/odishatv-khabar/media/post_attachments/uploadimage/library/16_9/16_9_0/Loot_1712652715.jpg)
Loot
ରାଜଧାନୀରେ ପୁଣି ମାତିଲେ ଲୁଟେରା । ଭୁବନେଶ୍ୱର ପାହାଳ ଥାନା ଅଧୀନରେ ଥିବା ମେଟ୍ରୋ ସାଟେଲାଇଟ ସିଟି ସୋସାଇଟରୁ ସିରିଜ ଲୁଟ୍ ହୋଇଛି । ଆପାର୍ଟମେଣ୍ଟର ୨ଟି ବ୍ଲକର ୨ଟି ଘରେ କଲାକନା ବୁକାଇଛନ୍ତି ଲୁଟେରା । ଲୁଟେରାମାନେ ସୁନା ଅଳଙ୍କାର ସହିତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସିସିଟିଭିରେ ଲୁଟପାଟର ଦୃଶ୍ୟ କଏଦ ହୋଇଛି ।
ବାରମ୍ବାର ଲୁଟ ହେବା ପରେ କମିଶନରେଟ ପୋଲିସକୁ ଘାରିଛି ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା । ଗତ କିଛିଦିନ ତଳେ ଆପାର୍ଟମେଣ୍ଟ ସୁରକ୍ଷାକୁ ନେଇ ବୈଠକ ହୋଇଥିଲା । ଆପାର୍ଟମେଣ୍ଟରେ କିଭଳି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ଲୁଟକୁ ରୋକିବାକୁ ଏକ ଆଡଭାଇଜାରି ପ୍ରସ୍ତୁତ କରୁଛି ପୋଲିସ ।
ଆପାର୍ଟମେଣ୍ଟରେ ପର୍ଯ୍ୟାପ୍ତ ତାଲିମପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବା ସହ ଆଲାର୍ମ ସିଷ୍ଟମ ରଖିବାକୁ କୁହାଯାଇଛି । ବିଭିନ୍ନ ଅତ୍ୟାଧୁନିକ ମେସିନ୍ ଡିଟେକ୍ଟର ଫ୍ଲାଟରେ ଲଗାଇବାକୁ ପରାମର୍ଶ ଦେବା ସହିତ ନିକଟସ୍ଥ ଥାନା ନମ୍ୱର୍ ସିକ୍ୟୁରିଟି ଗାର୍ଡ ପାଖରେ ରଖିବାକୁ କୁହାଯାଇଛି । ଫଳରେ ଲୁଟ ହେଲେ ତୁରନ୍ତ ଥାନାକୁ ଯୋଗାଯୋଗ କରିବେ ସିକ୍ୟୁରିଟି ଗାର୍ଡ ।
ଏହା ସହିତ ବାହାଦୁର ନାମକ ଡିଭାଇସକୁ ଘରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି । ଯାହାକି ଘରେ ଚୋରି ରୋକିବାରେ ସହଯୋଗ କରିବ । ଅନ୍ୟପଟେ ରାଜଧାନୀରେ ପୋଲିସ ପେଟ୍ରୋଲିଂକୁ ଦାୟୀ କରିଛନ୍ତି ଆପାର୍ଟମେଣ୍ଟବାସୀ । ପେଟ୍ରୋଲିଂ ଅଭାବ ପାଇଁ ବଢୁଛି ଲୁଟତରାଜ । ଏହା ପରେ ମଧ୍ୟ ଗତ କିଛିଦିନ ତଳେ ଧରା ପଡ଼ିଥିଲା କୁଖ୍ୟାତ ଆପାର୍ଟମେଣ୍ଟ ଲୁଟେରା ।
କମିଶନରେଟ୍ ପୋଲିସ ଧରିଥିଲା ନଅ ଜଣ ଆପାର୍ଟମେଣ୍ଟ ଲୁଟେରାଙ୍କୁ । ତା’ସହ ବିପୁଳ ପରିଣାମର ଅଳଙ୍କାର ଏବଂ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା । ଏହି ଗ୍ୟାଙ୍ଗ ବିରୋଧରେ ଲକ୍ଷ୍ମୀସାଗର, ଭରତପୁର, ଏୟାରଫିଲଡ, ମଞ୍ଚେଶ୍ୱର ଓ ଇନଫୋସିଟି ଥାନାରେ ଅନେକ ମାମଲା ରୁଜୁ ରହିଛି । କେବଳ ଏତିକି ନୁହେଁ, ବିଶାଖାପାଟଣା ଏବଂ ମଛଲିପଟନମରେ ରହିଛି ମାମଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)