Advertisment

ରାତି ପାହିଲେ ଫଳ: ଅନିଦ୍ରା ନେତା, ସରକାରକୁ ନେଇ ବଢୁଛି ସସପେନ୍ସ

ରାତି ପାହିଲେ ଭୋଟ୍ ଗଣତି। ଏଥିପାଇଁ ଜିଲ୍ଲାଠାରୁ ଆରମ୍ଭ କରି ସିଇଓଙ୍କ କାର୍ଯ୍ୟାଳୟ ଯାଏଁ, ସବୁଠି ପ୍ରସ୍ତୁତି ଶେଷ। ନିରନ୍ତର ବ୍ୟବଧାନରେ କିପରି ଗଣତି ଅପଡେଟ୍ ମିଳିବ ସେନେଇ ବ୍ୟାପକ ବ୍ୟବସ୍ଥା ହୋଇଛି।

author-image
Manoranjan Behera
undefined

Vote Counting

ରାତିକ ପରେ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ। ଜନମତ କାହା ସପକ୍ଷରେ ଯାଇଛି ତା’ଉପରୁ ଉଠିବ ପରଦା। ଏଥିପାଇଁ ଜିଲ୍ଲାସ୍ତରରୁ ରାଜଧାନୀ ଯାଏ ସବୁଠି ପ୍ରସ୍ତୁତି କରାଯାଇଛି। ମୋଟ୍ ୭୦ଟି କେନ୍ଦ୍ରରେ ୨ କୋଟି ୫୦ ଲକ୍ଷରୁ ଅଧିକ ଭୋଟ୍ ଗଣନା ହେବ। ଏହା ସକାଳ ୮ଟାରୁ ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବ୍ୟାଲଟ୍, ଏବଂ ଏହାପରେ ଇଭିଏମ୍ ଗଣତି ହେବ।

Advertisment

ରାତି ପାହିଲେ ଭୋଟ୍ ଗଣତି। ଏଥିପାଇଁ ଜିଲ୍ଲାଠାରୁ ଆରମ୍ଭ କରି ସିଇଓଙ୍କ କାର୍ଯ୍ୟାଳୟ ଯାଏଁ, ସବୁଠି ପ୍ରସ୍ତୁତି ଶେଷ। ନିରନ୍ତର ବ୍ୟବଧାନରେ କିପରି ଗଣତି ଅପଡେଟ୍ ମିଳିବ ସେନେଇ ବ୍ୟାପକ ବ୍ୟବସ୍ଥା ହୋଇଛି। ୨୪ ଘଣ୍ଟିଆ ସିସିଟିଭି ସହ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ନଜରରେ ରହିଛି ସମସ୍ତ ଷ୍ଟ୍ରଙ୍ଗ ରୁମ୍। ଆସନ୍ତାକାଲି ସକାଳ ୬ଟାରେ ନିର୍ବାଚନ ଅଧିକାରୀ ଓ ପ୍ରାର୍ଥୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମ୍ ଖୋଲାଯାଇ ଇଭିଏମ୍‌ ଗୁଡିକୁ ଗଣତି କେନ୍ଦ୍ରକୁ ନିଆଯିବ। ଭୋଟ୍ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ପ୍ରତି ରାଉଣ୍ଡ ଗଣତି ପରେ ଫଳାଫଳକୁ ଡିସପ୍ଳେ ବୋର୍ଡରେ ପ୍ରଦର୍ଶନ ସହ ମାଇକ୍ ଯୋଗେ ସୂଚନା ଦିଆଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବି ଭୋଟ ଗଣତିର ଅପଡେଟ୍ ଦେବା ଲାଗି ପ୍ରସ୍ତୁତି ହୋଇଛି। ସବୁ ଗଣତି କେନ୍ଦ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ, ORS ମହଜୁଦ ସହ ପ୍ରାଥମିକ ଚିକିତ୍ସା ସେବା ଓ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ହୋଇଛି।

Advertisment

ଆଉ ଏପଟେ ଷ୍ଟ୍ରଙ୍ଗ ରୁମ୍ ବାହାରେ ବିଭିନ୍ନ ରାଜନୈତିକ ଦଳର କର୍ମୀଙ୍କ ୨୪ ଘଣ୍ଟିଆ କଡ଼ା ପହରା। ଷ୍ଟ୍ରଙ୍ଗରୁମ୍‌କୁ ପରିସରକୁ ଯାଉଥିବା ପ୍ରତି ବ୍ୟକ୍ତିଙ୍କ ଉପରେ ସେମାନଙ୍କ ନଜର। ଯେଭଳି ଗଣତିରେ ସ୍ୱଚ୍ଛତା ରହିବ ସେଥିଲାଗି ସମସ୍ତେ ସଜାଗ। ଜିଲ୍ଲାପାଳମାନେ ମଧ୍ୟ ଷ୍ଟ୍ରଙ୍ଗ ରୁମ୍ ଓ ଗଣତି କେନ୍ଦ୍ରକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ଭୁବନେଶ୍ୱର ବିଜେବି କଲେଜ ଠାରୁ ଆରମ୍ଭ କରି କୋରାପୁଟ, ବଲାଙ୍ଗୀର, ବ୍ରହ୍ମପୁର ସମେତ ସବୁ ଗଣତି କେନ୍ଦ୍ରରେ ପ୍ରସ୍ତୁତି ଶେଷ ହୋଇଛି। ଏସବୁ ଭିତରେ ସମସ୍ତଙ୍କ ଅପେକ୍ଷା ଆସନ୍ତାକାଲିକୁ। କାରଣ ଗଣତି ପରେ ସ୍ପଷ୍ଟ ହେବ ଏଥର ସରକାର କିଏ ଗଢିବ।

Odisha Politics Vote Counting General Election 2024
Advertisment
Advertisment