Advertisment

ଛତ୍ରପୁର ବିଇଓଙ୍କ ଘରେ ଭିଜିଲାନ୍ସ ରେଡ୍; ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ରେଡ୍ ଟିମ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି।

author-image
Sonali Ojha
VIGILANCE raid

VIGILANCE raid

କିଛିଦିନ ଧରି ରାଜ୍ୟରେ ଧରପଗଡ଼ ଚାଲିଛି। ନିଦ ହଜାଇଛି ଭିଜିଲାନ୍ସ । ତେବେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ବଡ଼ବାବୁ। ଗଞ୍ଜମ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ରେଡ୍ ଟିମ୍।

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି। ଛତ୍ରପୁର ଅଫିସ୍ ସମେତ ବ୍ରହ୍ମପୁରର ୩ଟି ଓ ପୋଲସରାର ୨ଟି ସ୍ଥାନରେ ରେଡ୍ ହୋଇଛି । ପୋଲସରା ବଜାର ସାହିସ୍ଥିତ ପୈତୃକ ବାସଭବନରେ ଭିଜିଲାସନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି l ପାଞ୍ଚ ଜଣିଆ ଭିଜିଲାସନ୍ସ ଟିମ ଆଜି ସକାଳୁ ପୈତୃକ ଭବନରେ ପହଞ୍ଚି କାଗଜପାତ୍ର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି l

ସେହିଭଳି ବ୍ରହ୍ମପୁର ଭିଜିଲାନସ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମକୃଷ୍ଣନଗର ଓ ପୋଲସରା ବାସଭବନରେ ଏକାକାଳୀନ ତିନୋଟି ସ୍ଥାନରେ ଚାଲିଛି ରେଡ୍ । ଚଢାଉରେ ୫ଡିଏସପି, ୪ଇନ୍ସପେକ୍ଟର, ୫ଏସଆଇ ଓ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

Advertisment

Vigilance Raid
Advertisment
Advertisment