/odishatv-khabar/media/post_attachments/uploadimage/library/16_9/16_9_0/Maoists_1712639250.jpg)
Maoists
୩ ମାସରେ ୫୦ ମାଓବାଦୀ ମୃତ୍ୟୁ ହୋଇଥିବା ସ୍ୱୀକାର କଲା ମାଓ ସଂଗଠନ । ଏକ ଲିଖିତ ଚିଠି ଜରିଆରେ ସୂଚନା ଜାରି କଲା ମାଓ ସଂଗଠନ । ଗତ ଦୁଇ ଦଶନ୍ଧିରେ ୫ ହଜାରରୁ ଊର୍ଦ୍ଧ୍ୱ କମ୍ରେଡଙ୍କ ମୃତ୍ୟୁ ସୂଚନା । ୧୫ ତାରିଖରେ ଓଡ଼ିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ଦେଇଛି ସଂଗଠନ ।
ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ତରଫରୁ ଆରମ୍ଭ କରାଯାଇଥିବା ଜନ ଆନ୍ଦୋଳନକୁ ସରକାର ଦମନ କରି ଚାଲିଛନ୍ତି । ନକ୍ସଲ ସଂଗଠନକୁ ମୂଳତ୍ପାଟନ କରିବା ପାଇଁ ସରକାର ସମସ୍ତ ଯୋଜନା ପ୍ରୟୋଗ କଲେଣି । ନକ୍ସଲ ସଂଗଠନ ଦେଶ ପାଇଁ ଏକ ରୋଗ ବୋଲି କହିବା ସହ ଏହା ବିରୋଧରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି ।
ଗତ ଦୁଇ ଦଶନ୍ଧି ମଧ୍ୟରେ ମାଓ ସଂଗଠନର ୫ ହଜାରରୁ ଉର୍ଦ୍ଧ୍ୱ କମ୍ରେଡଙ୍କର ମୃତ୍ୟୁ ହୋଇଛି । ଲୋକଙ୍କ ପାଇଁ ଏବଂ ଦେଶକୁ ବଞ୍ଚାଇବା ପାଇଁ ଏହି କମ୍ରେଡମାନେ ନିଜର ଜୀବନ ଦେଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଏଥିସହ ଗତ ୩ ମାସ ମଧ୍ୟରେ ୫୦ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସ୍ୱୀକାର କରିଛି ସଂଗଠନ ।
ତେଣୁ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମାଓ ସଂଗଠନ ପକ୍ଷରୁ ଗାଁ ଗାଁରେ ସଚେତନତା କରାଯିବ । ଏଥିସହ ୧୫ ତାରିଖ ଦିନ ଓଡିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ବୋଲି କହିଛନ୍ତି ମାଓ କେନ୍ଦ୍ରୀୟ କମିଟିର ପ୍ରବକ୍ତା ପ୍ରତାପ । ପ୍ରେସ ବିଜ୍ଞପ୍ତି ଜରିଆରେ ସେ ଏହି ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)