Advertisment

ବିଜେଡିକୁ ଶକ୍ତ ଝଟକା; ଦଳ ଛାଡ଼ିଲେ ୨ ଟାଣୁଆ ନେତା...

ବିଜେଡି ଛାଡ଼ିଲେ ସାଲେପୁରର ହିମାଂଶୁ ମହାନ୍ତି । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ହିମାଂଶୁ । ଅନ୍ୟପଟେ ନୂଆପଡା ଜିଲ୍ଲା ଯୁବ ବିଜେଡିକୁ ବି ଲାଗିଛି ଶକ୍ତ ଝଟକା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Himanshu Mohanty quit BJD

Himanshu Mohanty quit BJD

ବିଜେଡି ଛାଡ଼ିଲେ ସାଲେପୁରର ହିମାଂଶୁ ମହାନ୍ତି । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ହିମାଂଶୁ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇବା ସହ, ସେ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । 

Advertisment

ତେବେ ଆଗାମୀ ଦିନରେ ସେ ଅନ୍ୟ କୌଣସି ଦଳରେ ଯୋଗ ଦେଉଛନ୍ତି କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି । ଚର୍ଚ୍ଚା ହେଉଛି ଯେ, ସାଲେପୁର ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ପୁଣିଥରେ ରିପିଟ୍ କରିଥିବା ବେଳେ, ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ହିମାଂଶୁ। ସେ ସେଠାରେ ନିଜେ ଟିକେଟ୍ ପାଇଁ ଅନ୍ୟତମ ଆଶାୟୀ ଥିଲେ। ତେବେ ଏନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: ପାରାଦୀପ ଟିକେଟ୍‌କୁ ନେଇ ଛକାପଞ୍ଝା; କାହାକୁ ପ୍ରାର୍ଥୀ କରିବ ଟେନ୍‌ସନ୍‌ରେ ବିଜେଡ଼ି !

Advertisment

ଅନ୍ୟପଟେ ନୂଆପଡା ଜିଲ୍ଲା ଯୁବ ବିଜେଡିକୁ ଶକ୍ତ ଝଟକା । ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ନିଜ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏ ସଂପର୍କରେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି ହରିଶ୍ଚନ୍ଦ୍ର। 

ନୂଆପଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ଆସୁଥିଲେ ସେ। କିନ୍ତୁ ବିଜେଡି ଢୋଲକିଆଙ୍କୁ ହିଁ ପୁଣି ଟିକେଟ ଦେଲା । ତେଣୁ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ତେବେ ଏନେଇ ରାଜେନ୍ଦ୍ର ଢୋଲକିଆ କିମ୍ବା ବିଜେଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

BJD General Elections 2024
Advertisment
Advertisment