Advertisment

ବନ୍ଦ ପଡ଼ିଛି ମହାପ୍ରଭୁଙ୍କ ଆବିର୍ଭାବ ସ୍ଥଳ; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇନି। ଖୁବଶୀଘ୍ର କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଖୋଲି ପାରେ ଗୁଣ୍ଡିଚା ମନ୍ଦିର।

author-image
Sonali Ojha
Gundicha

Gundicha

ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ଅନିଶ୍ଚିତତା ଭିତରେ ୫ ବର୍ଷ ହେଲାଣି ବନ୍ଦ ପଡିଛି ମହାପ୍ରଭୁଙ୍କ ଆର୍ବିଭାବ ସ୍ଥଳ। ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ଗୁଣ୍ଡିଚା ମନ୍ଦିର ଭିତରକୁ ନଯାଇପାରି ମନ ଦୁଃଖରେ ଫେରୁଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କ ସହ ସୁଆର ମହାସୁଆର ନିଯୋଗର ଅଧିକାରୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି। ଆଗାମୀ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

କୋଭିଡ୍ ପରଠୁ ବନ୍ଦ ପଡ଼ିଛି ଶ୍ରୀଗୁଣ୍ଡିଚା ମନ୍ଦିର। ବର୍ଷ ବର୍ଷ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ନଖୋଲିବା ଫଳରେ ବରିଷ୍ଠ ସେବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଆସି ଭିତରକୁ ନଯାଇପାରି ବିନା ଦର୍ଶନରେ ଫେରୁଛନ୍ତି। ମହାପ୍ରଭୁଙ୍କ ଜନ୍ମସ୍ଥାନ ନଦେଖି ପାରିବାରୁ ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି।

ଏହାରି ଭିତରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ପାଇଁ ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଓ ମୁଖ୍ୟ ପ୍ରଶାସକ। ଓବିସିସିର ଅଧିକାରୀଙ୍କ ସହ ସୁଆର ମହାସୁଆର ନିଯୋଗର ଅଧିକାରୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତ୍ବାରାନ୍ବିତ, ରୋଷଶାଳାର ମରାମତି ଓ ଉନ୍ନତିକରଣ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି। ତେବେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇନି। ଖୁବଶୀଘ୍ର କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଖୋଲି ପାରେ ଗୁଣ୍ଡିଚା ମନ୍ଦିର। ମନ୍ଦିରର ରୋଷଶାଳା ଅପେକ୍ଷା ପଛପାଖ ରାସ୍ତା ଉଚ୍ଚା ହୋଇଗଲାଣି, ଫଳରେ ରାସ୍ତାର ମଇଳା ପାଣି ରୋଷଶାଳାକୁ ଚାଲି ଆସୁଛି। ଯେଉଁଥିପାଇଁ ଅମୁଣିଆ ମାରା ହୋଇଯାଏ। ଫଳରେ ରୋଷଶାଳାକୁ ୩ ଫୁଟ ଉଚ୍ଚା କରାଯିବ। ମୋଟା ମୋଟା କାନ୍ଥକୁ କଟାଯିବ। ଏବଂ ରୋଷଶାଳା ସ୍ବତନ୍ତ୍ର ଭାବରେ ନିର୍ମାଣ ହେବ।

Gundicha Temple
Advertisment
Advertisment