Advertisment

ବିଲ୍ ଟଙ୍କା ମିଳିଲାନି; 5T ସ୍କୁଲରେ ତାଲା ପକାଇଲେ ଠିକାଦାର

ଫାଇଭ୍ ଟି ସ୍କୁଲର କାମ କରିଥିଲେ ଠିକାଦାର। କାମ ସରିବାର ବର୍ଷେ ପରେ ମଧ୍ୟ ବିଲ୍ ଟଙ୍କା ମିଳିନାହିଁ। ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଠିକାଦାର।

author-image
Manoranjan Behera
ଅଦ୍ୟତନ ହୋଇଛି
Balasore Contractor Locks 5T School

5T School

ସରକାରୀ କାମ କରିବା ପରେ ମିଳୁନି ଟଙ୍କା। ଟଙ୍କା ନମିଳିବାରୁ ଠିକାଦାରଙ୍କ ପ୍ରତିବାଦ। ଫାଇଭ୍ ଟି ସ୍କୁଲର କାମ କରିଥିଲେ ଠିକାଦାର। କାମ ସରିବାର ବର୍ଷେ ପରେ ମଧ୍ୟ ବିଲ୍ ଟଙ୍କା ମିଳିନାହିଁ। ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଠିକାଦାର। ଏହା ଦ୍ୱାରା ସ୍କୁଲରେ ପାଠପଢ଼ା ହୋଇପାରି ନାହିଁ। ଛାତ୍ରଛାତ୍ରୀ ଓ ଶିକ୍ଷକମାନେ କ୍ଲାସରୁମକୁ ଯାଇନପାରି ବାହାରେ ବସିଛନ୍ତି।

Advertisment

ଏହି ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଦାହାପଡ଼ା ଚିନ୍ତାମଣି ହାଇସ୍କୁଲର। ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପିଲା କ୍ଲାସରୁମକୁ ଯାଇନପାରି ବାହାରେ ଛିଡ଼ା ହୋଇଛନ୍ତି। ଶିକ୍ଷକମାନେ ବି ବାହାରେ ଛିଡ଼ା ହୋଇଛନ୍ତି। ଉପରିସ୍ଥ ଅଧିକାରୀ କହିଛନ୍ତି, ଏହାର ତଦନ୍ତ କରାଯିବ।

ତେବେ ଠିକାଦାରଙ୍କ ଅଭିଯୋଗ ଯେ ବାରମ୍ବାର ବିଲ୍‌ ପାଇଁ ଦୌଡ଼ିବା ସତ୍ତ୍ୱେ ବିଲ୍‌ ପାସ ହେଉନାହିଁ। ତେବେ କାମ ସରିବାର ବର୍ଷେ ବିତିଯାଇଥିଲେ ବି କାମ ଟଙ୍କା ଏବେ ବି ମିଳିନି। ସେଥିପାଇଁ ବାଧ୍ୟ ହୋଇ ସ୍କୁଲ୍‌ରେ ତାଲା ପକାଇବାକୁ ପଡ଼ିଲା।

Advertisment

5T School
Advertisment
Advertisment