• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ନିର୍ବାଚନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସା ଅଭିଯୋଗ । କେନ୍ଦ୍ରାପଡ଼ାରେ ବିଜେଡିର ରକ୍ତପାତ ରାଜନୀତି ଅଭିଯୋଗ । ଗତକାଲି ରାତିରେ ପାଟକୁରାରେ ଜଣେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବିଜେପିର ପଂଚାୟତ ସଭାପତିଙ୍କ ବାପାଙ୍କୁ ବିଜେଡି କର୍ମୀ ଗାଡ଼ି ଧକ୍କା କରି ମାରିଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ପରେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ସେଠାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରୁଥିବା ବେଳେ ବାଟରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି । ଘଟଣା ପରେ ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ, ତେଜେଶ୍ୱର ପରିଡ଼ା ପହଞ୍ଚି, ମୃତକଙ୍କ ପରିବାରକୁ ଆଶ୍ୱାସନା ଓ ସମବେଦନା ଜଣାଇବା ସହ ହତ୍ୟାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଅନ୍ୟପଟେ ଏ ଘଟଣାରେ ବିଜେଡି କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ସେପଟେ ଭଦ୍ରକ ବାସୁଦେବପୁରରେ ନିର୍ବାଚନୀ ହିଂସା । ଭୋଟ ଦେଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ମରଣାନ୍ତକ ଭାବେ ୧୦ ଜଣ କଂଗ୍ରେସ ସମର୍ଥକଙ୍କୁ ଆକ୍ରମଣ କରାଯାଇଛି । ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଛି କଂଗ୍ରେସ ।

ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମେଦ ପଞ୍ଚାୟତ ଖସରବାଡି ଗାଁରେ ଘଟିଛି ଏହି ଘଟଣା । ୨୩୬ ନମ୍ବର ବୁଥରେ ନିର୍ବାଚନ ବେଳେ ଭୋଟଦାନକୁ କେନ୍ଦ୍ର କରି ବିଜେଡି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା । କଂଗ୍ରେସ ସମର୍ଥକ ମାନେ ଭୋଟ ସାରି ସନ୍ଧ୍ୟାରେ ଘରକୁ ଫେରିବାବେଳେ ମଝି ରାସ୍ତାରେ ଖଣ୍ଡା, ଭୂଜାଲି, ପଥର, ଠେଙ୍ଗା ସହିତ ହଠାତ ଅତର୍କିତ ଆକ୍ରମଣ କରାଯାଇଥିଲା ।

ଏଥିରେ ୧୦ ଜଣ କଂଗ୍ରେସ ସମର୍ଥକ ଗୁରୁତର ଆହତ ହୋଇଥିବାବେଳେ ୬ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ କଂଗ୍ରେସର ଅଭିଯୋଗ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀର ୧୯୦ ବୁଥରେ ଉତ୍ତେଜନା ।

ଭୋଟ୍ ପ୍ରକ୍ରିୟା ବେଳେ ବିଜେଡି କର୍ମୀ ବିଜେପି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ । ଏହାର ପ୍ରତିବାଦରେ ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର ଧାରଣାରେ ବସିଥିଲେ । ବୁଥ୍ ଆଗରେ ସେ ଗତକାଲି ରାତିରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । ଫଳରେ ବୁଥ ଭିତରୁ ବାହାରି ପାରିନଥିଲେ ପୋଲିଂ କର୍ମଚାରୀ ।

ବୁଥ ଭିତରେ ପୋଲିଂ କର୍ମଚାରୀ ଓ ଇଭିଏମ ମଧ୍ୟ ରହିଥିଲା । ଘଟଣାସ୍ଥଳରେ ପୋଲିସ ଓ ଜିଲ୍ଲା ପ୍ରଶାସନ ପହଞ୍ଚି ବୁଝାସୁଝା କରିଥିଲା । ରାତି ପ୍ରାୟ ୨ଟା ବେଳେ ବିଜେପି ପ୍ରାର୍ଥୀ ଧାରଣାରୁ ହଟିବା ପରେ ପୋଲିଂ ପାର୍ଟି ମୁକ୍ତ ହୋଇଥିଲେ । ତେବେ ଏନେଇ ବିଜେଡି ପକ୍ଷରୁ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

OTV is now on Whatsapp

Join and get latest news update delivered to you via whatsapp

Join Now