ନୂଆ SRC ଭାବେ ଅତିରିକ୍ତ ଦାୟିତ୍ୱ ସତ୍ୟବ୍ରତ ସାହୁଙ୍କୁ ଦିଆଯାଇଛି । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସତ୍ୟବ୍ରତ ସାହୁ । ଓଡ଼ିଆ ଭାଷା, ସାହିତ୍ୟ, ବିଭଗର ACS ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।
ଯୁକ୍ତ ଦୁଇ ନାମଲେଖାକୁ ନେଇ ଦୂର ହୋଇଛି ଦ୍ୱନ୍ଦ୍ୱ? ଏଥର ସଂଖ୍ୟାଧିକ ଛାତ୍ରଛାତ୍ରୀ ମାଟ୍ରିକରେ ପାସ୍ କରିବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିଟ୍ ବୃଦ୍ଧି ନେଇ ଲାଗି ରହିଥିଲା ଦ୍ୱନ୍ଦ୍ୱ। ଶେଷରେ ସାରା ରାଜ୍ୟରେ ୫୪ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମୋଟ୍ ୭୨ ହଜାର ସିଟ୍ ବୃଦ୍ଧି ନେଇ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆବେଦନ ହୋଇଥିଲା
ପ୍ରତି ଘରକୁ ଦୁଇଟି କାର୍ଡ ଦିଆଯିବ ବୋଲି ଜଣାପଡ଼ିଛି। ତେଣୁ ରାଜ୍ୟର ୯୨ ଲକ୍ଷ ୫୦ ହଜାର ଘର ପାଇଁ ପ୍ରସ୍ତୁତ ହେବ କୋଟିଏ ୮୫ ଲକ୍ଷ କାର୍ଡ। କାର୍ଡ଼ରେ ବ୍ୟକ୍ତିର ନାଁ ଓ ୧୨ ଡିଜିଟ ୟୁନିକ ରେଜିଷ୍ଟ୍ରେସନ ନମ୍ବର ରହିବ। ସ୍ମାର୍ଟ ହେଲଥ କାର୍ଡ ବଣ୍ଟନବେଳେ ଦିଆଯିବାକୁ ଥିବା କିଟରେ ହସ୍ପିଟାଲର ତାଲିକା ବି ରହିଛି। ସିଲେଟେ୍ ଭେଣ୍ଡର ଜରିଆରେ ଅକ୍ଟୋବର ୨ ତାରିଖ ଭିତରେ ପ୍ରତି ପଞ୍ଚାୟତ ଅଫିସରେ କାର୍ଡ ଡେଲିଭରିର ବ୍ୟବସ୍ଥା ରହିଛି।