Advertisment

SCB କୋଭିଡ୍‌ ହସ୍ପିଟାଲ୍‌ର ଚାରି ମହଲାରୁ ଖସି ପଡ଼ିଲେ ରୋଗୀ

କଟକ SCB କୋଭିଡ୍ ହସ୍ପିଟାଲରେ ପୁଣି ଅଘଟଣ। SCB ମେଡିକାଲ୍‌ର କୋଭିଡ୍‌ ହସ୍ପିଟାଲ୍-୧ର ଚାରି ମହଲାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
SCB କୋଭିଡ୍‌ ହସ୍ପିଟାଲ୍‌ର ଚାରି ମହଲାରୁ ଖସି ପଡ଼ିଲେ ରୋଗୀ

cuttack scb medical

କଟକ: କଟକ SCB କୋଭିଡ୍ ହସ୍ପିଟାଲରେ ପୁଣି ଅଘଟଣ। SCB ମେଡିକାଲ୍‌ର କୋଭିଡ୍‌ ହସ୍ପିଟାଲ୍-୧ର ଚାରି ମହଲାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମୟୂରଭଞ୍ଜର ହରିଆ ସିଂହ। ଝରକା ପଟେ ତଳକୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ରାତିରେ ଏହି ଅଘଟଣ ଘଟିଛି। 

Advertisment

ସୂଚନା ଅନୁସାରେ, କରୋନାରେ ଆକ୍ରାନ୍ତ ହେବା ପରେ ବୁଧବାର ଦିନ ହରିଆଙ୍କୁ SCB ମେଡିକାଲ୍‌ର କୋଭିଡ୍‌ ହସ୍ପିଟାଲ୍-୧ରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ସେ ଝରକା ପଟେ ତଳକୁ ପଡ଼ି ଯାଇଥିଲେ।ଚାରି ମହଲାରୁ ଖସି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥିଲା। ସଙ୍ଗେସଙ୍ଗେ ମେଡିକାଲ୍‌ର ସୁରକ୍ଷା କର୍ମୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କାଜୁଆଲିଟିରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ରହିଛି, ତାହା ଜଣାପଡ଼ି ନାହିଁ। ହରିଆଙ୍କ ବାତ ରୋଗ ଥିଲା। ବାତ ମାରିଲେ ତାଙ୍କର କିଛି ବି ମନେ ପଡ଼େ ନାହିଁ ବୋଲି ପରିବାର ଲୋକ କହିଛନ୍ତି।

Advertisment

ସୂଚନାଥାଉ କି, ଗତ ମଙ୍ଗଳବାର ଦିନ ମଧ୍ୟ ଏହି ୱାର୍ଡରେ ଜଣେ କରୋନା ରୋଗୀ ପାଇଖାନା ଭିତରେ ପ୍ରାଣ ହରାଇଥିଲେ। ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।

Cuttack SCB Cuttack Scb Medical
Advertisment
Advertisment