Advertisment

ରାଜଧାନୀକୁ ବାର୍ଡ ଫ୍ଲୁ ଭୟ: କିଛି ଦିନ ଚିକେନ ନ ଖାଇବାକୁ ମେୟରଙ୍କ ପରାମର୍ଶ

ଭୁବନେଶ୍ବର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ରାଜଧାନୀବାସୀଙ୍କୁ ସତର୍କ କରିଛି ବିଏମସି । ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀର କୁକୁଡ଼ା ବ୍ୟବସାୟୀଙ୍କୁ ନୋଟିସ କରିଛି ବିଏମସି ।

author-image
Sonali Ojha
Chiken

Chiken

ରାଜଧାନୀକୁ ବାର୍ଡ ଫ୍ଲୁ ଭୟ। ଭୁବନେଶ୍ବର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ରାଜଧାନୀବାସୀଙ୍କୁ ସତର୍କ କରିଛି ବିଏମସି । ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀର କୁକୁଡ଼ା ବ୍ୟବସାୟୀଙ୍କୁ ନୋଟିସ କରିଛି ବିଏମସି । ଏହାଛଡ଼ା କୁକୁଡ଼ାଙ୍କ ଅସ୍ବାଭାବିକ ମୃତ୍ୟୁ ହେଲେ ଏଣେ ତେଣେ ନ ଫିଙ୍ଗି ପୋତିବା ସହ ବ୍ଲିଚିଂ ପାଉଡର ପକାଇବାକୁ କୁହାଯାଇଛି।

Advertisment

ଯଦି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରୁହେ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଯେହେତୁ ଏବେ ଉପକଣ୍ଠ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଛି ତେଣୁ ରାଜଧାନୀବାସୀ କିଛି ଦିନ ଚିକେନ ନ ଖାଇବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର।

ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳର ଲୋକମାନେ ଚିକେନ ନଖାଇବାକୁ ପରାମର୍ଶ ଦେଇଥିଲେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କୁକୁଡା ଫାର୍ମର ମାଲିକ ଓ ସେଠାରେ କାମ କରୁଥିବା କର୍ମଚାରୀ ସଂକ୍ରମିତ କୁକୁଡା ବିକ୍ରି ନକରିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ମାରି ପୋତି ଦେବାକୁ କୁହାଯାଇଛି । ଏଥିପାଇଁ କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରାଯାଉଛି ।

Advertisment

ସଂକ୍ରମିତ କୁକୁଡ଼ା ବାହାରକୁ ଛଡ଼ାଗଲେ ସଂକ୍ରମଣ ବଢିବା ଆଶଙ୍କା ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସଂକ୍ରମିତ ଅଞ୍ଚଳରେ କୁକୁଡାମରା ଚାଲିଛି । ଲୋକମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ସଚେତନ ବି କରାଯାଉଛି । ଯେଉଁମାନେ ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ପ୍ରତିଷେଧକ ଔଷଧ ଦିଆଯାଉଛି । ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ପୁରୀରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାକୁ ଆଡଭାଇଜରି ଜାରି ହୋଇଛି । ତେବେ ମଣିଷ ବାର୍ଡ ଫ୍ଲୁ ଯୋଗୁଁ ସଂକ୍ରମିତ ହେଲେ, କଣ ଲକ୍ଷଣ ଦେଖାଯାଏ, ସେ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି- ରୋଗୀଙ୍କୁ ପ୍ରଥମେ ଜ୍ୱର ହେବା ସହ ତଣ୍ଟି ଦରଜ ହୁଏ । ପରେ ନିମୋନିଆ ହେବାର ଆଶଙ୍କା ବି ରହିଛି । ଏଭଳି ରୋଗୀଙ୍କୁ ଚିହ୍ନଟ ଲାଗି ଆଶା, ଏଏନ୍ଏମ୍ଙ୍କୁ ନିୟୋଜିତ କରାଯାଇଛି ।

Bird Flu
Advertisment
Advertisment