Advertisment

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ଆଉ ୫ ଜଣଙ୍କୁ ବାନ୍ଧିଲା ପୋଲିସ୍

ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି ବାଂଶଡ଼ା ପୋଲିସ୍ । ଏବେ ଯାଏଁ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
5 arrested in Abhilash panda attack case

Attack on Abhilash Panda

ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ ମାମଲାରେ ଆଉ ୫ ଜଣ ଗିରଫ । ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି ବାଂଶଡ଼ା ପୋଲିସ୍ । ଏବେ ଯାଏଁ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଗତ ସପ୍ତାହରେ ନିର୍ବାଚନ ପ୍ରଚାର ପାଇଁ ଭଦ୍ରକ ଚାନ୍ଦବାଲି ଯାଇଥିବା ବେଳେ ଶଶିକାଦେଇପୁର ନିକଟରେ ଅଭିଳାଷଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ଘଟଣାକୁ ନେଇ ବିଜେଡିକୁ ନିଶାନା କରିଥିଲା ବିଜେପି ।

Advertisment

ସୂଚନା ଅନୁସାରେ ମେ’ ୩୦ରେ ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ହୋଇଥିଲା । ଚାନ୍ଦବାଲିରେ ପ୍ରଚାରରୁ ଫେରିବା ବେଳେ ଶଶିକାଦେଇପୁର ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ତାଙ୍କର କିଛି ସହଯୋଗୀ ତଥା ଦଳୀୟ କର୍ମୀ ଆହତ ହୋଇଥିଲେ । ଏନେଇ ବାଂଶଡ଼ା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା ।

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲେ ଡାକ୍ତର ଅମ୍ଲାନ ? ଦୁଇ ଦିନ ପରେ ବି ମିଳୁନି ପତ୍ତା

ତେବେ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣର ତିନି ଦିନ ପୂର୍ବରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ତୋଟାପଡ଼ାରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁ ଓ ତାଙ୍କର କିଛି ସହଯୋଗୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ସେମାନେ ଚାନ୍ଦବାଲିରୁ କାରରେ ଫେରୁଥିବା ବେଳେ ତୋଟପଡ଼ାଠାରେ ବିଜେଡି କର୍ମୀମାନେ ସେମାନଙ୍କ କାର ଉପରକୁ ଇଟା, ପଥର ଆଜି ଫିଙ୍ଗିଥିଲେ। ଏହା ସହିତ ସେମାନଙ୍କୁ ଆକ୍ରମଣ କରିଥିଲେ।

Advertisment

ସେମାନେ ସୁବାସ ସାହୁଙ୍କ ମାଡ଼ ମାରିବା ସହିତ ତାଙ୍କ ସାର୍ଟ ଚିରି ଦେଇଥିଲେ । ଏହି ଆକ୍ରମଣରେ କାର୍‌ଟି ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘଟଣା ପାଇଁ ସୁବାସ ସାହୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଦାୟୀ କରିଥିଲେ। ତାଙ୍କ ଇସାରାରେ ଏସବୁ କରାଯାଇଥିବା ସୁବାସ କହିଥିଲେ। କାରଣ ସେମାନଙ୍କ ଉପରେ ଆକ୍ରମଣ ହେବାର କିଛି ସମୟ ପୂର୍ବରୁ ସେହି ରାସ୍ତାରେ ବିଧାୟକଙ୍କ ରାଲି ଅତିକ୍ରମ କରିଥିଲା । ଏହି ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଥିଲା ।

ସେପଟଟେ ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଜି ଦିନ ୧୧ଟା ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଡିଜିପିଙ୍କ ଅଫିସ ଘେରିବାକୁ ଚେତାବନୀ ଦେଇଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ୭୨ ଘଣ୍ଟା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନଥିବା ପ୍ରତିବାଦରେ ଘେରାଉ ଧମକ ଦେଇଛି ଦଳ ।

ଅଧିକ ପଢ଼ନ୍ତୁ: ରକ୍ତ ରଞ୍ଜିତ ହେଲା ୨୪ ନିର୍ବାଚନୀ ମହାସଂଗ୍ରାମ, ହତ୍ୟାରୁ ଆରମ୍ଭ ହତ୍ୟାରେ ହେଲା ଶେଷ

ସେହିପରି ଚାନ୍ଦବାଲି ବିଧାୟକ, ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ର । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ଜଣେ ଅଭ୍ୟାସଗତ ଅପରାଧୀ, ତାଙ୍କ ନାଁରେ ବହୁ ଅପରାଧିକ ମାମଲା ଥିବା ସେ କହିଛନ୍ତି । ୨୪ ଘଣ୍ଟାରେ ଯଦି ଗିରଫ କରାନଯାଏ ପରବର୍ତ୍ତୀ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଡିଜି ଦାୟୀ ରହିବେ । ଭୁବନେଶ୍ୱରରେ ବିଧାୟକଙ୍କୁ ପଶେଇ ଦେବୁନି ଅଣ୍ଡା ମାଡ଼ ହେବ ବୋଲି ଚେତାବନୀ ଦେଇଛି ଯୁବମୋର୍ଚ୍ଚା । ସେପଟେ ସଂଗ୍ରାମଙ୍କ ଅଭିଯୋଗ ନେଇ ବ୍ୟୋମକେଶଙ୍କ ପ୍ରତିକ୍ରିୟା ମିଳିପାରିନି ।

BJP Odisha Election Odisha Politics General Election 2024
Advertisment
Advertisment