/odishatv-khabar/media/post_attachments/uploadimage/library/16_9/16_9_0/aprtment_1725094127.jpg)
aprtment
ଆପାର୍ଟମେଣ୍ଟ ମାଲିକଙ୍କୁ ଝଟକା । ଖାଉଟି ଅଦାଲତରେ ଆପର୍ଟମେଣ୍ଟ ମାଲିକ ଯୋଗେନ୍ଦ୍ର ସାଇଙ୍କୁ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଖାଉଟି ଅଦାଲତ ୩୦ ଲକ୍ଷ ୮୦ ହଜାର ଟଙ୍କା ମାସକ ମଧ୍ୟରେ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ୨୦୨୦ ମସିହାରେ ଜୟପୁର ସହର ନେହେରୁ ନଗରର କେ.ସୁମନଙ୍କ ସହ ୨୧ଲକ୍ଷ ଟଙ୍କାରେ ଆପର୍ଟମେଣ୍ଟ ଦେବା ପାଇଁ ଚୁକ୍ତି କରିଥିଲେ ମାଲିକ। ଆପାର୍ଟମେଣ୍ଟ ମାଲିକ ଗତ ଡିସେମ୍ବର ୨୦୨୨ ସୁଦ୍ଧା ଘର ଦେବାକୁ ଚୁକ୍ତି କରିଥିଲେ । ହେଲେ କୋଭିଡ଼୍ ଆଳ ଦେଖାଇ ଘର ହସ୍ତାନ୍ତର କରିବାରେ ବିଳମ୍ବ କରିଥିଲେ ଆପାର୍ଟମେଣ୍ଟ ମାଲିକ କେ.ଯୋଗେନ୍ଦ୍ର ।
କେ.ସୁମନ୍ ଗତ ୨୦୨୩ ଡିସେମ୍ବର ୨ ତାରିଖ ଦିନ ଜୟପୁର ସ୍ଥିତ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ । ଶେଷରେ ମାମଲାରେ ରାୟ ଶୁଣାଇଛନ୍ତି ଖାଉଟି ଅଦାଲତ । ଅଦାଲତ କେ.ଯୋଗେନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ରାୟ ପ୍ରକାଶ ପାଇବାର ମାସକ ମଧ୍ୟରେ ଆବେଦନକାରୀ କେ.ସୁମନଙ୍କୁ ୨୦ ଲକ୍ଷ ଟଙ୍କା ସହ ଚୁକ୍ତି ଦିନଠାରୁ ବର୍ତ୍ତମାନ ଯାଏଁ ଏହାର ୬ ପ୍ରତିଶତ ସୁଦ୍ଧ ମିଶାଇ ଦେବେ ।ଏଥିସହ କ୍ଷତି ପୂରଣ ବାବଦକୁ ୫ ଲକ୍ଷ ଟଙ୍କା ଓ ମାମଲା ସହ ଘର ଭଡ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧ ଲକ୍ଷ ଟଙ୍କା କେ.ସୁମନଙ୍କୁ ପ୍ରଦାନ କରିବାକୁ ରାୟ ଦେଇଛନ୍ତି। ମୋଟ ୩୦ ଲକ୍ଷ ୮୦ ହଜାର ଟଙ୍କା ରାୟ ପ୍ରକାଶର ୩୦ ଦିନ ମଧ୍ୟରେ ପ୍ରଦାନ କରିବେ, ନହେଲେ ବାର୍ଷିକ ଶତକଡ଼ା ୧୨ ପ୍ରତିଶତ ସୁଦ୍ଧ ସହ ମିଶାଇ ଚୁକ୍ତି ଦିନ ଠାରୁ ଦେବେ ବୋଲି ରାୟରେ କୁହାଯାଇଛି। ତେବେ ଖାଉଟି ଅଦାଲତଙ୍କ ରାୟ ନେଇ ଆପର୍ଟମେଣ୍ଟ ମାଲିକ କେ. ଯୋଗେନ୍ଦ୍ରଙ୍କ ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)