ଅଣ୍ଟା ନଇଁ ଗଲାଣି । ହେଲେ ଦଇବ ଦେଇଥିବା ଦାୟିତ୍ୱର ବୋଝକୁ ସେ ବୋହି ଚାଲିଛନ୍ତି । ଟିକେ ବି ଉଁ କି ଚୁଁ ହେଉନାହାନ୍ତି ।
ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ ଜୀବନ ଜୀଇଁଯିବା । ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗ କଥା ।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏହା ସର୍ଟସର୍କିଟରୁ ହୋଇଥିବା ସନ୍ଦେହ କରାଯାଉଛି।
ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର ଚନ୍ଦ୍ର- ମୀନ ଅହୋରାତ୍ର ତିଥି- ୮ମୀ ଦିବା ୧୧.୧୪ ଗତେ ୯ମୀ ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର
ଲକ୍ଷ୍ୟଭ୍ରଷ୍ଟ ହେବାରୁ ଅଳ୍ପକେ ବର୍ତ୍ତିଗଲେ ବ୍ୟବସାୟୀ । କ୍ଷେତରାଜପୁର ଥାନା ପୋଦ୍ଦାର କଲୋନୀରେ ଫାୟାରିଂ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରେଟ୍ ସୁନାର ଦୁଇଟି ଚିତା ତିଆରି କରାଯାଇଥିବା କୁହାଯାଉଛି । ଆଜି ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି।
ଗୃହ ଭିତରେ ଓ ବାହାରେ ହାଇଡ୍ରାମା ! ଲଜ୍ଜାଜନକ କହିଲେ ଖୋଦ୍ ଉପରାଷ୍ଟ୍ରପତି ।
ଗତକାଲି ଦେବଗଡରୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଭୋରରୁ ସୁନ୍ଦରଗଡ଼ ବଡଗାଁରୁ ଉଦ୍ଧାର ହୋଇଥିଲା କୁନି ଝିଅ ।
ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ STF । ବୁଖାରୀକୁ ପଚରାଉଚରା ପାଇଁ ଭୁବନେଶ୍ୱରରେ IB ।
ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ପାଇଁ ସମ୍ମିଳନୀ ଆୟୋଜନ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମ୍ମିଳନୀ ହେବ ।
ମାଟ୍ରିକ ଡ୍ରପ୍ ଆଉଟ୍ରେ ଓଡିଶା ନମ୍ୱର ୱାନ୍ । ୨୦୨୧-୨୨ରେ ପାଠ ଛାଡିଛନ୍ତି ୪୯.୯ ପ୍ରତିଶତ ଦଶମ ଛାତ୍ରଛାତ୍ରୀ । ଲୋକସଭାର ଏକ ତାରକା ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ତଥ୍ୟ ରଖିଛନ୍ତି ତାହା ସମସ୍ତଙ୍କୁ ଚମକାଇଲା ଭଳି ।
ଝାଡ଼ାବାନ୍ତି ନୁହେଁ, ଷ୍ଟିଲ ସିଟିରେ ମାଡ଼ିଚାଲିଛି ହଇଜା । ବୋଲ ମାନୁନି । ଅଣାୟତ୍ତ ହେଲାଣି ସ୍ଥିତି । ଗତକାଲି ସୁଦ୍ଧା ଏ ସ୍ମାର୍ଟସିଟିରେ ୧ ହଜାର ୨୫ ଜଣ ରୋଗୀ ଚିହ୍ନଟ ହେଲେଣି ।
ହାତୀ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନି । ସମସ୍ୟା ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଲୋକେ ।
ବିପଦପୂର୍ଣ୍ଣ ପାଲଟିଛି ପୋଲ । ମୃତ୍ୟୁକୁ କରିଛି ଅପେକ୍ଷା । ପୋଲରେ ଯାତାୟାତ ନକରିବାକୁ ବାରଣ କରିଛି ପୂର୍ତ୍ତ ବିଭାଗ । ହେଲେ ହେଉନି ନୂଆ ପୋଲ। ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ସୋମବାର ଯଇଦା ଗାଁର ଜଣେ ମହିଳା ଅସୁସ୍ଥ ହେବାପରେ ଚେତା ବୁଡ଼ିଯାଇଥିଲା ।
ପାଣି ସାମ୍ପଲରୁ କଲେରା ଜୀବାଣୁ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା...ଭିବ୍ରିଓ କଲେରା ଜୀବାଣୁ ମିଳିଥିବା ନେଇ ମିଳିଲା ବଡ଼ ସୂଚନା...
ଉଭୟଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଉଥିବାବେଳେ ଭୁବନେଶ୍ୱର, ସମ୍ବଲପୁର, ଅନୁଗୁଳ ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ଚଢ଼ାଉ ହେଉଛି ।
କିରେଇ ୭, ଫୁଲବାଣୀ ୮.୫, କୋରାପୁଟ ୮.୭, କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ ୯, ଝାରସୁଗୁଡ଼ା ୯.୨, ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ, ଅନୁଗୁଳ ଓ ରାଉରକେଲା ତାପମାତ୍ରା ୯.୬ ଡିଗ୍ରୀ ସହ କଟକ ୧୩.୫ ଓ ଭୁବନେଶ୍ୱର ରାତ୍ରି ତାପମାତ୍ରା ୧୩.୮ ଡିଗ୍ରୀ ରହିଛି ।
ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ STF ଆବେଦନ କରିଥିଲା । ହେଲେ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି । ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି ।
ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତର ପ୍ରକୋପ । ଆଉ ଶୀତଲହରୀକୁ ନଜରରେ ରଖି କଟକରେ ଖୋଲିଲାଣି ଶୀତବସ୍ତ୍ର ବଜାର । ତିବ୍ଦତିଆନ୍ ରିଫ୍ୟୁଜି ଓ ରାଜସ୍ଥାନ ବ୍ୟବସାୟୀ ମାନେ କଟକ ହାଡିଆପଠାରେ ଶୀତବସ୍ତ୍ର ବଜାର ଖୋଲିଥିବା ବେଳେ, କିଣାକିଣି କରିବାକୁ ଜମୁଛି ଗ୍ରାହକଙ୍କ ଭିଡ଼ ।
ନକଲି ସାର୍ଟିଫିକେଟ ଦେଇ କରିଥିଲେ ଚାକିରି ... ବହିଷ୍କୃତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ ... ଆଗରୁ ମଧ୍ୟ ଏମିତି ୪ ଜାଲ୍ ଶିକ୍ଷକଙ୍କୁ ଚାକିରିରୁ ହଟାଇଥିଲେ ଡିଇଓ ...
ଖୋର୍ଦ୍ଧା ପୌରପରିଷଦରେ ନିର୍ମିତ ଅନେକ ପ୍ରକଳ୍ପ ଏବେ ବ୍ୟବହାର ଅନୁପଯୋଗୀ । କିଛି ଅବହେଳିତ ଅବସ୍ଥାରେ ରହିଛି, ଆଉ କିଛି ଭାଙ୍ଗିରୁଜି ଗଲାଣି ।
୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଚାଲିଥିଲା ଡିଲ୍.. କେଉଁଠୁ ଆଣିଲେ ବାଘ ଚମଡ଼ା, ବନ ବିଭାଗର ଛାନଭିନ୍..
ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୬.୨୦ ଗତେ ମୀନ ତିଥ- ୭ମୀ ଦିବା ୦୧.୦୭ ଗତେ ୮ମୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ସନ୍ଧ୍ୟା ୦୬.୨୦ ଗତେ ଧନୁ ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି- ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୦୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୦୨ ଗତେ ୧ ପାଦ କୃଷିହାନି-ଭୂମିଦାନ
ଆଗାମୀ ୪ ରୁ ୫ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗର ସୂଚନା.. ଆଜି ୯ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା...