Advertisment

ପ୍ରବଳ ବର୍ଷା ! ଭୁବନେଶ୍ୱର-କଟକରେ ବିଜୁଳି ଘଡ଼ଘଡ଼ି ସହ ଜୋରଦାର ପବନ..

କଟକର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିଥିବା ସୂଚନା ମିଳିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Twin City Heavy Rain

Twin City Heavy Rain

ଟୁଇନସିଟିରେ ଅସମ୍ଭାଳ ଗ୍ରୀଷ୍ମ ସହ ଗୁଳୁଗୁଳିରୁ ମିଳିଲା ମୁକ୍ତି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ଭିଜିଲା ଭୁବନେଶ୍ବର ଓ କଟକ। ବର୍ଷା ସହ ବହିଲା ଜୋର ପବନ। କେଉଁଠି ରାସ୍ତାରେ ଛୁଟିଲା ପାଣି, ତ କେଉଁଠି ଉପୁଜିଲା ଜଳାର୍ଣ୍ଣବ ସ୍ଥିତି। କଟକର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଟ୍ବିନସିଟିରେ ଗୁଳୁଗୁଳି ଲାଗି ରହିଥିଲା । ତେବେ ଆଜି ରାତିରେ ଅଚାନକ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ଫଳରେ ସେଥିରୁ ଆଶ୍ୱସ୍ତି ମିଳିଛି ।

Advertisment

ସେପଟେ ବଜ୍ରାଘାତରେ ଜଣେ ଚାଷୀଙ୍କ ଜୀବନ ଗଲା। ଘଟଣାଟି ହେଉଛି ଗଞ୍ଜାମଜିଲ୍ଲା ବଡ଼ଗଡ଼ ଥାନା ନୂଆଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଲମ୍ବୋଧର ପାଣିଗ୍ରାହି। ଆଜି ସନ୍ଧ୍ୟାରେ ଲମ୍ବୋଧର ନିଜ ଜମିରେ ଚାଷ କାମ କରୁଥିଲେ। ସେଇ ସମୟରେ ବର୍ଷା ସହ ଘଡ଼ଘଡ଼ି ଆରମ୍ଭ ହେଲା। ଚାରି ଦିଗ ଅନ୍ଧକାର ଘୋଟି ଗଲା। ଏହା ଦେଖି ଲମ୍ବୋଧର ହଠାତ୍‌ ଘଟଣା ସ୍ଥଳରେ ଅଚେତ ହୋଇ ପଡ଼ିଗଲେ। ସ୍ଥାନୀୟ ଲୋକ ମାନେ ଏହାଦେଖି ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ବଡ଼ଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଆଜି ସକାଳେ ପାଣିପାଗ କେନ୍ଦ୍ର ଦେଇଥିବା ରିପୋର୍ଟ ଅନୁଯାୟୀ, ଆସନ୍ତା ୫ ଦିନ ଯାଏଁ ରାଜ୍ୟକୁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଓ ତାତି ରହିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା । ଆହୁରି ୩ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ହିଟୱେଭ ଜାରି ରହିବ। ଏନେଇ ବଲାଙ୍ଗିର, ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Advertisment

ଏପଟେ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ୪୦ ଡ଼ିଗ୍ରୀ ଉପରେ ତାପମାତ୍ରା ରହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବିଜୁଳି ଘଡ଼ଘଡ଼ିର ଆଶଙ୍କା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ମୌସୁମୀ ଓଡ଼ିଶା ଆସିବା ନେଇ କିଛି ଆକଳନ ହୋଇ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ପଶ୍ଚିମ ଓଡ଼ିଶାରେ ହିଟ୍‌ ୱେଭ୍ ଜାରି ରହିବ। ଆଉ ଉପକୂଳ ଓଡ଼ିଶାରେ କଲବଲ କରିବ ଗୁଳୁଗୁଳି। ଉପକୂଳ ଓଡ଼ିଶାରେ ପାଞ୍ଚ ଦିନ ପ୍ରଚଣ୍ଡ ଗୁଳୁଗୁଳି ହେବ ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।

Heat Wave Weather Update Temperature Heavy Rain Kalabaisakhi
Advertisment
Advertisment