Advertisment

ପୋଲିସକୁ କାମୁଡ଼ି ଅଭିଯୁକ୍ତ ଛୁ; ଆକ୍ରମଣ ଅଭିଯୋଗରେ ମା’ ଗିରଫ...

ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ ପୋଲିସକୁ କାମୁଡ଼ି ଖସିଗଲା । କେଉଁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି ଘଟଣା । ଗିରଫ କରି ନେବାବେଳେ ପୋଲିସକୁ ଆକ୍ରମଣ ସହ କାମୁଡ଼ିଲା ଅଭିଯୁକ୍ତ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Criminal Escapes From Police Custody

Murder accused biting police

ପୋଲିସକୁ କାମୁଡ଼ି ଚମ୍ପଟ ମାରିଲା ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ମିଳିଥିବା ସୂଚନା ଅନୁଯାୟୀ, ଫେରାର୍ ଅଭିଯୁକ୍ତର ନାଁ ପ୍ରଦୂଷ ବରାଳ । ଘର ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରଡ଼ାପାଳ ଗାଁରେ। ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ମାମଲାରେ ଦୀର୍ଘଦିନ ଧରି ଫେରାର ଥିଲା ପ୍ରଦୂଷ ।

Advertisment

ତେବେ ଗତକାଲି ଗାଁକୁ ଆସିବା ପରେ ତାକୁ କାବୁ ପାଇଁ ଘରେ ପହଞ୍ଚିଥିଲେ ସାଇଁକୂଳ ଫାଣ୍ଡି ଅଧିକାରୀ। ଆଉ ତାକୁ ଗିରଫ କରି ନେବା ସମୟରେ ପୋଲିସକୁ ଆକ୍ରମଣ ସହ ଡାହାଣ ହାତକୁ କାମୁଡ଼ି ଖସିଯାଇଥିବା ସୂଚନା ମିଳିଛି । ଏହାପରେ ପରିବାର ଲୋକେ ମଧ୍ୟ ପହଞ୍ଚି ପୋଲିସକୁ ଆକ୍ରମଣ କରିଥିଲେ। 

ଏହି ଘଟଣାରେ ଅଭିଯୁକ୍ତ ପ୍ରଦୂଷର ମା’ ଛବିଲତା ବରାଳଙ୍କୁ ରାମଚନ୍ଦ୍ରପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏନେଇ ପୋଲିସ କିମ୍ବା ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। 

Advertisment
Odisha Crime
Advertisment
Advertisment