• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ସରକାରୀ ଭାବେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ପ୍ରେସ୍ ରିଲିଜ ଜରିଆରେ ଏସ୍ ଆରସି ଏହି ସୂଚନା ଦେଇଛନ୍ତି । ଏବେ ବି ୨୦ ପାଖାପାଖି ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ମୃତକଙ୍କ ମଧ୍ୟରେ ଖଣ୍ଡିଆବନ୍ଧ ସାହିର ଗୋଟିଏ ପରିବାରର ୪ଜଣ ଅଛନ୍ତି । ଶନିବାର ସକାଳେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଖଣ୍ଡିଆବନ୍ଧ ବାରବାଟୀର ୬ ବର୍ଷୀୟା ଝିଅ ପ୍ରତୀକ୍ଷା ସାହୁଙ୍କର ମୃତ୍ୟୁ ଘଟିଛି । ତା ପୂର୍ବଦିନ ତାଙ୍କ ବାପା ହେମନ୍ତ ସାହୁ ଆଖି ବୁଜିଥିଲେ । ସେହିପରି ତାପୂର୍ବରୁ ସେହି ପରିବାରର ଆଉ ଜଣେ କୁନିଝିଅ ସମୃଦ୍ଧିଙ୍କ ବାପା ପ୍ରଶାନ୍ତ ସାହୁ ମଧ୍ୟ ଆଖି ବୁଜିଥିଲେ ।

ଏଥିସହ ବ୍ରହ୍ମଗିରି ଅରଖକୁଦାର ଶଙ୍କର ବେହେରାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି । ଏବେ ବି ବିଭିନ୍ନ ହସ୍ପିଟାଲରେ ୨୦ରୁ ଅଧିକ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଭିତରୁ କିଛି ଜଣଙ୍କ ୯୦ ରୁ ୯୫ ପ୍ରତିଶତ ଶରୀର ପୋଡ଼ି ଯାଇଥିବାରୁ, ସେମାନେ ଗୁରୁତର ଅଛନ୍ତି । ସେମାନଙ୍କୁ ଚିହ୍ନି ହେଉନଥିବାରୁ, ପରିଚୟ ଜାଣିବାକୁ ଡିଏନଏ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ମିଳିଛି ।

ଗତ ୨୯ ତାରିଖରେ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ବେଳେ ଘଟିଥିବା ଏହି ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା । ସେପଟେ ଆସନ୍ତା ୫ ତାରିଖରେ ପୁରୀର ସ୍ପେଶାଲ ସର୍କିଟ୍ ହାଉସରେ ଏହାର ତଦନ୍ତ କରିବେ SRC । ଜୁନ୍ ୫ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ତଦନ୍ତ ଚାଲିବ ବୋଲି ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ।

ଏହି ସମୟରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଏସପି, ଆସିଷ୍ଟାଣ୍ଟ ଫାୟାର୍ ଅଫିସର, ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀ ଏବଂ ଅନ୍ୟ ଆଗ୍ରହୀ ବ୍ୟକ୍ତିଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now