Advertisment

ପାରାଦୀପ ବନ୍ଦରରୁ ଧରାହେଲେ ୩ ଘାନା ନାଗରିକ; ଚାଲିଛି ତନାଘନା

ପାରାଦୀପ ଇମିଗ୍ରେସନ ପକ୍ଷରୁ ଜାହାଜକୁ ନୋଟିସ୍ କରାଯାଇଛି। ଜାହାଜରୁ କାହାକୁ ଓହ୍ଲାଇବାକୁ ଅନୁମତି ଦିଆଯାଉନି । ତନାଘନା କରୁଛି ଇମିଗ୍ରେସନ ବିଭାଗ।

author-image
Sonali Ojha
Ghana citizens

Ghana citizens

ପାରାଦୀପରେ ୩ ଘାନା ନାଗରିକ ଅଟକ । ରୁଷିଆରୁ ପାରାଦୀପ ବନ୍ଦର ଆସିଥିବା ଏକ ଚୀନ ଜାହାଜରେ ୩ ଘାନା ନାଗରିକକୁ ଠାବ କରିଛନ୍ତି କର୍ତ୍ତୃପକ୍ଷ। ସେମାନଙ୍କୁ ହେପାଜତରେ ନେଇ ତନାଘନା ଆରମ୍ଭ କରିଛି ପାରାଦୀପ ଇମିଗ୍ରେସନ। ପାରାଦୀପ ପୋର୍ଟରେ ଜାହାଜ ଲାଗିବା ପରେ ସେମାନଙ୍କୁ ଠାବ କରାଯାଇଥିଲା ।

Advertisment

MV ଗ୍ରେଟ୍ ସେଙ୍ଗ ୱେନ ଜାହାଜରେ ୩ ଘାନା ନାଗରିକ ଆସିଥିଲେ । ସେମାନଙ୍କର ଉଦ୍ଦେଶ୍ୟ କଣ ଓ କେଉଁ ପରିସ୍ଥିତିରେ ସେମାନେ ଭାରତ ମଧ୍ୟକୁ ପ୍ରବେଶ କରିଥିଲେ ସେନେଇ ଯାଞ୍ଚ ଆରମ୍ଭ ହୋଇଛି। ତେବେ ଭାରତରେ ଅନୁପ୍ରବେଶ ପାଇଁ ଏହି ଘାନା ନାଗରିକମାନେ ଆସିଥିବା ସନ୍ଦେହ କରାଯାଉଛି। କୋଇଲା ବୋଝେଇ ଚୀନ ଜାହାଜରେ ୩ ଜଣ ଘାନା ନାଗରିକଙ୍କୁ ନେଇ ସନ୍ଦେହ ଉପୁଜିଛି।

ପାରାଦୀପ ଇମିଗ୍ରେସନ ପକ୍ଷରୁ ଜାହାଜକୁ ନୋଟିସ୍ କରାଯାଇଛି। ଜାହାଜରୁ କାହାକୁ ଓହ୍ଲାଇବାକୁ ଅନୁମତି ଦିଆଯାଉନି । ତନାଘନା କରୁଛି ଇମିଗ୍ରେସନ ବିଭାଗ। ଜାହାଜକୁ ଜଗିଛନ୍ତି ସୁରକ୍ଷାକର୍ମୀ। କାଗଜପତ୍ର ଯାଞ୍ଚ ଚାଲିଛି । ଜାହାଜଟି ଋଷର କାଭକାଜ୍ ପୋର୍ଟରୁ କୋଇଲା ଆଣି ଆସିଥିଲା। ବାଟରେ ଦେଶ ବିଦେଶର ଅନେକ ବନ୍ଦରରେ ବି ପ୍ରବେଶ କରିଥିଲା।

Advertisment

ଜାହାଜର ନାମ MV Sheng Wen । ଆଜି ଭୋର ସମୟରେ ପାରାଦୀପ ବନ୍ଦରରେ ବର୍ଥିଂ କରିଛି। ସେଥିରେ ୨୦ କ୍ରିଉ ମେମ୍ବର ଥିବା ବେଳେ ୩ ଜଣ ଘାନା ନାଗରିକ ଅଛନ୍ତି। ଏକଥା ଜଣାପଡିବା ପରେ ପାରାଦୀପ ଇମିଗ୍ରେସନ ଅଫିସ ପକ୍ଷରୁ ଜାହାଜକୁ ନୋଟିସ କରାଯାଇଛି। ଘାନାର ଏହି ନାଗରିକମାନେ ନିଜ ଦେଶରୁ ଅନ୍ୟ ଦେଶକୁ ଯିବା ପାଇଁ ଲୁଚି ଚାଲି ଆସିଛନ୍ତି, ନା ଅନ୍ୟ କୌଣସି ଅଭିସନ୍ଧି ରହିଛି ତାହା ସ୍ପଷ୍ଟ ହୋଇ ନାହିଁ।

Paradeep Port
Advertisment
Advertisment