• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Vote Counting
ରାତି ପାହିଲେ ଫଳ: ଅନିଦ୍ରା ନେତା, ସରକାରକୁ ନେଇ ବଢୁଛି ସସପେନ୍ସ

ରାତି ପାହିଲେ ଭୋଟ୍ ଗଣତି। ଏଥିପାଇଁ ଜିଲ୍ଲାଠାରୁ ଆରମ୍ଭ କରି ସିଇଓଙ୍କ କାର୍ଯ୍ୟାଳୟ ଯାଏଁ, ସବୁଠି ପ୍ରସ୍ତୁତି ଶେଷ। ନିରନ୍ତର ବ୍ୟବଧାନରେ କିପରି ଗଣତି ଅପଡେଟ୍ ମିଳିବ ସେନେଇ ବ୍ୟାପକ ବ୍ୟବସ୍ଥା ହୋଇଛି।

Odisha Assembly
ଭାଙ୍ଗିଲା ଓଡ଼ିଶା ବିଧାନସଭା, ବିଜ୍ଞପ୍ତି ପ୍ରକାଶ କଲା ସଂସଦୀୟ ବ୍ୟାପାର ବିଭାଗ

ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି।

Accident
୩୦ ଫୁଟ ଓଭର ବ୍ରିଜ୍‌ ଉପରୁ ଖସିଲା ବୋଲେରୋ, ଆଖି ବୁଜିଦେଲେ ୨ଜଣ

ଲାଗିଥିଲା ଜଗା ଡୋରୀ... ହେଲେ ଅଧାରାସ୍ତାରୁ ବାନ୍ଧି ନେଲା ଯମ । କେହି କିଛି ବୁଝିବା ଆଗରୁ ଯେମିତି ଅଦିନିଆ ମେଘ ପରି ଆକାଶଟାରେ କଳା ମେଘ ଢାଙ୍କିଗଲା ।

Attack on Abhilash Panda
ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ଆଉ ୫ ଜଣଙ୍କୁ ବାନ୍ଧିଲା ପୋଲିସ୍

ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି ବାଂଶଡ଼ା ପୋଲିସ୍ । ଏବେ ଯାଏଁ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

Doctor Kidnapped
କୁଆଡ଼େ ଗଲେ ଡାକ୍ତର ଅମ୍ଲାନ ? ଦୁଇ ଦିନ ପରେ ବି ମିଳୁନି ପତ୍ତା

ମାଲକାନଗିରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଦୁଇ ଦିନ ହେଲା ଅପହୃତ ହୋଇଥିବା ଅଭିଯୋଗ ହୋଇଛି ।

Sun Stroke
ପ୍ରାଣଘାତୀ ସାଜିଛି ଅଂଶୁଘାତ, ୭୨ ଘଣ୍ଟାରେ ଗଲାଣି ୯୯ ଜୀବନ !

ଗତ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୯୯ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ୨୦ଟି ସେଥିରୁ ଅଂଶୁଘାତ ନେଇ ସ୍ପଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

Accident
ନିର୍ମାଣାଧୀନ ବ୍ରିଜ୍‌ରୁ ଖସିଲା ବୋଲେରୋ, ୨ ମୃତ

ନିର୍ମାଣାଧିନ ବ୍ରିଜରୁ ଖସିପଡ଼ିଲା ବୋଲେରୋ। ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି ।

Vote Counting
କିଏ ଜିତିବ, କାହାର ହେବ ହାର୍... କାଲି ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ

ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍‌ ଦାୟିତ୍ୱରେ ରହିଛନ୍ତି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 03 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 03 June 2024
Twin City Heavy Rain
ପ୍ରବଳ ବର୍ଷା ! ଭୁବନେଶ୍ୱର-କଟକରେ ବିଜୁଳି ଘଡ଼ଘଡ଼ି ସହ ଜୋରଦାର ପବନ..

କଟକର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିଥିବା ସୂଚନା ମିଳିଛି।

Odisha Politics Exit poll
ଓଡ଼ିଶା MP ସିଟକୁ ନେଇ ଏକଜିଟ୍ ପୋଲ୍ ପରେ ହଲଚଲ୍ ରାଜନୀତି

ଅଧିକାଂଶ ସର୍ଭେରେ ବିଜେପିକୁ ୧୫ରୁ ଊର୍ଦ୍ଧ୍ବ ସିଟ୍ ମିଳିବା ସମ୍ଭାବନା । ବିଧାନସଭା ଫଳାଫଳରେ ବି ପଡ଼ିପାରେ ପ୍ରଭାବ ।

Odisha Politics BJP
ଏକଜିଟ୍ ପୋଲ୍‌ରେ ବିଜେପିକୁ ବଡ଼ ସଫଳତା, କ’ଣ ଥିଲା ଷ୍ଟ୍ରାଟେଜୀ ?

ଓଡ଼ିଶାରେ ବିଜେପିର ବଡ ସଫଳତା ପଛରେ କାମ କଲା କେଉଁ ଷ୍ଟ୍ରାଟେଜି ? ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ନା ‘ବିଜେଡିରେ ପାଣ୍ଡିଆନ୍ ରାଜ୍’ ପ୍ରସଙ୍ଗ ?

Poll Voilence
ରକ୍ତ ରଞ୍ଜିତ ହେଲା ୨୪ ନିର୍ବାଚନୀ ମହାସଂଗ୍ରାମ, ହତ୍ୟାରୁ ଆରମ୍ଭ ହତ୍ୟାରେ ହେଲା ଶେଷ

ରକ୍ତରଂଜିତ ହେଲା ୨୪ ନିର୍ବାଚନୀ ମହାସଂଗ୍ରାମ। ଭୋଟ୍ ହିଂସା ଭିତରେ କେଉଁଠି ମୁଣ୍ଡ ଗଡ଼ିଲା ତ ଆଉ କେଉଁଠି ମରଣାନ୍ତକ ଆକ୍ରମଣରେ ଲହୁଲୁହାଣ ହେଲେ ନେତା ଓ କର୍ମୀ।

Puri Fire Tragedy
ପୁରୀ ବାଣ ଟ୍ରାଜେଡି ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍, ୪ ଦିନରେ ଗଲାଣି ୧୩ ଜୀବନ

ବାଣ ବିସ୍ଫୋରଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ପୁରୀବାସୀ ସ୍ଥାନୀୟ ପ୍ରଶାସନ ଓ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। SRC ଆସନ୍ତା ୫ ତାରିଖରେ ପୁରୀରେ ଏହାର ସ୍ୱତନ୍ତ୍ର ତଦନ୍ତ କରିବେ।

Traffic Checking
ଅମାନିଆ ସାବଧାନ ! ଏଥର ଗାଡ଼ି ସହ ଜବତ ହେବ ମୋବାଇଲ

ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଲାଉଛନ୍ତି କି ? ଚେକିଂ ବେଳେ ଚାଲାକ ହୋଇ U-Turn ଦେଉଛନ୍ତି କି ? ମଦ୍ୟପାନ କରି ଗାଡ଼ି ଚଳାଇ ଖସି ଯିବେ ବୋଲି ଭାବୁଛନ୍ତି କି ? ଏହା କରୁଥିଲେ ମହଂଗାରେ ପଡ଼ିପାରନ୍ତି ।

EXIP POLL Odisha
ବିଧାନସଭା Exit Poll କହୁଛି ଏଥର ରାଜ୍ୟରେ ଝୁଲା ସରକାର !

ଏବିପି-ସି ଭୋଟର ବିଜେପିକୁ ୧୭ ରୁ ୧୯ ସିଟ୍ ଦେଇଥିବାବେଳେ ବିଜେଡିକୁ ୧ ରୁ ୩ ଓ କଂଗ୍ରେସକୁ ଦେଇଛି 0ରୁ 2ଟି ସିଟ୍।

BJP
ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ଡିଜିପି ଅଫିସ୍‌ ଘେରିବ ବିଜେପି

କାଲି ଦିନ ୧୧ଟା ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଡିଜିପିଙ୍କ ଅଫିସ ଘେରିବାକୁ ଚେତାବନୀ ଦେଇଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ।

Doctor kidnapped
ମାଲକାନଗିରି କାଲିମେଳାରେ ଚାଞ୍ଚଲ୍ୟ, ସରକାରୀ ବାସଭବନରୁ ଡାକ୍ତରଙ୍କୁ ଅପହରଣ !

ଗତକାଲି ରାତିରୁ ଅମ୍ଳାନଙ୍କ କୌଣସି ଖୋଜ୍‌ ଖବର ନ ମିଳିବାରୁ ଶେଷରେ ଥାନାରେ ଏତଲା ଦେଇଥିଲେ ମେଡିକାଲ୍ କର୍ତ୍ତୃପକ୍ଷ ।

unnatural death
ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି, ୬ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ

ରାଉରକେଲା ସହରରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି । ୬ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

Political debate
ଏକଜିଟ୍ ପୋଲ ପରେ ରାଜନୈତିକ ବୟାନବାଜି, ୧୦ରେ ଶପଥ ନେବା ନେଇ ମନମୋହନଙ୍କ ଦମ୍ଭୋକ୍ତି

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ୪ରେ ସରକାର ପରିବର୍ତ୍ତନ ହେବ । ସେଦିନ ଅପରାହ୍ମ ସୁଦ୍ଧା ଟ୍ରେଣ୍ଡ ଆସି ସାରିଥିବ ଓ ଚିତ୍ର ସ୍ପଷ୍ଟ ହେବ । ୧୦ରେ ଶପଥ ନେବୁ ବୋଲି ବି ଦମ୍ଭ ଦେଖାଇଛନ୍ତି ମନମୋହନ ସାମଲ ।

weather update
ଆସନ୍ତା ୫ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ

ଆସନ୍ତା ୫ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଓ ତାତି ରହିବା ସମ୍ଭାବନା । ସୂଚନା ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା

Puri Blast
ପୁରୀ ବାଣ ବିସ୍ଫୋରଣ; ୧୧ ମୃତ, ୨୦ରୁ ଅଧିକ ଆହତ

ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ସରକାରୀ ଭାବେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

Chungudi surua
ରବିବାର ରାନ୍ଧଣାରେ ଘରେ ବନାନ୍ତୁ 'ଚିଙ୍ଗୁଡ଼ି ସୁରୁଆ'

ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଚିଙ୍ଗୁଡିର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି 'ଚିଙ୍ଗୁଡ଼ି ସୁରୁଆ' । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Bahanaga Train Accident
ବାହାନଗା ରେଳ ଟ୍ରାଜେଡିକୁ ବର୍ଷେ, ଗୋଟିଏ ଝଟକାରେ ଚାଲି ଯାଇଥିଲା ୨୯୬ ଜୀବନ

ସେଦିନ ଥିଲା ୨ ଜୁନ୍, ୨୦୨୩ । ବାଲେଶ୍ୱର ଜିଲ୍ଲା ବାହାନଗା । ଘଟିଥିଲା ଛାତିଥରା ଟ୍ରେନ ଟ୍ରାଜେଡି । ଚାହୁଁ ଚାହୁଁ ବାହାନଗା ସିରିଜ୍ ଟ୍ରେନ୍ ଟ୍ରାଜେଡିକୁ ବର୍ଷେ ପୁରିଛି । ଗତବର୍ଷ ଠିକ୍ ଆଜିର ଦିନରେ ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରିପିଲ ଟ୍ରେନ୍ ଦୁର୍ଘଟଣା ।

Odisha Politics
ରାଜ୍ୟ ସାରା ମାଳ ମାଳ ହିଂସା! କେନ୍ଦ୍ରାପଡ଼ାରେ ରକ୍ତପାତ, ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା

ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ନିର୍ବାଚନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସା ଅଭିଯୋଗ । କେନ୍ଦ୍ରାପଡ଼ାରେ ବିଜେଡିର ରକ୍ତପାତ ରାଜନୀତି ଅଭିଯୋଗ । ଗତକାଲି ରାତିରେ ପାଟକୁରାରେ ଜଣେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।