ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ ।
ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନି ବର୍ଷା ହେଉଛି । ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା ସମ୍ବଲପୁର । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡିରେ ବଢ଼ିଲା ମୃତ୍ୟୁସଂଖ୍ୟା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ହେଲା ଖାରଜ । ଜାମିନ୍ ଖାରଜ କଲେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ ।
କୁନି ପୁଅ ସାମ୍ନାରେ ପିଟି ପିଟି ମାରିଦେଲେ ମାଆକୁ । ପାରିବାରିକ କଳହର କରୁଣ ପରିଣତି । ଟଙ୍କା ପାଇଁ ବୋହୁକୁ ପିଟି ପିଟି ମାରିଦେଲେ ଶାଶୁ ଘର ଲୋକେ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ଦିଲ୍ଲୀରେ ଆଜି ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୫୨.୯ ଡିଗ୍ରୀରେ ପହଞ୍ଚିଥିବା ବେଳେ ନାଗପୁରରେ ୫୬ ଡିଗ୍ରୀ ପହଞ୍ଚିଛି । ଏଠାରେ ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ଅତି ଜରୁରୀ ନଥିଲେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଅମଙ୍ଗ ହେଉଛନ୍ତି । ଏମିତିକି ଏକ ପ୍ରକାର ଡରୁଛନ୍ତି । କାରଣ ଖରାରେ ସନ୍ସ୍ଟ୍ରୋକ୍ର ମାତ୍ରା ବି ବଢ଼ିବାରେ ଲାଗିଛି ।
ଅତନୁ ପ୍ରଚାର କରିବାକୁ ଆସିଥିବା ଦେଖି ଲୋକେ କହିଲେ, ଆମ ଗାଁ ପାଇଁ କ’ଣ କରିଛ? ଆଜି ଯାଏଁ କେଉଁଠି ଥିଲ? ଆଜି କାହିଁକି ଆସିଛ ? ଏମିତି ନାନା ପ୍ରଶ୍ନ ପଚାରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଗଲେ ଲୋକେ। ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଡଙ୍ଗାରେ ଖସି ପଳାଇଲେ ଅତନୁ।
ଭୁବନେଶ୍ୱରରେ ବାର୍ ଡ୍ୟାନସରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡ଼ା ଘର ଭିତରେ ବାର୍ ଡ୍ୟାନ୍ସରଙ୍କ ରକ୍ତାକ୍ତ ମୃତଦେହ ।
ବଢ଼ିବାରେ ଲାଗିଛି ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା । ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଉରକେଲା RGHରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି ।
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଅପରାଧୀ ଭଳି ବ୍ୟବହାର କରିଛି ପୋଲିସ୍ । ଗିରଫ ପରେ ଥାନାରେ ତଳେ ବସାଇଥିଲା, ଖାଇବାକୁ ବି ଦେଇନଥିଲା । ଏଭଳି କିଛି ସାଂଘାତିକ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବିଜେଡି ନେତା ଖଗେଶ୍ୱର ଲେଙ୍କାଙ୍କ ୧୬ ଘଣ୍ଟା ଧରି ମିଳୁନି ପତ୍ତା। ଖଗେଶ୍ୱର ଲେଙ୍କାଙ୍କ ଘର ବାହାରେ ଜଗିଛି ସ୍କ୍ବାଡ୍ ।
ଅସହ୍ୟ ତାତିରେ ଜଳୁଛି ଓଡ଼ିଶା। ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି। ଗତକାଲି୪୭ ଡିଗ୍ରୀ ଛୁଇଁଥିଲା ଝାରସୁଗୁଡ଼ାର ପାରଦ।
ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ହେବ ଭୋଟ । ଭୋଟିଂ ଗ୍ରହଣ ପାଇଁ ବୁଥ ମୁହାଁ ପୋଲିଂ ପାର୍ଟି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାଉରକେଲାରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ।
ଛାଇ ଟିକେ ଖୋଜି ଥକା ମେଣ୍ଟାଉଛି ବାଘ। ଆଉ କିଏ ପଶିଛି ପାଣି କୁଣ୍ଡରେ। ଏପଟେ ହଂସମାନେ ଡରୁଛନ୍ତି ତତଲା ପାଣିରେ ପାଦ ରଖିବାକୁ। ଆଉ ହାତୀକୁ ଦରକାର ପଡ଼ୁଛି ଲଗାତର ୱାଟର ସ୍ପ୍ରେ। ଦିଲ୍ଲୀ ଚିଡ଼ିଆଖାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ବିଜେଡି ମାର୍କା ବାବୁଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା ! କେତେ ବେଳେ କାହା ଉପରେ ବି ହୋଇପାରେ ଆକ୍ସନ! କୁଟ୍ଟେ ଆଉ ଆଶିଷ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବିଜେଡି ହାତବାରିସୀ ବାବୁଙ୍କ ଛାତି ଧଡ଼ଧଡ଼।
ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଠିକ୍ ପୂର୍ବରୁ ANIକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ମନ୍ତବ୍ୟକୁ ନେଇ ସରଗରମ୍ ରାଜ୍ୟ ରାଜନୀତି।
ANIକୁ ସାକ୍ଷାତକାରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ମନ୍ତବ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର।
ମହାପ୍ରଭୁଙ୍କ ଚାପଖେଳ ବେଳେ ବାଣ ବିସ୍ଫୋରଣ । ୩ ଜଣଙ୍କ ମୃତ୍ୟୁ, ଜୀବନ ସହ ସଂଘର୍ଷ କରୁଛନ୍ତି ଅନେକ । ବାଣଫୁଟା ପାଇଁ କିଏ ଦେଇଥିଲା ଅନୁମତି ?
ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ। ଚାନ୍ଦବାଲିରେ ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ANI ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ପାଣ୍ଡିଆନ ଆପଣଙ୍କ ଉତ୍ତରାଧିକାରୀ କି ବୋଲି ପଚରାଯାଇଥିବା ପ୍ରଶ୍ନରେ ନବୀନ ପଟ୍ଟନାୟକ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି। ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ।
ବିଜେଡିର ବିଜ୍ଞାପନକୁ ମିଛ ଦର୍ଶାଇ ଜବାବ ରଖିଛନ୍ତି । ‘ଏକ୍ସ’ରେ ତଥ୍ୟ ରଖି କାଉଣ୍ଟର କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ବଳ ଟେଲିକମ ସଂଯୋଗ ଅଭିଯୋଗକୁ ନେଇ ବୈଷ୍ଣବ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ANIକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିବା ସହ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି କହିଛନ୍ତି ।
ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିବା ସହ ଉତ୍ତରାଧିକାରୀ ନେଇ ଦେଇଛନ୍ତି ବଡ଼ ବୟାନ। ଭି.କେ.ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ ବୋଲି ନବୀନ କହିଛନ୍ତି।