ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନସିଂ ଜରିଆରେ କଥା ହେଲେ ଓ ଅଭିନନ୍ଦନ ଜଣାଇଲେ ।
ରାଜଧାନୀ ଗାନ୍ଧୀମାର୍ଗରେ ଆଶାୟୀ ଶିକ୍ଷକଙ୍କ ଅଭିନବ ପ୍ରତିବାଦ । ରାସ୍ତାଉପରେ କାନଧରି ଆଣ୍ଠେଇ ବସିଲେ ଆଶାୟୀ ଶିକ୍ଷକ । ଏହାସହ ସରକାରଙ୍କ ବିରୋଧରେ ନାରାବାଜି ମଧ୍ୟ କଲେ ।
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲାଯାଇଥିବା ବେଳେ ଆସନ୍ତା ସୋମବାରକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଖୋଲାଯିବ ।
ଖୁବ୍ ଶୀଘ୍ର ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
କେବଳ ଏତିକି ନୁହେଁ ବରଂ ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ଭକ୍ତ। କିନ୍ତୁ ଶ୍ରୀମନ୍ଦିରର ପରିସରରେ ଧୂପ, ଦୀପ ଜଳାଇବା ବାରଣ କରାଯାଇଛି। ଏହାସହ ଆନନ୍ଦ ବଜାରରେ ଶ୍ରଦ୍ଧାଳୁମାନେ ବସି ପ୍ରସାଦ ସେବନ ମଧ୍ୟ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଧନକଉଡ଼ା କୁଦଗୁଣ୍ଡେରପୁର ଗାଁର କୈବଲ୍ୟ ରୋହିଦାସ।
ଓଡ଼ିଆ ଘରେ ପ୍ରାୟତଃ ସମସ୍ତେ ମାଛ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଘରେ ଘରେ ମାଛକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ମାଛକୁ ନେଇ ଅନେକ ରେସିପି ରହିଛି ,କିନ୍ତୁ ଏହି ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ସୁଆଦିଆ ଖାଦ୍ୟରୁ ବଞ୍ଚିତ ରହିଯାଉ । କାରଣ ସୁଆଦିଆ କରିବା ପାଇଁ ଆମ ପାଖରେ ସମୟର ଅଭାବ। ତେବେ କେମିତି କମ୍ ସମୟ ମଧ୍ୟରେ ସୁଆଦିଆ ମାଛ ରାନ୍ଧିବେ, ଆସନ୍ତୁ ଜାଣିବା।
କରୋନା ମହାମାରୀରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା। ଦେଢବର୍ଷ ହେଲେ ବନ୍ଦ ରହିଛି ସ୍କୁଲ କଲେଜ। ଏବେ ରାଜ୍ୟରେ କରୋନାର ୨ୟ ଲହର ପ୍ରଭାବ କମିବା ପରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ଯୋଜନା କରୁଛନ୍ତି।
ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ୍। ସକାଳ ୯ଟାରୁ ସାଢ଼େ ୧୨ଟା ଯାଏ କ୍ଲାସ୍ରୁମ୍ରେ ପାଠ ପଢ଼ା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ କଟିିଗଲା ଖାଦ୍ୟ ନଳୀ। ଫଳରେ ମହିଳା ଜଣକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ଗାଁରୁ ଏଭଳି ଅଭିଯୋଗ ଆସିଛି।
ଏମିତି ବି ଆସେ ମୃତ୍ୟୁ ! ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ପିକ୍ଅପ୍ ଭ୍ୟାନ୍। ଆଜି ସକାଳୁ ସକାଳୁ ବଲାଙ୍ଗିର ସହରରେ ଏହି ଦୁଃଖଦ ଘଟଣା ଘଟିଛି।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଅଗଷ୍ଟ ୫ର ରିପୋର୍ଟ ଅନୁସାରେ ୧୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୭୦୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୦୬ ରହିଛି।
କଟକ SCB କୋଭିଡ୍ ହସ୍ପିଟାଲରେ ପୁଣି ଅଘଟଣ। SCB ମେଡିକାଲ୍ର କୋଭିଡ୍ ହସ୍ପିଟାଲ୍-୧ର ଚାରି ମହଲାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି।
ଭାରତୀୟ ହକି ଦଳର ଦୁଇ ଓଡିଆ ସଦସ୍ୟ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ସହ ପଡ଼ିଆରେ ଅମିତ ରୋହିଦାସଙ୍କ ଶକ୍ତି ଓ ସାମର୍ଥ୍ୟକୁ ପ୍ରଶଂସା କରିଛନ୍ତି ମୋଦି।
ତେବେ ଆଜି ସୁଦ୍ଧା ଦିଆଯାଇଛି ୧ କୋଟି ୭୪ ଲକ୍ଷ ଡୋଜ୍ ଟିକା। ୧ କୋଟି ୩୩ ଲକ୍ଷ ପ୍ରଥମ ଡୋଜ୍ ଟୀକା ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ନେଇଛନ୍ତି ୪୦ ଲକ୍ଷ ୬୮ ହଜାର। ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ କହିବା କଥା, ସହରାଞ୍ଚଳରେ ପାଖାପାଖି ୮୦ ଭାଗ ଲୋକ ଟୀକା ନେଲେଣି। ଏବେ ଗ୍ରାମାଞ୍ଚାଳକୁ ଫୋକସ୍ ଦିଆଯାଉଛି।
କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୌଣସି ସମାରୋହ ଆୟୋଜନ କରାନଯାଇ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ପକ୍ଷରୁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି।
କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ବାଣିଜ୍ୟର ତୁଷାର ଛାତ୍ର ଥିଲେ। ସେହି କଲେଜର ଜଣେ ଛାତ୍ରୀଙ୍କ ସହିତ ତୁଷାରଙ୍କ ଭଲ ସଂପର୍କ ଥିଲା। ଏମିତିକି ଘର ପରିବାର ସହିତ ମଧ୍ୟ ଉଭୟ ଚିହ୍ନାଜଣା ବୋଲି ଜଣାପଡିଛି। ଏବେ ତୁଷାରଙ୍କ ପରିବାର କହୁଛନ୍ତି, ସେହି ଝିଅଟିର ତା ବୟଫ୍ରେଣ୍ଡ ସହିତ ବ୍ରେକ୍ଅପ ହୋଇଥିବାରୁ ଏଥିପାଇଁ ତୁଷାରକୁ ସେ ଦାୟୀ କରିଥିଲା।
ପ୍ରତି ଘରକୁ ଦୁଇଟି କାର୍ଡ ଦିଆଯିବ ବୋଲି ଜଣାପଡ଼ିଛି। ତେଣୁ ରାଜ୍ୟର ୯୨ ଲକ୍ଷ ୫୦ ହଜାର ଘର ପାଇଁ ପ୍ରସ୍ତୁତ ହେବ କୋଟିଏ ୮୫ ଲକ୍ଷ କାର୍ଡ। କାର୍ଡ଼ରେ ବ୍ୟକ୍ତିର ନାଁ ଓ ୧୨ ଡିଜିଟ ୟୁନିକ ରେଜିଷ୍ଟ୍ରେସନ ନମ୍ବର ରହିବ। ସ୍ମାର୍ଟ ହେଲଥ କାର୍ଡ ବଣ୍ଟନବେଳେ ଦିଆଯିବାକୁ ଥିବା କିଟରେ ହସ୍ପିଟାଲର ତାଲିକା ବି ରହିଛି। ସିଲେଟେ୍ ଭେଣ୍ଡର ଜରିଆରେ ଅକ୍ଟୋବର ୨ ତାରିଖ ଭିତରେ ପ୍ରତି ପଞ୍ଚାୟତ ଅଫିସରେ କାର୍ଡ ଡେଲିଭରିର ବ୍ୟବସ୍ଥା ରହିଛି।
ଟିକାକରଣରେ ଏବେ ଗ୍ରାମାଞ୍ଚଳକୁ ଫୋକସ୍ । ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଯେତେଶୀଘ୍ର ସମ୍ଭବ ଟିକାକରଣ ସାରିବାକୁ ଚେଷ୍ଟା କରୁଛୁ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଜଣାପଡିଛି । ହିଞ୍ଜିଳିକାଟୁ ବ୍ଲକ୍ ପଲ୍ଲୀ ପଦ୍ମନାଭପୁର ଗ୍ରାମରେ କ୍ଷୁଦ୍ରଜଳ ସେଚନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା କେନାଲ ଗାର୍ଡ ୱାର୍ଡ଼ କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ହିଞ୍ଜିଳିକାଟୁ ବ୍ଲକ୍ ମକରଝୋଳ ପଞ୍ଚାୟତ ପଦ୍ମନାଭପୁର ଗ୍ରାମରେ ସ୍ଥାନୀୟ ଅଞ୍ଚଳର ଚାଷ ଜମିକୁ ଜଳ ଯୋଗାଣର ସୁବନ୍ଦୋବସ୍ତ କରି ପ୍ରାୟ ୧ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ କେନାଲ ଗାର୍ଡ ୱାଲ କାମ ଦୀର୍ଘ ଦେଢ଼ ବର୍ଷ ଧରି କାମ ଚାଲିଲା ପରେ ପ୍ରାୟ ଦୁଇମାସ ତଳେ ନିର୍ମାଣ କାମ ଶେଷ ହୋଇଥିଲା
ରାତିରେ ମୋ ପାଖକୁ ଜଣେ ଯୁବତୀଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା। ମୁଁ ତାଙ୍କୁ ଜାଣିନଥିଲି। ମୁଁ ଆସେପ୍ଟ କରିବା ପରେ ସେ ପ୍ରଥମେ ମୋ ସହ ଭଲରେ କଥା ହେଲେ। ତା ପରେ ଫେସ୍ବୁକ୍ରୁ ଡାଟା ସଂଗ୍ରହ କରିବା ଆରମ୍ଭ କରିଦେଲେ।
ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୃତ୍ତଙ୍କ ଭଂଗାରୁଜା । ଘରେ କେହି ନଥିବା ବେଳେ ବାହାରେ ଭଂଗାରୁଜା କରିଛନ୍ତି ଦୁର୍ବୃତ୍ତ । ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଂଗାରୁଜା ହୋଇଥିବା ଜଣାପଡ଼ିଛି ।
ଦେଢବର୍ଷ ହେଲା ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ବସନ୍ତଙ୍କୁ ଖୋଜୁଥିଲା। ଯାଜପୁର ଏନଫୋର୍ସମେଣ୍ଟ ୟୁନିଟ୍ ଦ୍ୱାରା ତଦନ୍ତ ଚାଲିଥିବା ଆଉ ଏକ ମାମଲାରେ ମଧ୍ୟ ସେ ସମ୍ପୃକ୍ତ ଥିଲେ। ଅନ୍ୟ ଦୁଇ ଜଣଙ୍କ ସହ ମିଶି ବସନ୍ତ ୬ଟି ଜାଲ୍ ବ୍ୟବସାୟୀକ କମ୍ପାନୀ ଚଳାଇଥିଲେ। ଏଥିରେ ୨୧୯ କୋଟି ୬୧ ଲକ୍ଷ ଟଙ୍କାର ଜାଲ୍ ବିଲ୍ କାରବାର ହୋଇଥିଲା।
ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଭକ୍ତଙ୍କୁ ପାଛୋଟିବା ପାଇଁ ଆରମ୍ଭ ହେଲାଣି ସଜବାଜ । ସଜେଇ ହେଲାଣି ବଡ଼ ଦାଣ୍ଡ । ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତ ମନରେ ଅନେକ ଖୁସି ।