Advertisment

ଆଉ କଲେଜ୍ କ୍ୟାମ୍ପସରେ ଚାଲିବନି ନାଚ ତାମସା, ‘ନୂଆ-ଓ’କୁ ବନ୍ଦ କଲେ ମୋହନ ସରକାର

ନୂଆ ଓ ଯୋଜନା ବନ୍ଦ ନିଷ୍ପତ୍ତିକୁ ସହଜରେ ହଜମ କରି ନପାରି ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରି ଦେଇଛି ବିଜେଡି ।

author-image
Santosh Kumar Sahoo
undefined

Nua O

କ୍ୟାମ୍ପସରେ ଶୈକ୍ଷିକ ବାତାବରଣକୁ ନଷ୍ଟ କରି ଆଉ ଚାଲିବନି ନାଚ ତାମ୍ସା। ବନ୍ଦ ହେଲା ନୂଆ ଓ' । ପୂର୍ବ ନବୀନ ସରକାରର ନୂଆ ଓ କାର୍ଯ୍ୟକ୍ରମକୁ ବନ୍ଦ କରି ମୋହନ ସରକାର ଫାଇନାନସିଆଲ ଆସିଷ୍ଟାନ୍ସ ଟୁ ୟୁଜି ପିଜି ଷ୍ଟୁଡେଣ୍ଟସ ନାଁରେ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କହିଛନ୍ତି ଚଳିତ ବର୍ଷଠାରୁ ଏହି ଯୋଜନା ପ୍ରଣୟନ ହେବ। ଏଥିପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ।

Advertisment

ଏପଟେ ଗୃହରେ ସରକାରଙ୍କ ଏ ଉତ୍ତର ପରେ ଆରମ୍ଭ ହୋଇଛି ରାଜନୀତି । ନୂଆ ଓ ଯୋଜନା ବନ୍ଦ ନିଷ୍ପତ୍ତିକୁ ସହଜରେ ହଜମ କରି ନପାରି ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରି ଦେଇଛି ବିଜେଡି । କଂଗ୍ରେସ କହିଛି ବିଜେଡି ସରକାର ନୂଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ କରିଥିବା ଏ ଯୋଜନାକୁ ବିଜେପି ସରକାର ବନ୍ଦ କରି ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି। ହେଲେ ସୁଭଦ୍ରା ଯୋଜନା ଭଳି ଏ ଯୋଜନାରେ ବି ଯେମିତି ନ ଠକନ୍ତୁ । ବିଜେପି କହିଛି ସରକାରଙ୍କ ନୂଆ ଯୋଜନା ଦ୍ବାରା ଛାତ୍ରଛାତ୍ରୀ ପ୍ରକୃତରେ ଲାଭବାନ ହେବେ ।

ନିର୍ବାଚନ ପୂର୍ବରୁ ନୂଆ ଓ ଯୁବ ଭୋଟ୍ ଗୋଟେଇବାକୁ ବିନା ବଜେଟରେ ନୂଆ ଓ ଯୋଜନା ଆଣିଥିଲେ ନବୀନ ସରକାର । ଆଳଥିଲା ମେଧାବୃତ୍ତି, ହେଲେ ମାହୋଲ ବନେଇବାକୁ ଭୋଟ ରାଜନୀତିର ଯେମିତି ଗୋଟି ଚାଲିଥିଲା କ୍ୟାମ୍ପସରେ । ପିଲାଙ୍କ ଭିତରେ କ୍ରୀଡ଼ା, ସାଂସ୍କୃତିକ  ପ୍ରତିଯୋଗିତା ନାଁରେ ସେଲିବ୍ରିଟିଙ୍କୁ ଆଣି ମଞ୍ଚରେ ଆଲବମ୍ ଗୀତରେ ଠୁମକା ଲାଗୁଥିଲା । ଭୋଟ୍ ବାତାବରଣ ଭିତରେ ପାଖାପାଖି ୪ ମାସ କାଳ ଶୈକ୍ଷିକ ବାତାବରଣକୁ ନଷ୍ଟ କରି ଚାଲିଥିଲା ନାଚ ତାମସା । ଏମିତିକି ପିଲାଙ୍କ ପରୀକ୍ଷା ସମୟରେ ବି ନୂଆ ଓ ନାଁରେ କ୍ୟାମ୍ପସରେ ସଭା କରି ପ୍ରଚାରରେ ମାତିଥିଲେ ପାଣ୍ଡିଆନ୍ । ଯେଉଁଥିପାଇଁ କେବଳ ଏଇ ନାଚଗୀତ କାର୍ଯ୍ୟକ୍ରମ ପାଇଁ ୯୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସରକାର । ଏହାବାଦ୍ ନୂଆ ଓ ସ୍କଲାରସିପ୍ ବାବଦକୁ ୫ ଲକ୍ଷ ୩୦ ହଜାର ୬୩୫ ଛାତ୍ରଛାତ୍ରୀଙ୍କୁ ୫୨୬ କୋଟି ଟଙ୍କା ବଣ୍ଟାଯାଇଥିଲା। ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ଦିଆଯାଇଥିଲା ୧୦ ହଜାର ଟଙ୍କା ।

Advertisment

ତେବେ ନୂଆ ଓ ବଦଳରେ ନୂଆ ସରକାର ନୂଆ ଯୋଜନା ଆଣିବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଏହାକୁ ସ୍ବାଗତ କରିଥିଲେ ବି ସ୍କଲାରସିପ୍ ଜାରି
ରହିବା ନେଇ ଆଶା ରଖିଛନ୍ତି । ସେହିପରି କଲେଜ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ପୂର୍ବ ସରକାର ତରବରିଆ ଭାବେ କରିଥିବା ନୂଆ ଓ ଯୋଜନାରେ କିଛି ଦୋଷତ୍ରୁଟି ଥିବା କହି ନୂଆ ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ନିଶ୍ଚିତ ଫଳପ୍ରଦ ହେବ ବୋଲି କହିଛନ୍ତି ।

ନୂଆ ଓ ବଦଳରେ ମୋହନ ସରକାର ଫାଇାନସିଆଲ୍ ଆସିଷ୍ଟାଟନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ନାଁରେ ନୂଆ ଯୋଜନା ଆଣିବାକୁ ଯାଉଥିଲେ ବି ଏହାର ବିସ୍ତୃତ ରୂପରେଖ କ’ଣ ରହିବ, କେତେ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରୁ ଉପକୃତ ହେବେ, ସ୍କଲାରସିପର ପରିମାଣ କେତେ ରହିବ ଏବେ ତାଉପରେ ନଜର ।

BJD BJP Suryabanshi Suraj
Advertisment
Advertisment