳକୁ ବିଶୁଦ୍ଧ କୁହାଯାଉଛି, ତାହା ହିଁ ବେମାରୀ ଡାକୁନି ତ?
ପୂର୍ବରୁ ଚେଲ୍ଲା କୁମାର ଥିଲେ ଓଡ଼ିଶା ପିସିସି ପ୍ରଭାରୀ । ତାଙ୍କ ସ୍ଥାନରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତ କରିଛି କଂଗ୍ରେସ । ଅଜୟଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଗୋଚରରେ ହେଉ କି ଅଗୋଚରରେ। ଆପଣଙ୍କ ନାଁରେ ଇସ୍ୟୁ ହୋଇଛି କି କୌଣସି କ୍ରେଡିଟ୍ କାର୍ଡ ? ସେହି କ୍ରେଡିଟ୍ କାର୍ଡରେ ହୋଇଛି କି କୌଣସି ଟ୍ରାଞ୍ଜାକ୍ସନ୍ ? ଯଦି ହଁ, ତେବେ ଆପଣଙ୍କ ଜାଣତରେ ନା ଅଜାଣତରେ ?
ଦୋଷୀ ବିରୋଧରେ ଆଇପିସିରେ ଠକେଇ, ଜାଲିଆତି, ଆଇ.ଟି ଆକ୍ଟ ସହ ଚିଟଫଣ୍ଡ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ପ୍ରିନସ ମେ ୨୦୨୨ରେ ଉତ୍ତର ପ୍ରଦେଶ ମଝୁରାରୁ ଗିରଫ୍ ହୋଇଥିଲା ।
ଘଟଣାର ତଦନ୍ତ ପରେ ମୋଟ ୫ ଜଣ ଚୋରଙ୍କ ସହ ଜଣେ ଦୋକାନୀ ମାଲିକକୁ ଗିରଫ କରିଛି ପୋଲିସ । ଗିରଫ ହେଲେ ପଗଡ଼ ଗାଁର ଅଜୁ ଦାସ , ରାଜୁ ଦାସ ଓ ରାମ ଦାସ, କେନ୍ଦ୍ରାପଡା ଅଞ୍ଚଳର ବଳିଆ ଦାସ ଓ ତିହିଡି ଥାନା ଅଞ୍ଚଳର ଦୁଃଖକୁ ଗିରଫ କରାଯାଇଥିଲା ।
ମହାପ୍ରଭୁ ଜଗନ୍ନାଥଙ୍କ ବିସର୍ଜନକୁ ନେଇ ଉଠିଥିଲା ପ୍ରଶ୍ନ। ଜଗନ୍ନାଥ ଦାରୁ ଦିଅଁ ହେଇଥିବାରୁ ତାଙ୍କ ମାଟି ପ୍ରତିମା ହୋଇନଥାଏ କି ବିସର୍ଜନ କରାଯାଇନଥାଏ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।
କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଠକେଇ ହୋଇଛି । ୫ ଜଣ ଠକଙ୍କୁ ବାନ୍ଧିଛି ସାଇବର ଥାନା ପୋଲିସ । ରାକେଶ କୁମାର ନାମକ ବ୍ୟକ୍ତି ଅଭିଯୋଗ କରିବା ପରେ ସାମ୍ନାକୁ ଆସିଲା ଏଭଳି ଠକେଇ ।
ଘର ଛାଡ଼ିବା ପାଇଁ କହିବାରୁ ମାଲିକଙ୍କୁ ପିଟି ପିଟି ହତ୍ୟା କଲା ଭଡ଼ାଟିଆ। ପରେ ଜଙ୍ଗଲରେ ଯାଇ ଲୁଚିଥିବା ବେଳେ ଅଭିଯୁକ୍ତକୁ କାବୁ କରିଛି ପୋଲିସ।
କରୋନା କଡ଼ ଲେଉଟାଇବା ପରେ ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।
କାମିୟାଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଅବଢା ଖୁଆଇବାକୁ ନେଇ ବିଜେପି ଲଗାତାର ଭାବେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରି ଆସୁଛି ।
ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ନନ୍ଦନକାନନର ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖରେ ପର୍ଯ୍ୟଟକମାନେ ଏହି ୪ ନୂଆ ଜନ୍ତୁଙ୍କୁ ଦେଖିପାରିବେ ।
ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ ଶନିବାର ଚନ୍ଦ୍ର- ମେଷ ରାତ୍ରି ୦୩.୧୭ ଗତେ ବୃଷ ତିଥି- ୧୧ଶୀ ପ୍ରାତଃ ୦୭.୧୨ ଗତେ ୧୨ଶୀ ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୩.୧୭ ଗତେ ବିଛା ରାଶିର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ
ରାୟଗଡ଼ା ବ୍ଲକ୍ ହାଲୁଆରେ ଚାଷୀଙ୍କୁ ଭେଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ରାଜ୍ୟପାଳ । ଚାଷୀଙ୍କୁ ରାସାୟନିକ ସାର ବଦଳରେ ପ୍ରାକୃତିକ ପଦ୍ଧତିରେ ଚାଷ କରିବାକୁ ପରାମର୍ଶ ଦେଇଥିଲେ ।
ସାରା ରାଜ୍ୟରେ ଅସହ୍ୟ ଜାଡ । ପାରଦ ତଳକୁ ତଳକୁ ଖସୁଛି । ଥଣ୍ଡାରେ ଥରୁଛନ୍ତି ସମସ୍ତେ । ତେବେ ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ଏବଂ ଆକାଶ ନିର୍ମଳ ଥିବାରୁ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ କମିବା ସମ୍ଭାବନା ରହିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କାଲୁଆ ରାତିରେ କେମିତି ଶୋଇଛି ସାହି ଗଳିର ସହର କଟକ । ଏଠି ବି ରାସ୍ତା କଡ଼, ଫୁଟଫାଥ୍ ସବୁଠି ସ୍ପଷ୍ଟ ନଜରକୁ ଆସିଥିଲେ ନିରାଶ୍ରୟ । ବୁଲି ବୁଲି ପହଞ୍ଚିଗଲୁ ବଡ଼ ମେଡିକାଲରେ । ଗଛ ମୂଳ, ପାର୍କିଂ ସ୍ଥଳ, ଡଷ୍ଟବିନ୍ ପାଖ । ଯୁଆଡ଼େ ଚାହିଁଲେ, ଲୋକ ଶୋଇଛନ୍ତି ।
ଠକ ଦମ୍ପତ୍ତିଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ନୟାପଲ୍ଲୀ ପୋଲିସ। ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି। ଠକେଇ ଟଙ୍କାରେ ଅଭିଯୁକ୍ତ ଅକ୍ଷୟ ବହୁ ମୂଲ୍ୟବାନ ଜମି କିଣିଥିବା ଜଣାପଡ଼ିଛି।