ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଭାରତ । ଦୁବାଇରେ ଆଣ୍ଠେଇଲା କଙ୍ଗାରୁ । ଅଷ୍ଟ୍ରେଲିଆ ବିପକ୍ଷରେ ପୁଣି ଥରେ କୋହଲି ଖେଳିଲେ ବିରାଟ ଇନିଂସ । ଏହି ବିଜୟ ସହ ୨୦୨୩ ନଭେମ୍ବର ୧୯ର ବଦଲା ନେଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ଚମ୍ପିଆନ୍ସ ଟ୍ରଫି ସେମିଫାଇନାଲରେ ଭାରତର ବଡ଼ ବିଜୟ । ବିରାଟ କୋହଲିଙ୍କ ଦମଦାର ୮୪ ରନ୍ ବଳରେ ଭାରତ ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ପରାସ୍ତ କରିଛି । ଏହି ବିଜୟ ସହ ପ୍ରଥମ ଦଳ ଭାବେ ଭାରତ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।
Also Read
ଅଧିକ ପଢ଼ନ୍ତୁ: ସ୍ମିଥ ଖେଳିଲେ ଅଧିନାୟକ ଇନିଂସ, ଭାରତ ଆଗରେ ୨୬୫ ରନ ଟାର୍ଗେଟ
ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ଚମ୍ପିଆନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲା ଭାରତ-ଅଷ୍ଟ୍ରେଲିଆ । ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଭାରତୀୟ ବୋଲିଂ ଆଟାକ୍ ସାମ୍ନାରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ମାତ୍ର ୨୬୪ ରନ୍ କରି ଅଲଆଉଟ୍ ହୋଇଥିଲା ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୭୩ ରନ୍ କରିଥିଲେ ।
ଅଧିକ ପଢ଼ନ୍ତୁ: ଆଉଟ ହେଲେ ହେଡ, ଖୁସିରେ ନାଚିଲେ ବିରାଟ କୋହଲି
ତେବେ ୨୬୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆର ଦୁଇ ଓପନର ଶୁଭମନ ଗିଲ୍ ଓ ରୋହିତ ଶର୍ମା । ପୁଣି ଥରେ ନକ୍ଆଉଟ୍ ମ୍ୟାଚ୍ରେ ଫେଲ୍ ହୋଇଥିଲେ ଗିଲ୍ । ମାତ୍ର ୮ ରନ୍ କରି ଆଉଟ୍ ହୋଇଥିଲେ ଗିଲ୍ । ଏହାପରେ ରୋହିତ ଓ ବିରାଟ ପାଳି ସମ୍ଭାଳିଥିଲେ । ତେବେ ୪୩ ରନ୍ରେ ଟିମ୍ ଇଣ୍ଡିଆକୁ ଲାଗିଥିଲା ବଡ଼ ଝଟକା । ରୋହିତ ଶର୍ମା ୨୮ ରନ୍ କରି ଆଉଟ୍ ହୋଇଥିଲେ । ଦୁଇ ଓପନର ଆଉଟ୍ ହେବା ପରେ ପାଳି ସମ୍ଭାଳିଥିଲେ କୋହଲି ଓ ଆୟର । ଉଭୟଙ୍କ ମଧ୍ୟରେ ୯୧ ରନ୍ର ପାର୍ଟନରସିପ୍ ହୋଇଥିଲା । ତେବେ ୪୫ ରନ୍ କରି ଆଉଟ୍ ହୋଇଥିଲେ ଆୟର । ଗୋଟିଏ ପଟେ ଟିମ୍ ଇଣ୍ଡିଆର ୱିକେଟ୍ ପଡ଼ୁଥିବା ବେଳେ ବିରାଟ କୋହଲି କିନ୍ତୁ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ । ବିରାଟ କୋହଲିଙ୍କ ୮୪ ରନ୍, କେଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ ଫଳରେ ଭାରତ ୪ ୱିକେଟ୍ରେ ବିଜୟ ଲାଭ କରିଥିଲା । ଏହି ବିଜୟ ସହ ଭାରତ ୨୦୧୫ ବିଶ୍ୱକପ୍ ସେମିଫାଇନାଲ ଓ ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନଲର ବଦଲା ନେଇଛି ।