Advertisment

ଏକଜିଟ୍ ପୋଲ୍‌ରେ ବିଜେପିକୁ ବଡ଼ ସଫଳତା, କ’ଣ ଥିଲା ଷ୍ଟ୍ରାଟେଜୀ ?

ଓଡ଼ିଶାରେ ବିଜେପିର ବଡ ସଫଳତା ପଛରେ କାମ କଲା କେଉଁ ଷ୍ଟ୍ରାଟେଜି ? ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ନା ‘ବିଜେଡିରେ ପାଣ୍ଡିଆନ୍ ରାଜ୍’ ପ୍ରସଙ୍ଗ ?

author-image
Satyendu Shekher Mishra
undefined

Odisha Politics BJP

ଓଡ଼ିଶାରେ ବିଜେପି ଗ୍ରାଫ୍ ଉପରମୁହାଁ। ଲୋକସଭା ଏକ୍ଜିଟ ପୋଲ୍ କୁ ନେଇ ରାଜ୍ୟ ରାଜନୀତିରେ କଂପନ! ଏପରିକି ଇଣ୍ଡିଆ ଟୁଡେ- ଆକ୍ସିସ୍ ମାଇଁ ଇଣ୍ଡିଆ ଅନୁଯାୟୀ, ରାଜ୍ୟରେ ଲୋକସଭା ନିର୍ବାଚନରେ ୫୧ ପ୍ରତିଶତ ଭୋଟ୍ ବିଜେପି ହାତେଇଥିବା ଆକଳନ। ଯଦି ଏକଜିଟ୍ ପୋଲ୍ ର ଆକଳନ ଠିକ୍ ହୁଏ, ତାହେଲେ ରାଜ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ଭୋଟ୍ ବୃଦ୍ଧିର କାରଣ କଣ? କେମିତି ସଫଳ ହେବାକୁ ଯାଉଛି ବିଜେପି? କୁହାଯାଉଛି, ଚଳିତ ନିର୍ବାଚନରେ ଅଣଓଡ଼ିଆ ଏବଂ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ସାଜିଛି ମୁଖ୍ୟ ଫାକ୍ଟର।

Advertisment

ନିକଟ ଅତୀତରେ ବିଜେଡିରେ ଗଣତାନ୍ତ୍ରିକ ମୂଲ୍ୟବୋଧରେ ପରିବର୍ତ୍ତନ ଏବଂ ଏକୀକୃତ କ୍ଷମତା ହିଁ ଏହି ପ୍ରସଙ୍ଗକୁ ତିଆରି କରିଛି। ଦଳୀୟ ନେତାଙ୍କୁ କ୍ଷମତାହୀନ କରି ତାମିଲନାଡୁର ଭି.କେ. ପାଣ୍ଡିଆନଙ୍କ ଶକ୍ତି ବୃଦ୍ଧି। ଚାକିରିରୁ VRS ନେଇ କୌଣସି ପଦପଦବିରେ ନ ଥାଇ ବି ଦଳ ଏବଂ ସରକାରରେ କ୍ଷମତାକୁ ନିଜ ହାତରେ ରଖିବା। ଜନ ପ୍ରତିନିଧିଙ୍କ ବଦଳରେ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ପ୍ରାୟୋଜିତ ସଭା କରି ସମ୍ବର୍ଦ୍ଧନା ଗୋଟାଇବା। ନିଜେ ମଞ୍ଚରେ ରହି ଓଡ଼ିଆ ନେତାଙ୍କୁ ତଳେ ରଖିବା। 

ପ୍ରଶାସନରେ ଓଡ଼ିଆ IASଙ୍କ ଅପେକ୍ଷା ଅଣ ଓଡିଆ ଆଇଏଏସଙ୍କୁ ଗୁରୁତ୍ୱ। ଏସବୁ କଥାକୁ ନେଇ ଯେତେବେଳେ ଗ୍ରାଉଣ୍ଡରେ ନିଆଁ କୁହୁଳି ଥିଲା ଠିକ୍ ସେତିକି ବେଳେ, ଏକାକୀ ଲଢିବା ନିଷ୍ପତ୍ତି ପଛରେ ବି ଏହି କାରଣ ଦର୍ଶାଇ ଓଡ଼ିଆ ସ୍ୱାଭିମାନ କାର୍ଡ ଖେଳିଥିଲା ବିଜେପି।

Advertisment

ଏମିତି କି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନଡ୍ଡା, ଶାହଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡିଶା ଗସ୍ତରେ ଆସି ବି ସମାନ ପ୍ରସଙ୍ଗରେ ସରକାରଙ୍କୁ ବର୍ଷିଥିଲେ। ବିଜେପିର ଏହି ଷ୍ଟ୍ରାଟେଜି ଗ୍ରାଉଣ୍ଡରେ ବେଶ କାମ କରୁଥିବା କୁହାଯାଉଛି।

ଲମ୍ବା ସମୟ ଧରି ସରକାର ବିରୋଧରେ ଅସନ୍ତୋଷ ବି ରହିଥିଲା। ଏହା ବାଦ୍ ଓଡ଼ିଶାବାସୀଙ୍କୁ ଛୁଇଁଥିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରକୁ ଘେରିଥିଲେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ଯେମିତି ଶ୍ରୀମନ୍ଦିର ଆଉ ରତ୍ନଭଣ୍ଡାର। କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଧୋଇବା ସହ ଚାରି ଦ୍ୱାର ଖୋଲିବା ଏବଂ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ବି ବେଶ୍ ଛୁଇଁଥିଲା।

ଏହାବାଦ୍ ବିଜେଡି ବି ଅନେକ କ୍ଷେତ୍ରରେ ବ୍ୟାକଫୁଟରେ ଥିବା ବି ଦେଖିବାକୁ ମିଳିଥିଲା। ବିଜେପିର ଗଣ୍ଡା ଗଣ୍ଡା ନେତା ମାରାଥନ ପ୍ରଚାର କରୁଥିବା ବେଳେ ବିଜେଡିର କିନ୍ତୁ କେବଳ ନବୀନ-ପାଣ୍ଡିଆନ ଯୋଡି ମୈଦାନରେ ଥିଲେ। ବଡ କଥା ହେଲା ବିଜେପିର ହେଭିୱେଟ ଏସବୁ ପ୍ରସଙ୍ଗକୁ ନେଇ ଟାର୍ଗେଟ କରୁଥିବା ବେଳେ ବିଜେଡି କିନ୍ତୁ ଏହାକୁ କାଉଣ୍ଟର କରିବାରେ ବିଫଳ ହୋଇଥିଲା। ଏହା ସହ ବିଜେଡି କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ବି ସ୍ପଷ୍ଟ କରିବାରେ ବିଫଳ ହୋଇଥିବା କୁହାଯାଉଛି। 

ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ବଢିଥିବା ବେଳେ ଓଡିଶାବାସୀଙ୍କ ପାଇଁ ବିଜେପିର ପ୍ରତିଶ୍ରୁତିକୁ ବି ମୋଦି ଗ୍ୟାରେଣ୍ଟି ଭାବେ ରଖି ଦଳ ସଫଳତା ହାତେଇଥିଲା କୁହାଯାଉଛି। ଯେଉଁଥିରେ ସବୁ ବର୍ଗଙ୍କୁ ଗୁରୁତ୍ୱ ବହୁ ଭାବରେ ଭୋଟରଙ୍କୁ ପ୍ରଭାବିତ କରିଥିବା ଚର୍ଚ୍ଚା ହେଉଛି। ଏଇ ଯେମିତି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାରର କ୍ୟାସ୍ ଭାଉଚର, ଧାନ ପାଇଁ ୩୧୦୦ ଟଙ୍କାର ଏମଏସପି, ଯୁବ ଗୋଷ୍ଠୀ ପାଇଁ ଦେଢ ଲକ୍ଷ ନିଯୁକ୍ତି।

BJD BJP Congress Odisha Politics General Election 2024
Advertisment
Advertisment