/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725032635.jpg)
Sports Valley
ଓଡ଼ିଶା ଦେଖିବ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି । ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ହେବ ସ୍ପୋର୍ଟ୍ସ ଭ୍ୟାଲି ବା ଫିଟନେସ୍ ଭ୍ୟାଲି । ଯେଉଁଥିରେ ସ୍ଥାନ ପାଇବ ଆଖି ଝଲସିଲା ଭଳି ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି । ସାଇକିଲିଂ ପାଇଁ ଇଣ୍ଡୋର ଭେଲୋଡ୍ରମ୍, ଆଂପି ଥିଏଟର୍, ୫ କିଲୋମିଟରର ଫିଟନେସ ଟ୍ରାକ୍, ତୀରନ୍ଦାଜୀ ଷ୍ଟାଡିୟମ୍ ସହ ବିିଭିନ୍ନ କ୍ରୀଡ଼ା ବର୍ଗର ହାଇପରଫରମାନ୍ସ ସେଣ୍ଟର । କଳିଙ୍ଗ ଷ୍ଟାଡିୟମଠାରୁ ବଡ଼ ଏବଂ ଆକର୍ଷଣୀୟ ହେବ ଏହି ସ୍ପୋର୍ଟସ ଭ୍ୟାଲି । ଆସନ୍ତା ସେପଟେମ୍ବର ୧୭ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଦିନ ଏହାର ଭୂମି ପୂଜନ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଏପଟେ କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତ ବ୍ୟାଡ଼ମିଣ୍ଟନ ଏକାଡେମୀ ଦା' ସଟଲ । ଅର୍ଦ୍ଧ ଗୋଲାକାରର ଏହି କୋଠାଟି ଉଡ଼ନ୍ତା ସଟଲ ଭଳି ଦେଖାଯାଉଛି । ଭିତରେ ରହିଛି ଖେଳିବା ପାଇଁ ୮ଟି କୋର୍ଟ ଏବଂ ୫ଶହ କ୍ଷମତା ବିଶିଷ୍ଟ ଦର୍ଶକ ଗ୍ୟାଲେରୀ । ଉଭୟ ପୁରୁଷ ଓ ମହିଳାଙ୍କ ଲାଗି ୮୦ ଜଣିଆ ହଷ୍ଟେଲ ବ୍ୟବସ୍ଥା ସହ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି । ୪ ଏକର ଜମିରେ ଶହେ କୋଟି ଟଙ୍କା ବ୍ୟୟରେ ଡାଲମିୟା ଭାରତ ତା’ର CSR ଫଣ୍ଡରେ ଏହି ଷ୍ଟାଡିୟମର ନିର୍ମାଣ କରିଛି।
ଏଥର ରାଜ୍ୟ ବଜେଟରେ ମୋହନ ସରକାର କ୍ରୀଡ଼ା ଭିତ୍ତିଭୂମି ପାଇଁ ୧୩ ଶହ ୧୫କୋଟିର ବ୍ୟୟବରାଦ କରିଛନ୍ତି । କ୍ରୀଡ଼ା ଏବଂ ଅନ୍ୟାନ୍ୟ କ୍ରୀଡା ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୯୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)