Advertisment

ରାଜ୍ୟରେ ଖୋଲିବ ୨୫ ନୂଆ ଅବକାରୀ ଥାନା; ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି

ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Liquor

Liquor

ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ୧୬ଟି ସ୍ଥାନରେ ଏହି ଅବକାରୀ ଥାନା ଖୋଲାଯିବ। ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି।

Advertisment

ଏଥିମଧ୍ୟରୁ କେବଳ ଗଞ୍ଜାମରେ ୬ଟି ନୂଆ ଅବକାରୀ ଥାନା ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି।ଗଞ୍ଜାମରେ ୩, ବ୍ରହ୍ମପୁରରେ ୩ଟି ନୂଆ ଅବକାରୀ ଥାନା ପ୍ରତିଷ୍ଠା ହେବ। ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାରେ ୬ଟି ଅବକାରୀ ଥାନା ପ୍ରତିଷ୍ଠା ନେଇ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୪ ତାରିଖରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ବିଷାକ୍ତ ମଦ ମୃତ୍ୟୁ ନେଇ ବିଧାନସଭାରେ ସଂପୂର୍ଣ୍ଣ ତଥ୍ୟ ରଖିଛନ୍ତି ଅବକାରୀ ମନ୍ତ୍ରୀ। ସେ କହିଛନ୍ତି୧୯୯୨ ଠାରୁ ଏଯାବତ୍ ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତ୍ୟୁ ହୋଇଛି। ୧୯୯୨ରେ କଟକରେ ସର୍ବାଧିକ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୨ରେ ଭୁବନେଶ୍ୱର ଉପକଣ୍ଠ ଟୁକୁଲିପଡ଼ାରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିଲା।

Advertisment

୨୦୦୧ରେ ପୁରୀରେ ୨୦ଜଣ, ୨୦୦୬ରେ ଗଞ୍ଜାମରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୧୯ ନିର୍ବାଚନ ବେଳେ ଭଦ୍ରକ ତିହିଡ଼ିରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମାଞ୍ଚଳରେ ୪୩୩ଟି ଦେଶୀଭାଟି ରହିଥିବା ବେଳେ ସେଥିରୁ ୨୨୭ କୋଟିର ରାଜସ୍ୱ ଆଦାୟ କରାଯାଉଛି। ପାଉଚ ଉତ୍ପାଦନ ପାଇଁ ୪୯୦ ମଦଭାଟିକୁ ଲାଇସେନ୍ସ ଦିଆଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୨୩ କୋଟି ଲିଟର ମହୁଲି ମଦ ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ କହିଛନ୍ତି।

Liquor
Advertisment
Advertisment