• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆସନ୍ତାକାଲି ଭୋଟ ଗଣତି । ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ । ଏହା ପୂର୍ବରୁ ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ୍ ଓ ଭିଭିପାଟ୍ । ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍ । ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୋଲିସ ।

ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍‌ ଦାୟିତ୍ୱରେ ରହିଛନ୍ତି । ସେପଟେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ । ଜୁନ୍ ୬ ପର୍ଯ୍ୟନ୍ତ ଓଡ଼ିଶାରେ ମୁତୟନ ରହିବେ ଅଧିକ ୭୦ କମ୍ପାନୀ CAPF । ଷ୍ଟ୍ରଙ୍ଗରୁମ୍, କାଉଣ୍ଟିଂ ସେଣ୍ଟରରେ ୨୫ କମ୍ପାନୀ ମୁତୟନ ନେଇ ନିଷ୍ପତ୍ତି ହୋଇଥିଲା । ତେବେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳାକୁ ଦେଖି ଅଧିକ CAPF ମୁତୟନ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶା MP ସିଟକୁ ନେଇ ଏକଜିଟ୍ ପୋଲ୍ ପରେ ହଲଚଲ୍ ରାଜନୀତି

ସେପଟେ ବାରିପଦାରେ କଡ଼ା ସୁରକ୍ଷାରେ ରଖାଯାଇଛି ଇଭିଏମ୍‌ । ତ୍ରିସ୍ତରୀୟ ସୁରକ୍ଷା ସତ୍ତ୍ୱେ ଷ୍ଟ୍ରଙ୍ଗ ରୁମ୍ ବାହାରେ ପାଳି କରି ଜଗୁଛନ୍ତି ପ୍ରାର୍ଥୀ ଏବଂ ସମର୍ଥକ। ମୟୂରଭଞ୍ଜ ଜିଲ୍ଲାର ୧୩ ଲୋକସଭା ପ୍ରାର୍ଥୀ ଏବଂ ୯୦ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ । ବାରିପଦାର ଏମପିସି ଅଟୋନୋମସ୍ କଲେଜ, ବିଇଡି କଲେଜ୍ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି ଇଭିଏମ୍‌ । କଡ଼ା ପୋଲିସ ସୁରକ୍ଷା, ସିସିଟିଭି କ୍ୟାମେରା ନଜରରେ ରହିଛି ଇଭିଏମ୍‌ । ଯେଭଳି କୌଣସି ହେରଫେର୍ ନ ହୁଏ ସେଥିପାଇଁ ପ୍ରାର୍ଥୀ ଓ ସମର୍ଥକ ଜଗି ବସିଛନ୍ତି ।

ସେହିପରି ବ୍ରହ୍ମପୁର ସରକାରୀ ମହିଳା ପଲିଟେକନିକ୍ ଓ ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ପରିସରରେ ହୋଇଛି ଷ୍ଟ୍ରଙ୍ଗ ରୁମ୍‌ । ଏଠାରେ ଚିକିଟି, ବ୍ରହ୍ମପୁର, ସାନଖେମୁଣ୍ଡି, ଦିଗପହଣ୍ଡି ଓ ଗୋପାଳପୁର ବିଧାନସଭା ପାଇଁ ୫ଟି ଷ୍ଟ୍ରଙ୍ଗରୁମ୍‌ ହୋଇଛି । ଷ୍ଟ୍ରଙ୍ଗରୁମ୍ ଗୁଡ଼ିକରେ ତାଲା ପଡ଼ିଥିବା ବେଳେ ସିସିଟିଭି ସର୍ଭିଲାନ୍ସ ଓ ସଶସ୍ତ୍ର ପୋଲିସ ବାହିନୀର ନିରୀକ୍ଷଣରେ ରହିଛି । ତାସହ ଦଳୀୟ କର୍ମୀ ବି ବାହାରେ ଡେରା ପକାଇଛନ୍ତି ଯେଭଳି କୌଣସି ହେରଫେର୍ ନ ହୁଏ । ଏଥିପାଇଁ ପାଳି କରି ୮ ଘଣ୍ଟା ଲେଖାଏଁ ଦିନ ରାତି ଜଗି ରହୁଛନ୍ତି କର୍ମୀ । ଏହା ଭିତରେ ନିର୍ବାଚନ ପର୍ଯ୍ୟବେକ୍ଷକ, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମେତ ୫ଟି ଅଞ୍ଚଳର ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଆସି ତଦାରଖ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଏକଜିଟ୍ ପୋଲ୍‌ରେ ବିଜେପିକୁ ବଡ଼ ସଫଳତା, କ’ଣ ଥିଲା ଷ୍ଟ୍ରାଟେଜୀ ?

ତେବେ ଫଳାଫଳ ଆସିବା ପୂର୍ବରୁ ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ ସାମ୍ନାକୁ ଆସିଲା ଏକଜିଟ୍‌ ପୋଲ୍ ସର୍ଭେ ରିପୋର୍ଟ । ଇଣ୍ଡିଆ ଟୁଡେ- ଆକ୍ସିସର ଆକଳନ ଅନୁସାରେ, ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଉଭୟ ବିଜେପି ଓ ବିଜେଡିକୁ ୬୨ରୁ ୮୦ଟି ଲେଖାଏଁ ବିଧାନସଭା ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି । ରାଜ୍ୟରେ କଂଗ୍ରେସକୁ ମିଳିପାରେ ୫ ରୁ ୮ଟି ବିଧାନସଭା ସିଟ୍ । ଯଦି ଭୋଟ୍ ସେୟାରକୁ ଦେଖିବା ତାହାଲେ, ବିଜେପିକୁ ୪୨%, ବିଜେଡିକୁ ୪୨%, କଂଗ୍ରେସକୁ ୧୨% ଏବଂ ଅନ୍ୟାନ୍ୟଙ୍କୁ ୪% ଭୋଟ୍ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ଏହି ଆକଳନକୁ ନେଇ ବିଜେପି କହିଛି, ଦଳର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ କହୁଛି, ଓଡ଼ିଶାରେ ବିଜେପି ଶତାଧିକ ସିଟ୍ ଜିତି ସରକାର କରିବ ।

OTV is now on Whatsapp

Join and get latest news update delivered to you via whatsapp

Join Now