• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଏଥର ଅମାନିଆଙ୍କ ଗାଡ଼ିରେ ପଶିବ କଣ୍ଟା । ରଙ୍ଗ ରୁଟରେ ଗଲେ ବ୍ୟାରିୟର ଦ୍ୱାରା ଗାଡି ଲିକ୍‌ କରିବ ପୋଲିସ । ସେପଟେ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ସିଜ୍‌ ହେବ ଗାଡ଼ି ସହ ମୋବାଇଲ । ଟ୍ରାଫିକ ଖିଲାପକାରୀଙ୍କ ଠାରୁ ୪ ଶହ ଗାଡ଼ି ସିଜ୍‌ କରି ଛନକା ପୁରାଇଛି କମିଶନରେଟ ପୋଲିସ ।

ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଲାଉଛନ୍ତି କି ? ଚେକିଂ ବେଳେ ଚାଲାକ ହୋଇ U-Turn ଦେଉଛନ୍ତି କି ? ମଦ୍ୟପାନ କରି ଗାଡ଼ି ଚଳାଇ ଖସି ଯିବେ ବୋଲି ଭାବୁଛନ୍ତି କି ? ଏହା କରୁଥିଲେ ମହଂଗାରେ ପଡ଼ିପାରନ୍ତି । କୌଣସି ବି ମୁହୂର୍ତ୍ତରେ ଆପଣଙ୍କ ଗାଡ଼ିରେ ପଶିଯାଇପାରେ କଣ୍ଟା । ଅମାନିଆଙ୍କ ପାଇଁ ରଙ୍ଗ ରାଇଡିଂ ବ୍ୟାରିୟର ବା ସ୍ପାଇକର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଗତକାଲିଠାରୁ ଏହି ବ୍ୟାରିୟରକୁ ବ୍ୟବହାର କରାଯାଇ ୧୦ରୁ ଉର୍ଦ୍ଧ ଖିଲାପି ଗାଡିକୁ ରାସ୍ତାରେ ପମ୍ପଚର କରି ସାରିଲାଣି କମିସନରେଟ ପୋଲିସ । କମିଶନରେଟ ପୋଲିସ ପକ୍ଷରୁ ଆଜିଠାରୁ ଚେକିଂ ବେଳେ ଏହି ସ୍ପାଇକ ବ୍ୟାରିୟର ବା ଟାୟାର କିଲରକୁ ବ୍ୟବହାର କରାଯିବ ।

ସେହିଭଳି ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରୁଥିବା ଡ୍ରାଇଭରଙ୍କ ପାଇଁ ଆହୁରି କଠୋର ହୋଇଛି ପୋଲିସ । ମଦ୍ୟପ ଡ୍ରାଇଭର, ଟ୍ରିପଲ ରାଇଡିଂ, ହେଲମେଟ, ପରେ ମୋବାଇଲରେ କଥା ହେଉଥିବା ଚାଳକଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ଯାଉଛି ପୋଲିସ । ଯେଉଁମାନେ ଗାଡି ଡ୍ରାଇଭ ବେଳେ ମୋବାଇଲ ବ୍ୟବହାର କରୁଛନ୍ତି, ଏଥର ଗାଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ନୁହେଁ, ସିଧାସଳଖ ବ୍ୟବହାର ହେଉଥିବା ମୋବାଇଲକୁ ସିଜ କରାଯିବ ବୋଲି କହିଛନ୍ତି କମିଶନର ।

ପୋଲିସ୍ କମିଶନରଙ୍କ କହିବା ଅନୁସାରେ ଅମାନିଆ ଚାଳକଙ୍କ ଗାଡ଼ିକୁ କୋର୍ଟ ଚାଲାଣ କରିବା ସହ ମୋବାଇଲକୁ ପୋଲିସ୍‌ ତତକ୍ଷଣାତ ଜବତ କରିବ । ଚେକିଂ ସମୟରେ ପୋଲିସ ଉପରକୁ ଗାଡ଼ି ଚଢ଼ାଇ କେତେକ ଅମାନିଆ ଡ୍ରାଇଭର ଖସି ପଲାଉ ଥିବା ନଜିର ଆସିଛି । ସେମାନଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସ ଏବେ ୩୦୭ ଦଫାରେ ମାମଲା ରୁଜୁ କରିବା ସହ ରାସ୍ତାରେ ସ୍ପାଇକ ବିଛାଇବା ପାଇଁ ନିଷ୍ପତ୍ତି ନେଇଛି। ସେହିପରି ବିଗତ ୪ ଦିନରେ ଟ୍ରାଫିକ ଖିଲାପକାରୀଙ୍କ ୪ ଶହ ଗାଡ଼ି ଜବତ କରି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ସେ କହିଛନ୍ତି। ଦୁର୍ଘଟଣା କମାଇବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କମିସନରେଟ ପୋଲିସର ଏଭଳି ପଦକ୍ଷେପ ।

OTV is now on Whatsapp

Join and get latest news update delivered to you via whatsapp

Join Now