ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିବା ସହ ଉତ୍ତରାଧିକାରୀ ନେଇ ଦେଇଛନ୍ତି ବଡ଼ ବୟାନ। ଭି.କେ.ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ ବୋଲି ନବୀନ କହିଛନ୍ତି।
ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗିର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି।
ବିସ୍ଫୋରଣରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି। କଟକ ଏସସିବିରେ ୬ ଜଣ ଚିକିତ୍ସାଧିନ ଅଛନ୍ତି। ସେହିପରି ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ଚାଲିଛି ଅନେକ ଆହତଙ୍କ ଚିକିତ୍ସା।
ECIଙ୍କ ନିର୍ଦ୍ଦେଶ ପରେ AIIMS ଭୁବନେଶ୍ବର ପକ୍ଷରୁ ଗଠନ ହୋଇଛି ସ୍ବତନ୍ତ୍ର ମେଡିକାଲ ବୋର୍ଡ । ଏହି ସ୍ବତନ୍ତ୍ର ମେଡିକାଲ ବୋର୍ଡ IPS ଆଶିଷ ସିଂହଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବ ।
ପ୍ରଚାରର ଶେଷ ଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।
ଗତକାଲି ରାତିରେ ମହାପ୍ରଭୁଙ୍କର ଚାପ ଖେଳ ଚାଲିଥିଲା। ହଠାତ୍ ନରେନ୍ଦ୍ର ପୁଷ୍କରିଣୀର ଦେବୀଘାଟ ପଟେ ବାଣ ବିସ୍ଫୋରଣ ହୋଇଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବାଣ ଫୁଟି ଲୋକଙ୍କ ଉପରେ ପଡ଼ିବାରୁ ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଓଡ଼ିଆ ଚ୍ୟାନେଲ୍ ପ୍ରତି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଏକ ଘରୋଇ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ପ୍ରତି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଓଡ଼ିଶା ସିଇଓଙ୍କୁ ଭାରତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ।
ଗଞ୍ଜାମ କନିଷିରୁ ଆରମ୍ଭ କରିଥିଲେ, ଆଉ ଆଜି କେନ୍ଦ୍ରାପଡ଼ାରେ ନିର୍ବାଚନୀ ପ୍ରଚାରର ମୁଣ୍ଡି ମାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ସରିବାକୁ ଥିବା ବେଳେ, ଆଜି ସାମ୍ନାକୁ ଆସିଛି ରତ୍ନଭଣ୍ଡାରକୁ ନେଇ ଶାସକ ଦଳର ଏକ ଖବରକାଗଜ ବିଜ୍ଞାପନ ।
ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମୋଦିଙ୍କ ବଡ଼ ବୟାନକୁ ନେଇ ହଇଚଇ । ଓଡ଼ିଶାକୁ ଚଳିତ ନିର୍ବାଚନର ଶେଷ ପ୍ରଚାରରେ ଆସି ତିନିତିନିଟି ସଭାରେ ଏହାକୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଶାସକ ଦଳ ପ୍ରତି ଅହେତୁକ ଅନୁକମ୍ପା ଅଭିଯୋଗରେ ବଢ଼ିଲା ରାଜ୍ୟର ୨ ଚର୍ଚ୍ଚିତ IPS ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ଅଡୁଆ । ଆକ୍ସନ ମୋଡକୁ ଆସିଥିବା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଚାରିଆଡ଼େ ଏବେ ହଲଚଲ୍ ।
କେନ୍ଦ୍ରାପଡ଼ା ସଭାରେ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୈଜୟନ୍ତ ମୋ ବନ୍ଧୁ, ଜଣେ କର୍ମଠ ବ୍ୟକ୍ତି । ଏଥର ବୈଜୟନ୍ତଙ୍କୁ ରେକର୍ଡ ଭୋଟରେ ବିଜୟୀ କରାନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ନିଜ ଟିମରେ ଥିବା ଡାକ୍ତରଙ୍କୁ ତୁରନ୍ତ ପଠାଇବା ସହ ଚିକିତ୍ସା କରିବା ପାଇଁ କହିଥିଲେ । ମୋଦିଙ୍କ ଏଭଳି ଉଦାରତାକୁ ଏବେ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି ।
ଲୋକଙ୍କ ମନରେ ଉଠୁଥିବା ଏହି ସମସ୍ତ ପ୍ରଶ୍ନ ଉପରୁ ବା ରହସ୍ୟ ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି । ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ । ଅଚାନକ କେମିତି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ତା’ର ଯାଞ୍ଚ ମଧ୍ୟ କରାଯିବ ବୋଲି କହିଛନ୍ତି ମୋଦି ।
ପଶ୍ଚିମ ଆକାଶରୁ ଅଗ୍ନିବର୍ଷା । ଗୁଳୁଗୁଳିରେ ଛଟପଟ ଉପକୂଳ ଓଡ଼ିଶା । ଆହୁରି ତିନି ଦିନ ତାତିରୁ ତ୍ରାହି ନାହିଁ । ୩୧ ତାରିଖ ଯାଏ ଉପରମୁହାଁ ହେବ ପାରଦ । ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇବ ।
ବିଜେଡି ଓ ବିଜେପି ଉପରେ ବର୍ଷିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ । ରାସନ୍ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ବଣ୍ଟନ ହେଉଛି ।
ତାତିର ତାଉରେ ଆଉଟୁପାଉଟୁ ହେଉଛନ୍ତି ସମସ୍ତେ । ଚଳିତ ବର୍ଷର ତାତି ରେକର୍ଡ ଭାଙ୍ଗିଛି । ଏପରି ପରିସ୍ଥିତିରେ ନିରୀହ ପକ୍ଷୀଙ୍କର ଶୋଷ ମେଣ୍ଟାଇ ପ୍ରଶଂସା ସାଉଁଟିଛନ୍ତି ସୁକାନ୍ତ ।
ଭାରତୀୟ ନିର୍ବାଚନ କମିଶନ- ECIଙ୍କୁ ଦୋଷ ଦେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୁଇ ଅଫିସରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ ଇସିଆଇଙ୍କୁ ସାମାଲୋଚନା କରିବାକୁ ବି ପଛାଇ ନାହାନ୍ତି ।
ଶେଷରେ ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଗସ୍ତ କରିବେ। ଅପରାହ୍ନ ୪ଟାରେ ବରୁଆ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ।
ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ୍ ଗୋଡ଼ରେ ଇଶାରା କରିବା ଦୃଶ୍ୟକୁ ନେଇ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
୨ ଦିନ ପରେ ଅନ୍ତିମ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ୬ ଲୋକସଭା ଆସନରେ ଏଥିରେ ଭୋଟ୍ ପଡ଼ିବାକୁ ଥିବା ବେଳେ, ଦଳ ଓ ପ୍ରାର୍ଥୀମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ।
ମୁଖ୍ୟମନ୍ତ୍ରୀଙ୍କ ଭଳି ଜଣେ ବରିଷ୍ଠଙ୍କୁ ସଭା ମଞ୍ଚରେ ସର୍ବସାଧାରଣରେ ଅଶୋଭନୀୟ ବ୍ୟବହାରକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ୍ । ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଜୟନ୍ତ ।
ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ଆମେ ନୂଆ ଓ ଭିନ୍ନ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ‘ଚିକେନ ସୁପର’