/odishatv-khabar/media/post_attachments/uploadimage/library/16_9/16_9_0/PM_USHA_1725087427.jpg)
PM USHA
ଓଡ଼ିଶାରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ - ପିଏମ୍ ଉଷା। ଏଥିପାଇଁ କୃଷି ଭବନ ଅଡିଟୋରିୟମଠାରେ ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ପ୍ରଣୟନ ଜରିଆରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଗୁଣବତ୍ତା ଶିକ୍ଷା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାକ୍ଷରତା ଓ ପ୍ରାଥମିକ ଶିକ୍ଷା ବର୍ତ୍ତମାନ ଏକ ସମସ୍ୟା ହୋଇନାହିଁ। ଆମେ ଯୁବବର୍ଗଙ୍କୁ କିଭଳି ସାଧାରଣ ଶିକ୍ଷା ପରେ ଦକ୍ଷତା ବୃଦ୍ଧି କରିବା ତାହା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ। ଶିକ୍ଷା ପ୍ରଣାଳୀ ସହ ତାଳ ଦେଇ ଆମକୁ ସେହି ସ୍ତରରେ ପହଞ୍ଚିବାର ଅଛି।
ଏହି ଯୋଜନା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନସିପ୍ ମାଧ୍ୟମରେ ଇଣ୍ଡଷ୍ଟ୍ରିଆଲ୍ ଏକ୍ସପୋଜର୍ ପ୍ରଦାନ କରାଯିବା ସହିତ ପ୍ଲେସମେଣ୍ଟ ମାଧ୍ୟମରେ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରାଯିବ । ଧନ୍ଦାମୂଳକ ଏବଂ ଉଦ୍ୟୋଗଭିତ୍ତିକ ପାଠ୍ୟକ୍ରମକୁ ପ୍ରାଧାନ୍ୟ ଦେବା ସହ ଛାତ୍ରଛାତ୍ରୀ ଯେପରି ରୋଜଗାରକ୍ଷମ ହୋଇପାରିବେ ତାହା ସୁନିଶ୍ଚିତ କରାଯିବ । ଯୋଜନା ମାଧ୍ୟମରେ ଓଡିଶାର ଆସ୍ପିରେସନାଲ୍ ଜିଲ୍ଲାରେ ଥିବା ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ବିକାଶ ପ୍ରତି ବିଶେଷ ଭାବେ ଗୁରୁତ୍ୱ ପ୍ରଦାନ କରାଯିବ ।
#ପିଏମ୍_ଉଷା_ପାଇଁ_ବୁଝାମଣାପତ୍ର_ସ୍ୱାକ୍ଷର
ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍- ଉଷା)ର ଶୁଭାରମ୍ଭ ହୋଇଛି । କୃଷି ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।..#Odisha#PMUsha#Education#OTVpic.twitter.com/h9WcnFADvo— ଓଟିଭି (@otvkhabar) August 31, 2024
ଓଡ଼ିଶାରେ ନବଗଠିତ ରାଜ୍ୟ ଏବଂ କେନ୍ଦ୍ର ସରକାରର ମିଳିତ ଉଦ୍ୟମରେ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବ। ଓଡ଼ିଆ ଅସ୍ମିତାର ମୂଳ ବିଷୟ ହେଲା ରାଜ୍ୟର ବୌଦ୍ଧିକ କ୍ଷମତା। ୨୦୩୬ ସୁଦ୍ଧା ଓଡ଼ିଶା ଭାଷାଭିତ୍ତିରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ। ୨୦୪୭ ସୁଦ୍ଧା ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂରିବ। ଏହି ସମୟ ସୀମା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ଗୁଣାତ୍ମକ ଶିକ୍ଷା ଆଧାରରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ବପ୍ନ ପୂରଣ ହେବ। ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ଏବଂ ସ୍କିଲ୍ ଶିକ୍ଷା ଉପରେ ଜୋର୍ ଦିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)