Advertisment

ମୂର୍ଚ୍ଛା କୃଷ୍ଣଙ୍କୁ ଡେଣାରେ ଝାଡ଼ି ଅମର ଲଡ଼ୁ ଭୁଞ୍ଜାଇଲେ ଗରୁଡ଼, କାଳୀୟଦଳନ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

କାଳନ୍ଦୀ ହ୍ରଦରେ କୃଷ୍ଣଙ୍କୁ ଦଂଶନ କଲା କାଳୀନାଗ, ମୂର୍ଚ୍ଛା କୃଷ୍ଣଙ୍କୁ ଡେଣାରେ ଝାଡ଼ି ଅମର ଲଡ଼ୁ ଭୁଞ୍ଜାଇଲେ ଗରୁଡ଼, କାଳୀୟଦଳନ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର...

author-image
Kausik Mohapatra
ଅଦ୍ୟତନ ହୋଇଛି
Kaliyadalana Rituals

Kaliyadalana Rituals

ସାକ୍ଷୀଗୋପାଳ: ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ପରମ୍ପରା କ୍ରମେ ଠାକୁରଙ୍କ କାଳୀୟଦଳନ ପର୍ବ ଓ ଦେବନିତୀ ଅନୁଷ୍ଠିତ କରାଯାଇଛି। ଏହି ଅବସରରେ ସାକ୍ଷୀଗୋପାଳ ଠାକୁରକାଳୀୟ ଦଳନ ବେଶରେ ସଜ୍ଜିତ ହୋଇଥିଲେ। ଠାକୁରଙ୍କ ଛନ୍ଦାଚରଣ ଓ ଶ୍ରୀଭୁଜକୁ ଲୁଚାଇ ସୋଲରେ ତିଆରି ଖଂଜା ଶ୍ରୀପୟର, ଚର୍ତ୍ତୁଭୁଜ ଖଞ୍ଜା ଯାଇଥିଲା। ଦର୍ଜି ଓ ମଣ୍ଡଣୀ ସୁଆଁସିଆ ସେବକ ପ୍ରସ୍ତୁତ କରିଥିବା କାଳୀୟନାଗ ଠାକୁରଙ୍କ ଚତୁଃପାର୍ଶ୍ଵରେ ଲଗାଯାଇଥିବା ବେଳେ ସପ୍ତଫେଣି ନାଗ ଉପରେ ଠାକୁର ଦଣ୍ଡାୟମାନ ହୋଇ ଗୋଟିଏ ହାତରେ ସର୍ପର ଲାଞ୍ଜ ଧରିଥିବା ଦେଖିବାକୁ ମିଳିଥିଲା।

Advertisment

ଗୋଧନ ବାହୁଡ଼ା ଭୋଗପରେ ସାକ୍ଷୀଗୋପାଳଙ୍କ ବିଜେପ୍ରତିମା ମଦନ ମୋହନ ଓ ଲବଣି ଚୋରା ଠାକୁର ବିମାନରେ ରଙ୍ଗଣିସାହି ସ୍ଥିତ ଲବଣିଖିଆ ମଣ୍ଡପକୁ ବିଜେ କରିଥିଲେ। ମହାଭୋଇ କୁଳର କୂଳବଧୁ ମାନେ ଠାକୁରଙ୍କୁ ବନ୍ଦାପନା କରିଥିଲେ। ଏହି ବିଧି ସମ୍ପର୍ଣ ପରେ ଠାକୁର ବିମାନ ଯୋଗେ ରାଧାକୁଣ୍ଡକୁ ବିଜେ କରିଥିଲେ। ସେଠାରେ ପନ୍ତିଭୋଗ, ଆଳତି, ଉପଚାର ଅନୁଷ୍ଠିତ ହୋଇଥିଲା।

ଠାକୁରଙ୍କର ଏହି ଲୀଳାରେ ଜଣେ ସେବାୟତ ଶ୍ରୀକୃଷ୍ଣ ବେଶରେ, ମଣ୍ଡଣି ସୁଆଁସିଆ ସେବକ କାଳୀୟ ନାଗ ବେଶରେ ଓ ଅନ୍ୟ ଜଣେ ବିଶୋଇ ସେବକ ଗରୁଡ ବେଶ ଧାରଣ କରିଥିଲେ। ପୁଷ୍କରିଣୀରେ ଦେବନୀତି ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗଥିଲା। ବିଳମ୍ବିତ ରାତିରେ ଠାକୁର ମନ୍ଦିରକୁ ଫେରିବା ପରେ ଶ୍ରଦ୍ଧାଳୁ ମାନେ ସାକ୍ଷୀଗୋପାଳ ଠାକୁରଙ୍କର କାଳୀୟଦଳନ ବେଶ ଦର୍ଶନ କରିଥିଲେ। ପରେ ପରେ ପ୍ରତ୍ୟେକ ଏକାଦଶୀ ଭଳି ମନ୍ଦିର ଚୂଡାକୁ ମହାଦୀପ ଉଠାଯାଇଥିଲା।

Advertisment
Ritual Sakhigopal
Advertisment
Advertisment