/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717306067.jpg)
Chungudi surua
ଖାଇବାରେ ଚିଙ୍ଗୁଡ଼ିର ରେସିପି ଥିଲେ ଖାଇବାର ମଜା ଦ୍ୱିଗୁଣ ହୋଇଯାଏ। ସେଥିପାଇଁ ଆମ ଓଡ଼ିଆ ଘରେ ଆମେମାନେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ବନେଇ ଖାଇଥାଉ । ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ସୁଆଦିଆ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡି ସୁରୁଆ’ ।
Advertisment
ଚିଙ୍ଗୁଡି ସୁରୁଆ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ
କଟା ପିଆଜ, ରିଫାଇନ ତେଲ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ,ଗରମ ମସଲା ଗୁଣ୍ଡ, ଧନିଆପତ୍ର, କଞ୍ଚା ଲଙ୍କା,ନଡ଼ିଆ
ପ୍ରସ୍ତୁତି ପ୍ରଣାଳୀ
- ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ।
- ତା’ ପରେ ଚିଙ୍ଗୁଡିକୁ ଲୁଣ ଓ ହଳଦି ପକାଇ ଗୋଳାଇ ତାକୁ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
- ଏହା ଭାଜି ହେଲା ଗଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ।
- ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜକୁ ପକାଇ ଭାଜନ୍ତୁ।
- ପିଆଜର ରଙ୍ଗ ନାଲି ହୋଇଯିବା ପରେ ସେଥିରେ ନଡିଆ ରସକୁ ପକାଇ ଦିଅନ୍ତୁ।
- ତା’ ପରେ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ।
- ଏହାପରେ ଭଜା ଚିଙ୍ଗୁଡିକୁ ସେଥିରେ ପକାଇ ଦିଅନ୍ତୁ।
- ଏହାପରେ ସେଥିରେ ଲଙ୍କାଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ପକାଇ ତରକାରିକୁ କିଛି ସମୟ ପାଇଁ ଫୁଟିବାକୁ ଛାଡ଼ି ଦିଅନ୍ତି।
- ତରକାରିରୁ ପାଣି କମି ଆସିଲେ ସେଥିରେ ଧନିଆ ପତ୍ର, ଅଳ୍ପ ଗରମ ମସଲା ଓ କଞ୍ଚା ଲଙ୍କା ପକାଇ ଦିଅନ୍ତୁ।
Advertisment
ଏବେ ପ୍ରସ୍ତୁତ ହୋଇଗଲା 'ଚିଙ୍ଗୁଡି ସାରୁଆ'। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ। ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
Advertisment



Related Articles
Food-Safety Crackdown: ବିକୁଥିଲେ ବାସି, ମାଡ଼ିବସିଲା CMC
POSTED

Bank Fraud: ବ୍ୟାଙ୍କରେ ସୁନା ଯାଞ୍ଚ କରି ବ୍ୟାଙ୍କକୁ ଚୂନ ମାରିଲେ: ନକଲି ସୁନା ରଖି ୮୫ ଲକ୍ଷ ଠକେଇ
POSTED

Unlock Family Peace: ଶନିବାର ଦିନ କରନ୍ତୁ ଜୋତା ଚପଲ ଦାନ, ମିଳିବ ଶୁଭଫଳ
POSTED

Kashmiri Shawl: ଦାମ ଶୁଣିଲେ ଉଡ଼ିଯାଉଛି ହୋସ୍ , ଗୋଟିଏ ଶାଲ୍ ମୂଲ୍ୟରେ କିଣିହେବ ସୁନାହାର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)