Advertisment

ନବରାତ୍ରୀ ପାଇଁ ଘରେ ବନାନ୍ତୁ 'ବାନାନା ଲସି'

ଡହ ଡହ ଗରମରେ ପାଟିରେ ଥଣ୍ଡା ପାନୀୟ ପଡିଗଲେ ମନରେ ଶାନ୍ତି ମିଳିଯାଏ । ସେଥିପାଇଁ ଆମେ ଘରେ ହେଉ କି ବାହାରେ ଥଣ୍ଡା ପନୀୟ ଯଥା ଲସି ଓ ସରବତ ପିଇଥାଉ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ‘ବନାନା ଲସି’ । ଆପଣମାନେ ରେସିପିଟିକୁ ଦେଶୀ ଓ ସରଳ ଉପାୟରେ ବନେଇ ପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
How To Make Banana Lassi

Banana lassi

ଏବେ ଚାଲିଛି ଉତ୍ସବର ଋତୁ। ଆଜିଠୁ ଆରମ୍ଭ ହୋଇଛି ବାସନ୍ତିକ ନବରାତ୍ର ବା ଚୈତ୍ର ନବରାତ୍ର । ଏଭଳି ବିଶେଷ ମାହୋଲ୍‌ରେ ଘରକୁ ଆସୁଥିବା ଅତିଥିଙ୍କ ପାଇଁ ଆପଣ ବାନାନା ଲସି ଭଳି ନିଆରା ପାନୀୟ ପ୍ରସ୍ତୁତ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ଆବଶ୍ୟକ ସାମଗ୍ରୀ:

ପାଚିଲା କଦଳୀ, ଦହି, ଚିନି, ଗୁଜୁରାତି ଗୁଣ୍ଡ, କଟା ପେସ୍ତା ବାଦାମ, କଟା କାଜୁ, ଅଳ୍ପ ଲୁଣ ଓ ବରଫ ଖଣ୍ଡ।

ଅଧିକ ପଢ଼ନ୍ତୁ: ଫ୍ରିଜ୍‌ରେ ରଖୁଛନ୍ତି କି ଏହି ୭ ଖାଦ୍ୟ ? ଜାଣିନିଅନ୍ତୁ କ’ଣ ରହିବ ପ୍ରଭାବ...

Advertisment

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପାଚିଲା କଦଳୀରୁ ଚୋପା ଛଡ଼ାଇ ଦେଇ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।
  • ଏହାପରେ ଗ୍ରାଇଣ୍ଡରରେ କଟା ହୋଇଥିବା କଦଳୀ, ଦହି ଓ ଚିନିକୁ ପକାଇ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
  • ଏହାପରେ ଏଥିରେ ବରଫଖଣ୍ଡ ପକାଇ ମିକ୍ସ କରିଦିଅନ୍ତୁ।
  • ଏହାପରେ ଲସିରେ ଅଳ୍ପ ଟିକେ ଲୁଣ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ।
  • ଏହା ଉପରେ ଜାଜୁ, କିସ୍‌ମିସ୍‌, ନଡ଼ିଆ କୋରା, ବର୍ନଭିଟା, ଆଲମଣ୍ଡ ଓ ଚେରୀ ପକାଇ ଗାର୍ନିସ୍‌ କରନ୍ତୁ

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ବାନାନା ଲସି। ପବିତ୍ର ନବରାତ୍ରୀରେ ଘରକୁ ଆସିଥିବା ଅତିଥି ଓ ପିଲାଙ୍କୁ ପିଇବାକୁ ଦିଅନ୍ତୁ।

Odia Food And Recipes
Advertisment
Advertisment